ଶତ୍ରୁର ମିତ୍ର
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ଲୁଚିଗଲା ଯାହା ଚରଣ-ତଳେ ଧରା ଗଗନ,ଗୋପଦାଣ୍ଡେ ଏବେ ଖେଳେ ସେହୋଇ ନନ୍ଦନନ୍ଦନ । ୧ ।ଯୋଗଧ୍ୟାନେ ଯାକୁ ଯୋଗୀଏଦେଖିପାରନ୍ତି ନାହିଁ,ସେ ଏବେ ଗଉଡ଼ ପୁଅଙ୍କମେଳେ ଚରାଏ ଗାଈ । ୨ ।ଜଗତକୁ ପଡି ବାଣ୍ଟେ ଯେନିତି କରି ତାଲିକା,ବିଦୂର ଘରେ ସେ ଭୁଞ୍ଜଇଶାଗ ଖୁଦ କଣିକା । ୩ ।ଭକ୍ତିରେ ବ୍ରହ୍ମାଣ୍ଡ ଯାହାରପୂଜା କରେ ପୟରସଭା ପଡିଆରୀ ଶାଢ଼ୀ ସେନେଲେ ପାଣ୍ଡବଙ୍କର । ୪ ।ସର୍ବଦେହ-ରଥେ ବସନ୍ତିଯେହୁ ହୋଇଣ ରଥୀ,ଅର୍ଜ୍ଜୁନ ରଥ ସେ ବାହାନ୍ତିହୋଇ ତାର ସାରଥି । ୫ ।ଭକ୍ତିଭାବେ ବଶ ହୁଅନ୍ତିସିନା ବିଶ୍ୱଠାକୁର,ଭାବରେ ବସନ୍ତି କତିରେମାତ୍ର ଅଭାବେ ଦୂର । ୬ ।କରିଥିଲା କଂସ କି ତପକାହିଁ କି ମନ୍ତ୍ର ଭଣି,ଶତ୍ରୁ ଭାବରେ ସେ ପାଇଲାମୁକ୍ତି-ପରଶମଣି । ୭।ଧନ୍ୟ ହରି ତୁମ୍ଭ ମହିମାଧନ୍ୟ ତୁମ୍ଭ କରୁଣା,ଶତ୍ରୁ ପ୍ରତି ସେହି କରୁଣାନୁହେଁ କଣିକେ ଊଣା । ୮ ।ଶତ୍ରୁ ଯେ ସେ ସିନା ତୁମ୍ଭରଅତି ଗୁପ୍ତ ଭକତ,ଅଚିରେ ତାହାକୁ ସଂସାରୁତେଣୁ କର ମୁକତ । ୯ ।ଭାବବିନୋଦିଆ ହରି ହେତୁମ୍ଭ ଲୀଳା ବିଚିତ୍ର,ଶତ୍ରୁ ମିତ୍ର ଭେଦ ନ ଘେନତୁମ୍ଭେ ଶତ୍ରୁର ମିତ୍ର । ୧୦ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ