ଅର୍ଜୁନର ଉକ୍ତି
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୨
- ସ୍ଥିତି
- ସାର୍ବଜନୀନ (Public domain)
[ଏହି କି ମୋ ଜବାଧରା - ବୃତ୍ତେ]
ଏଡ଼େ ଅନୀତି ଭାରତୀ ଭାଷ କାହିଁକି ଗୋ ।ପଦ । ଅର୍ଦ୍ଧ ରଜନୀ । ଦେଖ ସଜନୀ ଗୋ । ଛଳେ ଡାକ କାହିଁପାଇଁ ଗୋ ।୧। ଭଗ୍ନୀ-ଭାଇରେ । କେ ବିଭା କରେ । ଶୁଣଛ କି କେବେ କାହିଁ ଗୋ ।୨। ପାପ ଅନଳେ । ମୋ ପୁଣ୍ୟଫଳେ । ଜାଳ ନାହିଁ ଗୋ ଜାଳ ନାହିଁ ଗୋ ।୩। ଛାଡ଼ ଚାତୁରୀ, ରେ ହେମଗୋରୀ । ନୁହ ବାଇ ଗୋ ନୁହ ବାଇ ଗୋ ।୪। ଚିତ୍ତହରଷେ, ବଇଆ ଭାଷେ । ମୋହ ନାହିଁ ମୋହ ନାହିଁ ଗୋ ।୫।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର