ସତ୍ୟଭାମା ଉକ୍ତି
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୬
- ସ୍ଥିତି
- ସାର୍ବଜନୀନ (Public domain)
[ନ ନିଅ ଆମ୍ଭ ଶ୍ରୀହରି ରେ - ବୃତ୍ତେ]
ନ ଥିବେ ତୁମ୍ଭ ସମାନ ହେ ଅର୍ଜ୍ଜୁନ, ରସାରେ ଏପରି ଜନ । ଫେରାଇ ଦେଉଛ କି ବିଚାରି ଚିତ୍ତେ ଏଡ଼ି ଶ୍ରୀହରିବଚନ ହେ ।ପଦ । ଶୁଣିଛି ଦ୍ରୁପଦ ପୁରେ ହେ ଅର୍ଜ୍ଜୁନ, ଭେଦିଲି ଦ୍ରୋଣ ଲାଖରେ । ପାଞ୍ଚାଳୀକି ନେଇ ଭାଇଙ୍କି ବାଣ୍ଟିଛ କେମନ୍ତେ ବଳିଲା ମନ ହେ ।୧। ପରେ ପରେ ପରିଚିତ ହେ ଅର୍ଜ୍ଜୁନ, ଏ କାଳର ଗତି ଚିନ୍ତ । ଜଳନ୍ଧର-ନାରୀ ହରିଲେ ଶ୍ରୀହରି ଇନ୍ଦ୍ର-ଅହଲ୍ୟା ବିଧାନ ହେ ।୨। ଧାତା ଉର୍ବଶୀ ହରିଲେ ହେ ଅର୍ଜ୍ଜୁନ, ଗୁରୁପତ୍ନୀ ଚନ୍ଦ୍ର ନେଲେ । ଷୋଳସସ୍ର ସତୀ ନେଲେ ଯଦୁପତି ସୀତା ହରିଲା ରାବଣ ହେ ।୩। ସରବେ ଭଉଣୀ ଭାଇ ହେ ଅର୍ଜ୍ଜୁନ, ଏକ ପିତା ଆନ ନାହିଁ । ଜାଣିଶୁଣି ପୁଣି ଅଜଣା ହେଉଛ କହୁଛ କଟୁ ବଚନ ହେ ।୪। ପୁରୁଷଙ୍କ ଶିରୋମଣି ତୁମ୍ଭେ ପରା, ଧରି ନ ଥିବ ଧରଣୀ । ଏଡ଼େ ଅଲାଜୁକ ଆଷାଢ଼ର ପିକ ଧିକ ବଇ ନିବେଦନ ହେ ।୫।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର