ସେହି ତ ମହେଶ୍ୱର
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଦଶକଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୮
- ସ୍ଥିତି
- ସାର୍ବଜନୀନ (Public domain)
ସର୍ବପରିତ୍ୟାଗୀ ଶ୍ମଶାନଚାରୀସେହି ତ ରାଜରାଣୀ କନ୍ୟା ତୁମେପାଗଳିନୀ କାହାପାଇଁକାହାପାଇଁ ଶୀର୍ଣ୍ଣ ବେଶଧାରିଣୀ ?ତ୍ୟାକ୍ତାହାର ତ୍ୟକ୍ତ ନିଦ୍ରା ଉଭେ ଉଭାଦର୍ଶନ ପାଇଁ, ସ୍ପର୍ଶନ ପାଇଁ,ଅନ୍ତରେ ଅନ୍ତରେ ଚିରକାଳଏ ଚିର ମିଳନ ପାଇଁ ।ଧନ୍ୟ ତୁମେ, ଧନ୍ୟା ତୁମେ,ହେ ପାର୍ବତୀ ! ହେ ପରମେଶ୍ୱର, ଧନ୍ୟ ଯେହ୍ନେ ହୁଏ ମୁହିଁନତ ମୁଁ ତୁମରି ଚରଣତଳେତୁମରି ପରି ହେବା ପାଇଁଦିଅ ଦିଅ ସେହି ଆଶୀର୍ବାଦଆହୁରି କି ମୋହର ତପସ୍ୟାପୂର୍ଣ୍ଣ ହୋଇ ନାହିଁ ?ଜୀବନ ଯେ ଯିବା ଉପରକାଳ ଯେ ଗଲାଣି ଚାଲିଥିର ହେଲାଣି ଇନ୍ଦ୍ରିୟ ଭାଳି ଭାଳିଥବିର ହେଲା ସକଳ ଅଙ୍ଗ ମୋରମାୟା ମୋହ ଅଛି ଖାଲିଦିଅ ହେ ଚରଣ ସ୍ପର୍ଶତବ ମୁଖ ସୁଧାମୃତ ବର୍ଷବିଗଳିତ ହେଉ ପ୍ରେମ ଏହି ଦଳିତ ପ୍ରାଣେମାଗେ ମୁହିଁ ଏହି ଭିକ୍ଷା ଜୀବନରଏହି ଶେଷ ସମୟେ
ପୁଣି କହିବି- ନରନାରୀର ସମ୍ପର୍କରେ ଫୁଲ ଫୁଟେ- ଜ୍ୟୋତ୍ସ୍ନା ଆହୁରି ଧବଳ ହୁଏ- ଆହୁରି ମନୋରମ ହୁଏ- ଆହୁରି ଆହୁରି ଚିତ୍ତ ଉନ୍ମାଦକର ହୁଏ- ଆହୁରି ପ୍ରେମମୟ ହୁଏ ।
କାହିଁକି ତେବେ ଏତେ ବିତୃଷ୍ଣା ? ନା, ବିତୃଷ୍ଣା ନୁହେଁ- ତୃଷ୍ଣା ନୁହେଁ । ଏହି ନରନାରୀ ସମ୍ପର୍କକୁ ମଧୁର କର ସ୍ୱୀକାର କରି ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର