ଶବ୍ଦ କସ୍ରତ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୫
- ସ୍ଥିତି
- ସାର୍ବଜନୀନ (Public domain)
ହଟହଟିଆ-ନାଟକୁଟିଆ-ତ୍ରିଭଙ୍ଗୀଠିଆ କୃଷ୍ଣ ହେ,ନୀପମୂଳିଆ-ବାଙ୍କଚୂଳିଆ-ନଈକୂଳିଆ କୃଷ୍ଣ ହେ,ଘନକାଳିଆ-ବନମାଳିଆ-ଧେନୁପାଳିଆ କୃଷ୍ଣ ହେ,କୁଞ୍ଜକେଳିଆ-ଗୁଞ୍ଜମାଳିଆ-କୁଞ୍ଚାବାଳିଆ କୃଷ୍ଣ ହେ,ଅର୍ଜୁନଭଞ୍ଜା-ଦୁର୍ଜନଗଞ୍ଜା-ସୁଜନରଞ୍ଜା କୃଷ୍ଣ ହେ,କଂସ ଭଜଣା-ବଇଁଶୀବଜା-ବରଜରଜା କୃଷ୍ଣ ହେ,ମନ୍ଦରଧର-ରଙ୍ଗାଅଧର-ଶ୍ୟାମସୁନ୍ଦର କୃଷ୍ଣ ହେ,ଦୀନସୋଦର ଦୀନବୃଦ୍ଧର ଦୁଃଖଉଦ୍ଧର କୃଷ୍ଣ ହେ,ବାତୁଳର ସୃଷ୍ଟିସତେ କି ଏ ଜଗତଟା ବାତୁଳ ସର୍ଜନା,ନାହିଁ ଏଥି ସାର କିଛି,ପୂର୍ଣ୍ଣ ଆବର୍ଜନା ।କିଏ କହେ ଏଥି ପୁଣି ଅଛି କୃତଜ୍ଞତା,ଖାଲି ମିଛ କଥା ତାହା ତୁଚ୍ଛା ମିଛ କଥା ।ବୃକ୍ଷ କରେ ବିଶ୍ୱହିତେ ଜୀବନ ଅର୍ପଣ,ସେହି ବିଶ୍ୱଜନେ ତାକୁ କରନ୍ତି କର୍ତ୍ତନ !ପୃଥ୍ୱୀ ଦିଏ ସମସ୍ତଙ୍କୁ ବାସ ଗ୍ରାସ ମାର୍ଗ,କରନ୍ତି ତା ଶିରେ ସର୍ବେ ମଳମୂତ୍ର ତ୍ୟାଗ !କୋକିଳକୁ ବାଳ କାଳେ ପୋଷଇ ବାୟୁସ,କିନ୍ତୁ ସେ କୋକିଳ କରେ ତାହା ବଂଶ ଧ୍ୱଂସ !ଚିରକାଳ ଦୁହିଁ ଦୁହିଁ ଦୁହାଁଳ ଗାଈକି,ବୁଢ଼ୀ ହେଲେ ଦେଉଛନ୍ତି କଂସେଇକି ବିକି !ପାଣିରେ ଛଡ଼ାନ୍ତି ଲୋକେ ସକଳ ଅଳିଆ,ସେହି ପାଣିକୁ ବି ଲୋକେ କରନ୍ତି ଗୋଳିଆ ।ସୁବାସ ଦେଇଣ ଫୁଲ ତୋଷେ ମନ ପ୍ରାଣ,ଶୁଖିଗଲେଁ ଖତଗାଢ଼େ ଲଭେ ପୁଣି ସ୍ଥାନ !ପ୍ରତିକ୍ଷଣେ କରୁଛନ୍ତି ରକ୍ଷା ବିଶ୍ୱସାଇଁ,କିଏ ତାଙ୍କୁ କୃତଜ୍ଞତା ଜଣାଉଛି କାହିଁ !ଏହିପରି ଯହିଁ ଖୋଜି କାହିଁ କୃତଜ୍ଞତା,କେବଳ ଯେପରି ତାହା ବାଷ୍ପଗଢ଼ା କଥା !ବୁଝୁ ବା ନ ବୁଝୁ କେହି କୃତଜ୍ଞତା ମର୍ମ,ମାତ୍ର କୃତଜ୍ଞତା ଏକା ମାନବର ଧର୍ମ ।ସବୁ ତ ଅସାର ଦିଶେ, ଯହିଁ ପଡ଼େ ଦୃଷ୍ଟି,ତେବେ କି ଏ ସଂସାରଟା ବାତୁଳର ସୃଷ୍ଟି !
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ