ଦୋଳିଖେଳ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୧
- ସ୍ଥିତି
- ସାର୍ବଜନୀନ (Public domain)
ଲତାକୁଞ୍ଜେ ଦୋଳି ଖେଳେ ଏ କାହା ସୁତ,ଶ୍ରୀଅଙ୍ଗର ଜ୍ୟୋତି ନିନ୍ଦେ ନୀଳ ଜୀମୂତ । ୦ ।ସଧୀରେ ପାଦ ହଲାଇ,ବଂଶୀସ୍ୱରେ ଗୀତ ଗାଇ,କେତେ ଠାଣିରେ ଝୁଲେ ସେ ସୁଶ୍ରୀ ବାଳୁତ । ୧ ।ଶ୍ରୀମୁଖ, ଜ୍ୟୋତିରେ ସ୍ନାନ-କରି, ଦିଶେ ଶୋଭମାନ,ନୀଳ କମଳ କି ଜ୍ୟୋତ୍ସ୍ନାଜଳେ ସମ୍ଭୂତ । ୨ ।କି ଭଙ୍ଗୀରେ କଟିତଟେ,ପିନ୍ଧିଛି ସେ ପୀତପଟେ,ଖେଳୁଛି କି ବ୍ରଜେ ଆସି ମୁକ୍ତିର ଦୂତ । ୩ ।ପିଲାଟି ତ ଅତି ସାନ,ଜନ୍ମି ନ ଥିବ ତ ଜ୍ଞାନ,ଓଟାରେ ହୃଦରୁ ଭକ୍ତି ଏ କି ଅଦ୍ଭୁତ । ୪ ।କବି କହେ ସେ ବାଳକେ,ଚିହ୍ନି ନୁହେଁ ଅଳପକେ,ଘୋଟିଛି ସେ ଚରାଚରେ ଯେହ୍ନେ ମାରୂତ । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ