ଅଭିନୟ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୯
- ସ୍ଥିତି
- ସାର୍ବଜନୀନ (Public domain)
ଲାଗି ରହିଅଛି ଅଭିନୟ ସଦାଦିନରାତି ରଙ୍ଗାଳୟେ,ବହୁ ବେଶ ପିନ୍ଧି ବହୁ ଅଭିନେତାମାତିଛନ୍ତି ଅଭିନୟେ ।ଦଳ ଦଳ ହୋଇ ଚାଲି ଯାଉଛନ୍ତିନାଚି କୁଦି ଗୀତ ଗାଇ,କିଛି କ୍ଷଣ ପରେ ଫେରି ଆସୁଛନ୍ତିପୂର୍ବ ବେଶ ବଦଳାଇ ।କିଏ ସେ ତାହାଙ୍କୁ ପଠାଇ ଦେଉଛିସାଜି ନବ ନବ ବେଶେ,ଲୁଚି ରହିଛି ସେ ବେଶକାରବରଯବନିକା ପୃଷ୍ଠଦେଶେ ।ଧନ୍ୟ ତା କଳ୍ପନା ଧନ୍ୟ ନିପୁଣତାଧନ୍ୟ ତା’ ବୈଚିତ୍ର୍ୟ ସୃଷ୍ଟି,ପୁରି ରହିଅଛି ଅନନ୍ତ ବିଶ୍ୱରେଯେଉଁ ଆଡ଼େ ଯାଏ ଦୃଷ୍ଟି ।ଜଣେ ଅଭିନେତା କୋଟି ବାର ଆସିକରେ କୋଟି ଅଭିନୟ,କେହି ରହିଯାଏ ବହୁତ ସମୟକେହି ବା ଅଳ୍ପ ସମୟ ।କେହି ହସି ହସି ଚାଲିଯାଏ କେହିକାନ୍ଦି ବା କନ୍ଦାଇ ଯାଏ,କେହି ଆସି ପୁଣି କାନ୍ଦିବା ଲୋକରବଦନେ ହାସ୍ୟ ଫୁଟାଏ ।ହସ କାନ୍ଦ ଛଡ଼ା ସାରା ରଙ୍ଗମଞ୍ଚେନାହିଁ ଆଉ କିଛି କଥା,କାହା ଶିରେ ଉଡେ ଚକ୍ରବର୍ତ୍ତୀ ଛତାବୋଝ ବହେ କାହା ମଥା ।ନିଜ ବିରଚିତ ଅଭିନୟ ଦେଖିହେଉଛି ମୁଗ୍ଧ ସେ ନିଜେ,କେବଳ ଆମୋଦ ଆହ୍ଲାଦ ବିନା ସେଖୋଜେ ନାହିଁ ଆନ ଚିତେ ।ପ୍ରେମରଙ୍କ ସେହୁ ଭକ୍ତିର ଭିକାରୀଖୋଜେ ତାହା ମନେ ମନେ,କଣିକାଏ ମାତ୍ର ପାଇଲେ କେଉଁଠିକୋଟିନିଧି ପରି ମଣେ ।ଅଭିନେତା ବର୍ଗେ ଯାତ୍ରା ଅଧିକାରୀସ୍ୱହସ୍ତରୁ ଦିଏ ଦର୍ମା,ପୁଣ୍ୟ ନାମ ତାର ସୁଧା-ସୁମଧୁରଦେବ ବିଶ୍ୱପତି ଶର୍ମା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ