ଅବତର ଦେବୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୭
- ସ୍ଥିତି
- ସାର୍ବଜନୀନ (Public domain)
ସ୍ନିଗ୍ଧ ବିଳସିତ ଶ୍ୟାମ ବିପିନ ଶିରୀସୌରଭ ଲଳିତ ବିହାରେସରସିଜ-ରଞ୍ଜିତ ବାତ ବିକମ୍ପିତସରସୀ ଘନ କଳ ତାଳେ,ମୂଖରି ଗଗନ ଶତ-ବନ ଗିରିପାରେରମ୍ୟ ସରିଦ୍ବର ବିସ୍ତୃତ ଜନପଦମାତି ଉଠିବ ନବ ତାଳେ ।ଧ୍ରୁବ ।ଶତ ଗିରି ଗୁମ୍ଫିତ ପୁଣ୍ୟ ବିମୋହନଭୀମ ଲଳିତ ନବ ବେଶ,ମନ୍ଦିର-ମଣ୍ଡିତ ଗୌରବ ପୂରିତଏହି ତ ଉତ୍କଳ ଦେଶ ।ଅବତର ଦେବି ସନାତନି ଭାରତି !ନନ୍ଦନ ସୁନ୍ଦର ବେଶେ,ତବ ଚିର ପରିଚିତ ଶତ ଯଶ ଘୋଷିତସୁରକୁଳ-ବାଞ୍ଛତ ଦେଶେ ।ବିଘ୍ନ ବିନାଶନ ଶୁଭପଦ ଅମ୍ୱୁଜଅବତର ଶତ ଶିଶୁପ୍ରାଣେ,କର୍ମ ବିକଶି ଉଠୁ ବରି ତବ ସେ ଚିର-ଗୌରବ ରମ୍ୟ ବିଧାନେ ।ଅଞ୍ଜଳି ଭରି ଶିଶୁ ରଞ୍ଜିତ କର ଯୁଗସରଗର ପୁଣ୍ୟ ଦୁଆରେ‘ବନ୍ଦେ ଜନନୀ’ ‘ଉତ୍କଳ ଜନନୀ’ଡାକଇ ଗୀତ ପ୍ରସାରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର