ମଦନ ବାହନ ଏହି ଜନ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଦଶକଥା
- ପଢ଼ିବା ସମୟ
- ୧୧ ମିନିଟ୍
- ଶବ୍ଦ
- ୧୮୧୧
- ସ୍ଥିତି
- ସାର୍ବଜନୀନ (Public domain)
ପଙ୍କଜ ବାହିନୀ ସଙ୍ଗେରହିଛି ରହିବ ଜୀବନ ରଙ୍ଗେଅଙ୍ଗେ ଅଙ୍ଗେ ଅଙ୍ଗେମଦନ ବାହନ ଏହି ଜନବଡ଼ ବିଷମ ରହିବା ନ ରହିବାପୁଣି ସାଙ୍ଗେକିପରି ସୁ ସମାଧାନ ହେବ ଏହାରବିଚାରଇ ନାନା ବିଭଙ୍ଗେ ।ସରିନାହିଁ ସରିନାହିଁ ସେ ବିଚାରନିତି ଅଭିଜ୍ଞତା ଚାଲିଅଛି ଏଥିରକେବେ ଯେ ଏହାର ହେବ ପୂର୍ଣ୍ଣ ସମାଧାନକହି ନୋହିବ ଜାଣ- କହି ନ ପାରିବେ ମୁନିଜନ ।କହିବେ ଏହା ପାପୀ ତାପୀକହିବେ ଏହା ଗୃହସ୍ଥଜୀବନର ଅନ୍ତରର ଏହି ଶରୀର ମନ ବ୍ୟାପାରେମାନବର ମନ ଥଳ କୁଳ ନ ପାଏ ରେ ।ତଥାପି ତଥାପି ଚାଲିଛି ବିଚାରଣାଚାଲିଛି ନିତି ନୂତନ ଅଭିଜ୍ଞତାହେଉ, ଚାଲିଥାଉ, କେବେ ହେବ ପୂର୍ଣ୍ଣ କିଏ କହିବ ଯେସୃଷ୍ଟିର ରହସ୍ୟ ରହସ୍ୟରେହିଁ ରହିବ ଜାଣିଥା ।ଅପୂର୍ବ ଏ ଜ୍ୱାଳା ।ଯୌବନର-ବିରହର-(ଏଥିରେ ଯଦି କେହି ବିପଥଗାମିନୀ ହୁଏ ତାକୁ ଖଡ଼୍ଗହସ୍ତ ହେବା ଉଚିତ କି ?)ସେ ଯେ ଯୌବନର ଜ୍ୱାଳାସେ ଯେ ଯୌବନର ଜ୍ୱାଳାଗଭୀର ନିଶୀଥେ, ଦିବା ଦ୍ୱିପ୍ରହରେ;ଯେତେବେଳେ ଇଚ୍ଛା, ସେତେବେଳେ,ସ୍ଥାନେ, ଅସ୍ଥାନେ,ଜ୍ୱଳଇ ସେ ଜ୍ୱାଳାମୁଖୀ ନିଭାଇବାକୁସେ ଅନଳଚାହେଁ ସେ - ସେ ଯେ ଯୌବନର ଜ୍ୱାଳା- ସେ ଯେ ଯୌବନର ଜ୍ୱାଳା ।ନାହିଁ ମାନ ସଂଭ୍ରମ;ନାହିଁ ଜାତି ପତି,ନାହିଁ ସାନ ବଡ଼ ବିଚାର,ସେ ଯେ ଉନ୍ମାଦିନୀପ୍ରଣୟ କରିବ, ପ୍ରଣୟ କରିବ,ପ୍ରକୃତି ସହିତେ ସେ ଯେ ମହାମିଳନୀମାନୁନାହିଁ ମନ,ସେ ମାନିବ କି ସମାଜ ଘରକରଣଧାଏଁ ସେ ଉନ୍ମାଦିନୀଗଭୀର ନିଶୀଥିନୀସେ ନିଶାଚାରିଣୀଦିବା ଦ୍ୱିପ୍ରହରେ ଅବାଅବା ଯହିଁ ଯେତେବେଳେକାହାର ଘରର ପିଲା ସେକିଏ କି ଭାବିବ ପରା !ସେ ଭାବନା କରିବାକୁ ତାରଅବସର ନାହିଁ ଯେସେ ଯେ ପ୍ରଣୟିନୀ, ଯୁବକ ଦେଖିଲେହୁଏ ସେ ଉନ୍ମାନୀଆଉ କରଇ ତାକୁ ଉନ୍ମନା, ଏଡ଼େ ସେ ଛନ ଛନୀ !ମଙ୍ଗଳ ପଥ ସେ ଚାଲିବାରଜାଣେ ନାହିଁ କି ?ସେ ଅତିଥି ଅଭ୍ୟାଗତର ମନ ଜାଣିସେବା କରେ କାହିଁକି ?ଦୟା ଧରମ ତ ତାର ହୃଦେ ଭରାସେ ତ ଦିଏ ଆପଣାକୁସକଳଠାରେ ହୋଇ ବିଭୋରାଆସୁ ସାଧୁ ସନ୍ଥକରିବ ସେବା ସେ ଅନବରତକିନ୍ତୁ ଉମ୍ମି ସମ ରହି ରହିଯେବେ ପ୍ରଣୟ ତାର କଚାଡ଼ି ହୁଏସାଗର ବେଦନାସେ କି ଖାଲି ଫେରିଯିବ-ଫେରିଯିବ ବାରବାରନ ନିଦାରି ତାର ଏହି ପ୍ରଣୟ ପିପାସା ଦୁର୍ନିବାର ?କି ଦୋଷ ତାର ?ଦୋଷ ତେବେ ତାର ଯେ ଦେଇଛିଏପରି ଶରୀର ।ପ୍ରଣୟିନୀ ଉନ୍ମାଦିନୀଘରେ ରହିବ କିପରି ?ଛାଡ଼ି ଚାଲିଯାଏ ସେ ଦୂର ସୁଦୂର ଦେଶେଆପଣାକୁ କରିବାକୁସବୁ ବନ୍ଧୁଜନଠାରୁ ଦୂରକେହି ତ କରି ପାରିଲେ ନାହିଁ ତାର ବ୍ୟଥା ଦୂର !କେହି ତ କରି ପାରିଲେ ନାହିଁ ତାର କାମନା ପୂର ।ସକଳେ ଖାଲି କଲେ ଛି ଛି ! ଦୂର ଦୂର ।ଆଜି ଯାଇଛି ସେ ଚାଲି ଦୂର ବିଦେଶେସେ ଯଉବନୀଆଜି ଯୌବନର ପଥ ପାରି ତଥାପି ସେ ପ୍ରଣୟିନୀପାଇଛି ତାର ବୁକେସେ ସେବକୀ ଅସଂଖ୍ୟ ଲୋକେଟାଣିଛି ସେ ଆପଣା ପାଖେକେତେ ଯେ ସେବକେଅଗ୍ଗ୍ୟୁତ୍ପାତ ଘଟିଛି କ୍ଷଣେ ପ୍ରଣୟରତାପରେ- ସବୁ ଯେ ଶାନ୍ତ-ସେ ଯେ ମଧୁର, ସୁନ୍ଦର,ଦେବୀ ସଦୃଶ ଋତସେ ଯେ ପରମ ଲୋଭନୀୟ ତାର ପରମେଶ ଦୂତଆଶ୍ଚର୍ଯ୍ୟ ଏ ଜଗତଆଶ୍ଚର୍ଯ୍ୟ ଏ ନାରୀ ମହତଆଶ୍ଚର୍ଯ୍ୟ ଏ ଉର୍ବଶୀମାତ୍ର ତାର ନାମ ନୋହିଲା ବିଖ୍ୟାତ ।ତଥାପି ହୃଦୟ ଭାବେ ତାହାରି ପାଇଁହୃଦୟ କାନ୍ଦେ ରହି ରହିସେ ତ ନିଉଛୁଣୀ ନୁହେଁସେ ଯେ କରିପାରେ ମହା ସେବା ସଉତୁଣୀସେ ଯେ ଦେଇଛି ଆପଣାକୁ ନିଃସ୍ୱ କରିନ ଚାହିଁ ଧନ ରତ୍ନ ଆଉ କିଛି ବଡ଼ କରିଅନ୍ତରେ ତାର ପ୍ରଣୟରମହୋର୍ମ୍ମି ଜ୍ୱାଳାକରିବ ସମାହିତଅର୍ପଣ କରି ଆପଣାକୁ ସେସକଳେ ବାଳାତନୁ ଖୋଜେ ତାର ତନୁଖୋଜେ ସେ ମହା ରାମଧନୁଯହିଁ ଅଥୟ ହେବ ସେଦେଖି ମୟୂରର ଉତ୍ତୋଳିତ ପେଖନୁବହି ଯାଉଥିବ ମଳୟଦିନ ଦିପହରେତେବେ କି ଏ ଏଡ଼େ ଅଲକ୍ଷଣୀ ?ଯେ ଦେଇଛି ତନୁ ବାଢ଼ି ସକଳେ ହୋଇ ଘରଣୀ ?ତେବେ ଯାଉ ସେ ଘର ସଂସାରଆପଣାକୁ ଦେଇଛି ସେ ବିକି ହାଟବାଟରଜଗତ କହୁ ପଛେ ସେ କଳଙ୍କିନୀ ରାଧାସେ ଏଡ଼ାଇ ଦେଇଛି ସବୁ ତାର ବାଧାସେ ଯାଇଛି ଚାଲି ଆଜି ପାନ୍ଥାଳୟେ ସିଧାଯେଉଁ ପାନ୍ଥ ଯେବେ ଲୋଡ଼ିବତାକୁ ହୋଇ ଆତୁରରହିଛି ସେ ତନୁ ଅଜାଡ଼ିବାକୁହୋଇ ତରତରଜୀବନ ଝରଣା ଠେଲି ଉଠେ ଯେବେ ଏହିପରିଝରଣାର ଝର ରୋଧ କରିବ କିଏ କିପରି ?ତୃଷାର୍ତ୍ତକୁ ସେ କରିଛି ତୋଷଆପଣା ହୋଇ ଅତି ସନ୍ତୋଷଏହି ଜଗତର ଏହି ନାରୀଟିଦେଇଛି ଦି ହାତେ ଅଜାଡ଼ିଆପଣା ଜୀବନ ଆପଣା ସୁଖେପର ପାଇଁଟି-ନକରି କାହାକୁ ପରକରିଛି ସେ ସକଳେ ଆପଣାରନୁହେଁ ଅଳପ କଥାନୁହେଁ ଅଳପ ମରମ ବ୍ୟଥାଘର ଦ୍ୱାର ସ୍ୱାମୀ ସଂସାରସବୁ ଛାଡ଼ିଛି ସେକରିଛି ଆପଣାକୁ ଏକାକାର ।କାମନା ମରେ ନାହିଁ ବୃଦ୍ଧ ବସି ବସି ଭାବେ ।ଜରା ମଧ୍ୟରେ ଏ କି ଭାବନା କହ କହ ମୋତେବସନ୍ତ ଦିଏ ଦେଖା କାହିଁକି ରହି ରହି ଏତେ ?ବାସନା ଥାଏ ତାହା ଭିତରେ ପୂରୁବ ଗାଥାବିୟୋଗୀ ହୋଇ ଫେରି ଫେରି ସେ ବୁଲୁଥାଏ ଯଥାଦେଶ ଦେଶାନ୍ତ ଫେରି କରି ସେ ଫେରୁଥାଏ ପଛେବଡ଼ ଆଶ୍ଚର୍ଯ୍ୟ ରହିଥାଏଟି ପୂର୍ବ ସ୍ମୃତି ଇଚ୍ଛେଆହା ! ଏ କିପରି କଥା !ମାର ଶୋଇଛି ଅନ୍ତରେମାରନା ମାରନା ଗୋ ଏ ଚିତ୍ତରେବେଳେ ବେଳେ ଥିଲେ ଭାବନାକି ସବୁବେଳେ ମୁହିଁ ଚାହେଁ ଗୋମାର ସେ ସୁନ୍ଦର, ଚେତନା ମଧୁର ।ପୁଣି ଦେଖନ୍ତୁ-ଘରଣୀ ନାହିଁ ଯାରNo life without wifeଆଉ କିସ କରିବ କାରବାରସର୍ବଦା ମନ ଚଞ୍ଚଳ ମୋରଦିନଯାକ ପରିଶ୍ରମ କରିଘରକୁ ଆସିଲି ଫେରିଦେଖିଲି ଘର ଅନ୍ଧକାର ମୋରNo life without wife.ଶ୍ରାବଣ ମାସର ଦିନଅଧନ୍ୟ ମୋର ଏ ଜୀବନନାହାନ୍ତି ପ୍ରିୟା ମୋ ପାଶେହୋଇନାହିଁ ପ୍ରିୟା ଏବେ ବି-କେଉଁ ଆଶେଭ୍ରମୁଛି ଏହି ସଂସାରଦୁଃଖର ଜୀବନ ମୋର ସର୍ବଦା ବ୍ୟାକୁଳଯେଣିକି ଚାହେଁ ମୁଁ କେଣେ ନାହିଁ ମୋର କୁଳଧନ୍ୟବାଦ ଦେବି କିପରି ଜଗତ ଈଶ୍ୱରପୂର୍ଣ୍ଣ କର ଏ ଜଗତେ ଜୀବନଟି ମୋରନୋହିଲେ...ନୋହିଲେ... ନା-ନାଆଉ ତୁଣ୍ଡ ଫିଟୁନାହିଁ ମୋର ।କେତେ ଭାବନା । କେତେ ବିରହ ବେଦନା । ତା’ କଳନା କରିବ କିଏ ? କଳନା କରିବ କେତେ ?
ସ୍ତ୍ରୀର ମୋହିନୀ ଶକ୍ତି ପୁରୁଷକୁ ମୁଗ୍ଧ କରିଛି । ପୁରୁଷ ମଧ୍ୟ ସ୍ତ୍ରୀର ମୋହନ ହୋଇ ରହିଛି । ଯେଉଁ ଧାରଣା ସାଧାରଣଙ୍କର ଅଛି ଯେ ସ୍ତ୍ରୀ କେବଳ ପୁରୁଷକୁ ଆକର୍ଷଣ କରେ ତାହା ଠିକ୍ନୁହେଁ । ପୁରୁଷ ମଧ୍ୟ ସ୍ତ୍ରୀକୁ ଆକର୍ଷଣ କରେ । ଏହି ପରସ୍ପର ଆକର୍ଷଣ ବୟସରେ ହୁଏ । ଏହା ସ୍ୱାଭାବିକ । ଯେପରି ଚୁମ୍ୱକ ଆଉ ଲୁହା । କିନ୍ତୁ ଚୁମ୍ୱକ ଲୁହାକୁ ଆକର୍ଷଣ କରେ ସତ, ଲୁହା ଚୁମ୍ୱକକୁ ଆକର୍ଷଣ କରେ କି ? ମନେ କରନ୍ତୁ ଖଣ୍ଡିଏ ବଡ଼ ଲୁହା ପଡ଼ିଛି ଆଉ ଖଣ୍ଡିଏ ଖୁବ୍ଛୋଟ ଚୁମ୍ୱକ ପଡ଼ିଛି କିଛି ଦୂରରେ- ସେହି ଲୁହା ଖଣ୍ଡିକ ଚୁମ୍ୱକକୁ ଆକର୍ଷଣ କରି ପାରିବ କି ?
ବୋଧହୁଏ ତା ଖୁବ୍ସମ୍ଭବ ନା । ପ୍ରକୃତରେ ନା । ତାହାହେଲେ ଆକର୍ଷଣୀ ଶକ୍ତି ଚୁମ୍ୱକଠାରେ ଲୁହାଠାରେ ନୁହେଁ । ମାତ୍ର ପୁରୁଷ ଓ ସ୍ତ୍ରୀର ଆକର୍ଷଣୀ ଶକ୍ତି- ଉଭୟତ୍ର । ପୁରୁଷ ସ୍ତ୍ରୀକୁ ଆକର୍ଷଣ କରେ । ସ୍ତ୍ରୀ ପୁରୁଷକୁ ଆକର୍ଷଣ କରେ ।
ଏକଥା ସତ୍ୟ କି ନା ଏହାର ପ୍ରମାଣ ପୁରୁଷ ପକ୍ଷରେ ସ୍ତ୍ରୀ କହିପାରିବ ଏବଂ ସ୍ତ୍ରୀ ପକ୍ଷରେ ପୁରୁଷ କହି ପାରିବ । ଅର୍ଥାତ୍ସ୍ତ୍ରୀକୁ ପଚାରିବାକୁ ହେବ ଯେ ପୁରୁଷ ଦ୍ୱାରା ଆକୃଷ୍ଟ ହୁଏ କି ନାହିଁ । ଆଉ ପୁରୁଷ ତ କହିବ ଯେ ସେ ସ୍ତ୍ରୀ ଦ୍ୱାରା ଆକୃଷ୍ଟ ହେଉଛି ।
ରାଧାକୃଷ୍ଣ ପ୍ରେମରେ ଆମେ କଣ ଦେଖୁଁ ? ରାଧାକୃଷ୍ଣ ଦ୍ୱାରା ଆକୃଷ୍ଟ ହୋଇଛନ୍ତି ତଥା କୃଷ୍ଣ ରାଧା ଦ୍ୱାରା । ଏହିପରି ଅନେକ ନାଟକ ଉପନ୍ୟାସରେ ଆମେ ଏହି କଥାର ଯଥାର୍ଥ୍ୟ ଦେଖିବାକୁ ପାଉଁ । ଏ ବିଷୟରେ ସନ୍ଦେହର ଅବକାଶ ନାହିଁ ବୋଲି ମନେହୁଏ ।
ଅଳଙ୍କାର ପ୍ରିୟ ଉଭୟ ପୁରୁଷ ଓ ସ୍ତ୍ରୀ । ସେଥିପାଇଁ ପ୍ରାଥମିକ ମାନବ ସମାଜରେ ଆମେ ଦେଖୁଁ ପୁରୁଷ ଅଳଙ୍କାର ପିନ୍ଧେ, ସ୍ତ୍ରୀ ମଧ୍ୟ ଅଳଙ୍କାର ପିନ୍ଧେ । କିନ୍ତୁ ଆସ୍ତେ ଆସ୍ତେ ଦେଖାଯାଏ ଯେ ପୁରୁଷ ଅଳଙ୍କାର ଛାଡ଼ିଦିଏ, ମାତ୍ର ସ୍ତ୍ରୀ ତଥାପି ଅଳଙ୍କାର ପିନ୍ଧୁଥାଏ ।
କିନ୍ତୁ ଏହା ମଧ୍ୟ ଠିକ୍ନୁହେଁ । ଆଜି ଇଂରେଜ ସମାଜରେ, ବିଲାତୀ ସମାଜରେ ସ୍ତ୍ରୀର ଅଳଙ୍କାର ସେପରି ନାହିଁ- ପୁରୁଷର ମଧ୍ୟ ନାହିଁ ।ଭାରତ ବର୍ଷରେ ପୁରୁଷର ଅଳଙ୍କାରପ୍ରିୟତା ନାହିଁ- ମାତ୍ର ସ୍ତ୍ରୀର ଅଳଙ୍କାରପ୍ରିୟତା ଅଛି ।
କିନ୍ତୁ ଏ କଥା ଦେଖାଯାଉଛି, ସ୍ତ୍ରୀର ଲୁଗାପଟାରେ ରଙ୍ଗ ଓ ନାନା ଭୂଷା ଦରକାର ହେଉଛି- ପୁରୁଷ ସାଧାରଣତଃ ସାଧାସିଧା ଏହାର କାରଣ କଣ ? ସେହି କାରଣ ଅନୁସନ୍ଧାନ କରିବାକୁ ହେବ ।
ତାପରେ ପୋଷାକରେ ମଧ୍ୟ କିପରି ପରିବର୍ତ୍ତନ ଆସୁଛି । ବିଲାତୀ ସ୍ତ୍ରୀମାନେ ଅଳଙ୍କାରପ୍ରିୟା ନୁହନ୍ତି ବୋଲି ନା କଣ ସେମାନଙ୍କର ପୋଷାକ ପରିଚ୍ଛଦ ଭାରତୀୟ ଚକ୍ଷୁରେ ଲଙ୍ଗଳା ଲଙ୍ଗଳା ଦିଶେ । ଅଳଙ୍କାର ଯଦି ଯୌନ ଆକର୍ଷଣ ପାଇଁ- ତାହାହେଲେ ଅଳଙ୍କାର ବଦଳରେ ଲୁଗାପଟାର ଆଡ଼ମ୍ୱର- ଚିତ୍ରକାରିତା, ମନୋହାରିତା ଦରକାର । ତା ଯଦି ନ ଥିଲା ତା ହେଲେ ଲୁଗାପଟା ଏପରି ପିନ୍ଧିବା ଦରକାର ଯେଉଁଥିରେ ଯୌନ କ୍ଷୁଧାର ଆକର୍ଷଣ ପାଇଁ ଯୌନ ଅଂଶ ଆଡ଼କୁ ଇଂଗିତ ରହିବ ଏବଂ ସେପରି ପୋଷାକ କରିବା ଦରକାର । ଏହାହିଁ ହୋଇଛି ପାଶ୍ଚାତ୍ୟ ଦେଶରେ- ଏବଂ ଏହାରି ଅନୁକରଣ ଆମେ ମଧ୍ୟ କରିବାକୁ ଶିଖିଛୁଁ । ଏହାଛଡ଼ା ନାରୀଠାରେ ବର୍ଣ୍ଣବୈଚିତ୍ର୍ୟ, ପ୍ରଜାପତି ରଙ୍ଗର ଲୁଗାପଟା ଦେଖାଯାଏ ।
ରଙ୍ଗ ଚିତ୍ତକୁ ଆକର୍ଷଣ କରେ- ବିକ୍ଷେପ କରେ । ସେଥିପାଇଁ ନାରୀ ରଙ୍ଗ ବ୍ୟବହାର କରେ । ତାହାହେଲେ ଦେଖାଯାଉଛି ସାଧାରଣତଃ ନାରୀହିଁ ନରକୁ ଆକର୍ଷଣ କରିବା ପାଇଁ ସାଜସଜା କରେ ।
ଆଗେ କିନ୍ତୁ ଏହା ନ ଥିଲା । ସ୍ୱଭାବତଃ ପୁରୁଷ ସ୍ତ୍ରୀଠାରୁ ସ୍ୱାଭାବିକ ସୌନ୍ଦର୍ଯ୍ୟରେ ବେଶୀ ଭଲ । ମୟୂରର ପୁଛ ଅଛି- ମୟୁରୀର ନାହିଁ । ସିଂହର କେଶର ଅଛି କିନ୍ତୁ ସିଂହୀର ନାହିଁ ।
କିନ୍ତୁ ଏହି ସାଧାରଣ ନିୟମର ବ୍ୟତିକ୍ରମ ମଧ୍ୟ ପ୍ରକୃତିରେ ଦେଖା ଦେଇଛି । କୌଣସି କୌଣସି ଜାଗାରେ ଏପରି ପକ୍ଷୀ ଅଛି ଯାହାର ସ୍ତ୍ରୀ ବେଶୀ ସୁନ୍ଦର । ପୁରୁଷ ସେପରି ନୁହେଁ ।
ପୁଣି କେଉଁ କେଉଁ ପକ୍ଷୀ ଭିତରେ ପୁରୁଷ ଓ ସ୍ତ୍ରୀ ଉଭୟ ସୁନ୍ଦର । ଆଉ କେଉଁ କେଉଁ ପକ୍ଷୀ ଭିତରେ ପୁରୁଷହିଁ ସୁନ୍ଦର, ସ୍ତ୍ରୀ ସେପରି ନୁହେଁ ।
କିନ୍ତୁ ସାଧାରଣତଃ ପୁରୁଷ ବେଶୀ ସୁନ୍ଦର ସ୍ତ୍ରୀ ଅଳ୍ପ ସୁନ୍ଦର । ଏହି କାରଣରୁ କି ସ୍ତ୍ରୀମାନେ ବେଶୀ ସଜାଇହେବାକୁ ମନ ବଳାନ୍ତି । କହିବି କେତେ ? କଥା ଅପୂର୍ଣ୍ଣ ରହିଲା ।
ଅନେକ ଦିନ ହୋଇଗଲାଣି । କଟକ ସହରକୁ ଗୋଟିଏ ବଙ୍ଗାଳୀ ହୋମିଓପ୍ୟାଥ ଆସିଲା । ବୟସ ୭୫ । ତାର ସୁନାମ ହେଲା । ଦେଖୁ ଦେଖୁ ସେହି ଜୀର୍ଣ୍ଣ ତରୁରେ ପ୍ରାଣ ଉଛୁଳି ଉଠିଲା । ପତ୍ର ଧରିଲା । ଠିକ୍ସେହିପରି ସେହି ସମୟରେ କଟକ ଗାର୍ଲସ୍କୁଲରେ ଗୋଟିଏ ମାଷ୍ଟ୍ରରାଣୀଙ୍କ ବୟସ ହୋଇଥିଲା ୪୮ । ଏହି ଦୁଇଜଣଙ୍କର ବିବାହ ହେଲା ଗୀର୍ଜାରେ । ଧବଳେ ସାହେବ ସେତିକିବେଳେ କଟକ ଡିଷ୍ଟ୍ରିକ୍ଟ ଏବଂ ସେସନ୍ସ ଜଜ୍। ସେ God father ହୋଇ କନ୍ୟାକୁ ଗୀର୍ଜାକୁ ଘେନିଗଲେ । ବାତ୍ସାୟନ ଠିକ୍କହିଛନ୍ତି । କିନ୍ତୁ ଏତ ବାତ୍ସାୟନଙ୍କୁ ମଧ୍ୟ ଟପିଗଲା । ୭୫ ବର୍ଷ ବୟସରେ ବି ବିବାହ କରିବାକୁ ଇଚ୍ଛା ହୁଏ । ବଙ୍ଗଳାରେ ସେଥିପାଇଁ ଅଛି- ବିୟେ ପାଗଲା ବୁଡ଼ୋ ।
ଆଉ ଏକ ବିବାହ ଦେଖନ୍ତୁ- Contract marriage ତୁମେ ତୁମ ଘରେ ରହିବ । ମୁଁ ମୋ ଘରେ ରହିବି । ଯେଉଁଦିନ ପୁରୁଷ ଇଚ୍ଛା କରିବ ସେହିଦିନ ସେ ନାରୀଘରେ ଉପସ୍ଥିତ ହେବ । ସେ ଦିନ ରାତିର food and board ଫ୍ରୀ ।
ପ୍ରେମ ବା Love flame, ବା କାମ ବା କଦର୍ଯ୍ୟ ଲୋକଙ୍କୁ ପାଗଳ କରିଦିଏ । ବିଶ୍ୱାମିତ୍ରର ପତନ ସେହିଥିରେ । ମେନକା ତୁମେହିଁ ଜିତିଛ । ବିଶ୍ୱାମିତ୍ର ହାରିଛି । ସେଥିପାଇଁ ଅନେକ ବିବାହ କରିବେ; କରିବେ ନାହିଁ- କରିବେ କରିବେ ନାହିଁ- କରୁଁ କରୁଁ ଶେଷରେ ଅପ୍ରତ୍ୟାଶିତ ଭାବରେ ଗୋଟିଏ କେଉଁଠି ବିବାହ ହୋଇ ପଡ଼ନ୍ତି । ତା ପୂର୍ବରୁ ଅନେକ ଆଶା ନିରାଶାରେ ପରିଣତ ହୋଇଥାଏ- ଅନେକ କୁହୁକ ଅନେକ କୁହୁକୁନୀ ପୁରୁଷ ଆଗରେ ଖେଳାଇଥାନ୍ତି ।
Co-educationରେ ଅନେକ ପାଗଳ ହୋଇ ଯାଉଛନ୍ତି । ଏହାକୁ ତାହାକୁ ବିବାହ କରିବେ । ହୁଏତ ପୁରୁଷ ଇଚ୍ଛା କରୁଛି, ନାରୀ ନୁହେଁ- ପୁରୁଷ ହେଲା ପାଗଳ । ଆଉ ହୁଏତ ନାରୀ ଇଚ୍ଛା କରୁଛି ପୁରୁଷ ନୁହେଁ- ନାରୀ ହେଲା ପାଗଳୀ ।
ପୁଣି ଏପରି ଦେଖାଯାଉଛି- ପୁରୁଷ ସ୍ତ୍ରୀ ପ୍ରତି ଆକୃଷ୍ଟ । ସ୍ତ୍ରୀ ବିବାହ କଲା ନାହିଁ । ସେଥିପାଇଁ ପୁରୁଷ ଅପେକ୍ଷା କରି କରି ରହିଲା- ଶେଷରେ ନ ହେଲା ବିବାହ । କୌଣସି କୌଣସି ଜାଗାରେ ୨।୩ ପୁରୁଷ ଏକ ନାରୀର ମୋହରେ ପଡ଼ିଛନ୍ତି । ନାରୀ ବିବାହ କରିନାହିଁ- ପୁରୁଷମାନେ ମଧ୍ୟ ଏକାକୀ ଜୀବନ ଶେଷକୁ ଯାପନ କରିଛନ୍ତି ।
ଆଶ୍ଚର୍ଯ୍ୟ ଏସବୁ ସହନଶୀଳତା, ଆଶ୍ଚର୍ଯ୍ୟ ଏ ସବୁ ଆକର୍ଷଣ- ଆଶ୍ଚର୍ଯ୍ୟ ଏସବୁ ତ୍ୟାଗ । ଆଃ ! କି ଯନ୍ତ୍ରଣା ! କି ଦୁଃଖର କଥା ! ଏକ ପୁରୁଷ ରାୟବାହାଦୂର ଏମ୍. ଏ- ତଥାପି ବଦଭ୍ୟାସରେ ପଡ଼ିଛି ମଲାପର୍ଯ୍ୟନ୍ତ । ପୁରୁଷ ତା ଉପରେ ସହବାସ କଲେ ତାର ତୃପ୍ତି । ତାର ବଡ଼ ବଡ଼ ପୁଅମାନେ ଏହା ସହ୍ୟ କରି ପାରିଲେ ନାହିଁ- ତାଠାରୁ ଅଲଗା ହୋଇଗଲେ ।
ଠିକ୍ଏହିପରି ଏକ ବୃଦ୍ଧା ୭୦ ବର୍ଷର ହେବ- ସେ ବାଳକମାନଙ୍କୁ ଧରି ସେମାନଙ୍କୁ ଛାତ୍ରବୃତ୍ତି ଇତ୍ୟାଦି ଦେଇ ସେମାନଙ୍କ ଦ୍ୱାରା ତାର ଏହି କାମ କ୍ଷୁଧା ଚରିତାର୍ଥ କରାଏ । ଏହା ଦେଖି ତାର ବଡ଼ ବଡ଼ ପୁଅମାନେ ସହି ପାରନ୍ତି ନାହିଁ- ତେଣୁ ସେ ପିଲାଙ୍କଠାରୁ ମଧ୍ୟ ଅଲଗା ରହିବାକୁ ଚାହେଁ ।
ହେ ବିଧାତା ! ହେ ସୃଷ୍ଟିକର୍ତ୍ତା ! ଏସବୁ ପ୍ରକୃତି କିପରି ଏମାନଙ୍କ ଭିତରେ ଦେଲ ?
ସୋଡ଼ମ ଆଉ ଗୋମରା ସହର ତ ଏହିପରି ପୂର୍ବକାଳରେ ଧ୍ୱଂସ ହୋଇ ଯାଇଥିଲା । ଫ୍ରାନ୍ସରେ ଏହି ଜନ୍ମସଂଖ୍ୟା ଅତି କମ୍ହେବାରୁ ତ ସେଠି ଯେ ମା ଏକାଥରେ ଦୁଇ ତିନିଟା ଛୁଆ ଜନ୍ମ କଲା- ତାକୁ ପୁରସ୍କାର ମିଳୁଥିଲା । ଆଉ ଏଠି ଆମ ଭାରତବର୍ଷରେ ଚିନ୍ତା ପଡ଼ିଛି କିପରି ଜନ୍ମ ନିରୋଧ କରାଯିବ- ଲୋକସଂଖ୍ୟା କିପରି କମାଇବାକୁ ହେବ ।
ବହୁଦିନ ଗଲା । ଆଜି ପୁଣି ଏହା ଲେଖିବାକୁ ବସିଲି । ଆଜି ଅଳ୍ପ ବୟସରେ ବିବାହ କରି କଞ୍ଚା ବୟସରେ ଯୌନକ୍ରିୟାରେ ଲିପ୍ତ ହୋଇ ଶରୀର ମନ ନୀତି ସବୁ ଭ୍ରଷ୍ଟ କରୁଛନ୍ତି । ବିବାହର ବୟସ ସିନା ଟିକିଏ ବଢ଼ିଯାଇଛି କିନ୍ତୁ ଭ୍ରଷ୍ଟତା ଅସଯଂମ ବଢ଼ି ଯାଇଛି । ଆଜି ବାଳକ ବାଳିକାର ଅବାଧ ମିଳନ-ଯୁବକ ଯୁବତୀର ମଧ୍ୟ । ପୂର୍ବେ ବାଲ୍ୟବିବାହ ଥିଲେ ମଧ୍ୟ ସଂଯମର ଓ ଶୃଙ୍ଖଳାର ସୀମା ଅତ୍ୟନ୍ତ ବେଶୀ ଥିଲା ।
ଆଜି ସଂଯମର ସବୁ ବାଡ଼ବତା ଭାଙ୍ଗିଯାଇଛି- ଶରୀରରୂପୀ ଉଦ୍ୟାନ ଆଜି ପଡ଼ିଆ ପଡ଼ିଛି ଯେଉଁ ଗାଈ ଯେଉଁଠାରେ ପଶିଲା- ଯେଉଁ ବାଟେ ପଶିଲା- କିଛି ମନା ନାହିଁ ।
ଆଜି ଘରର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ କମିଯାଉଛି । ମନୋବିଜ୍ଞାନରେ ବଡ଼ ଗୋଳମାଳ ଘଟୁଛି । ମାତାପିତାମାନେ ବାଳିକା ବାଳକଙ୍କୁ ଯୁବକ ଯୁବତୀ କଥା ଛାଡ଼- ଆଉ ନିଜ ଆଇନରେ ରଖି ପାରୁ ନାହାନ୍ତି । ପୁଣି ଯୁବକ ଯୁବତୀ ବିବାହ ପରେ ସେ ସୁଖ ଭୋଗ କରି ପାରୁ ନାହାନ୍ତି । ସେମାନଙ୍କର ବ୍ୟଭିଚାରୀ ମନ ଯୋଗୁଁ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ସଂମୋହ କମିଯାଉଛି । ଆଜି ଭାରତରେ ଏହି ନୈତିକ ଅବସାନ ଘଟୁଛି ବଡ଼ ଖରତର ବେଗରେ ।
ଆମେରିକା ଇଂଲଣ୍ଡ ନୈତିକ ଅବସାନରୁ ଯେତେବେଳେ ଉଠିବାକୁ ବାଟ ଖୋଜୁଛନ୍ତି; ସେତେବେଳେ ଯୁବକ ଯୁବତୀ ସ୍ୱେଚ୍ଛାଚାରିତାର ଗୌରବ ଅନୁଭବ କରୁଅଛନ୍ତି । ତେଣୁ ଅନେକ ସମୟରେ ବୟସ୍କ ଗୃହସ୍ଥର ମନରେ ବଡ଼ ମର୍ମନ୍ତୁଦ ଦୁଃଖ ଜାତ ହେଉଛି ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ