ସତ୍ୟଭାମାର ଗୀତ
ଗଣକବି · ୧୮୮୨–୧୯୫୬
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୨
- ସ୍ଥିତି
- ସାର୍ବଜନୀନ (Public domain)
[ଯେବେ ଏତେ କଥା ଚିତ୍ତେ - ବୃତ୍ତେ]
ବଡ଼ ଅସମ୍ଭବ କଥା କହୁ ସୁଲୋଚନା ରେ । ଭାଇ - ଭଉଣୀରେ ବିଭା ଶାସ୍ତ୍ରେ ଅଛି ମନା ରେ ।ପଦ । ଏ କଥା ଶୁଣିଲେ ଭାଇ । କି ଭାବିରେ ମନେ ସେହି । ମହୀରେ ଘୋଷିବା ନିନ୍ଦା ସୁରମ୍ଭାଜଘନା ରେ ।୧। ଆଜି ମୁଁ କଥାଛଳରେ । ହରିଙ୍କି ରାତ୍ରକାଳରେ । ଶୁଣାଇ କରିବି ନିଶ୍ଚେ ପୂର୍ଣ୍ଣ ତୋ କାମନା ରେ ।୨। ଯେବେ ସେ କରନ୍ତି ନାସ୍ତି । ଜାଣିଥା କରକଦନ୍ତି ! ବୁଝାଇବି ନାନାଶାସ୍ତ୍ର କରି ଆଲୋଚନା ରେ । ଭଗ୍ନୀ ପରସୁତା ପରସୁତ । ଏ ବିଭା ବେଦବିହିତ । ଥାଅ ବଇ ରଚେ ଗୀତ ହୁଅନା ବିମନା ରେ ।୪।
(ରାତ୍ରେ ସତ୍ୟଭାମା କୃଷ୍ଣଙ୍କୁ ଜଣାଇବା ଓ କୃଷ୍ଣଙ୍କ ଉକ୍ତି ଗୀତ)[କରିବା କି ବୁଦ୍ଧି କହ ଆହେ ବିଧି - ବୃତ୍ତେ]
ଅର୍ଜୁନକୁ ଦେଖି ଯେବେ ରେ ସୁମୁଖୀ, ସୁଭଦ୍ରା ମୋହିତ ହେଲା । ତା ମନେ ତୋ ମନ ଏକତ୍ର ମିଶାଇ ବିଭା ଦିଅ ତୁହି ଭଲା । ପୂର୍ବଉପକାର, ସ୍ମରଣ କରି କାରଣ କର ।୧। ସେ ଅବିବାହିତା ଅଛି ଜାଣ ସତ୍ୟା କରନା ତା ଆଶାଭଙ୍ଗ । ହେବ ମହାପାପ ଭୋଗିବୁ ସନ୍ତାପ ଘଟାଇ ଦିଅ ସେ ଯୋଗ । ଥିବ ଦୁଃଖିତରେ, ଭଳାଇ ମୁଁ ଏହା ମାନସରେ ।୨। ମଧ୍ୟପାତ୍ରୀ ହୋଇ ଏହି ରାତ୍ର ମଧ୍ୟେ ସୁଭଦ୍ରାକୁ ଘେନି ଚଳ । ରେ କନକଗାତ୍ରୀ ଦୁହିଙ୍କର ମତି ଏକତ୍ରେ କରାଅ ମେଳ । ଆରେ କଲକଣ୍ଠି, ଭୁଲି ନ ଯିବୁ ଏ କଥା ଗୋଟି ।୩। ତ୍ରୁଟି କଲେ ଛୁଟିଯିବ ଭଦ୍ରା ଜୀବ ଜୀବଧବପୁର ଯିବ ହେଳେ । ଲୁଟିନେବ କାଳଯମ କ୍ରିୟାକର୍ମ ପଡ଼ାବୁଲା ବଇଷ୍ଣବ ଭାଳେ । ଧାତା ଲେଖା ଯାହା, ଆନ କେ କରି ପାରିବ ତାହା ।୪।
(ସତ୍ୟଭାମା ସୁଭ୍ରଦାକୁ ଘେନି ଅର୍ଜୁନର ଦ୍ୱାର ନିକଟରେ ପ୍ରବେଶ)ସତ୍ୟଭାମା – ଫିଟାଅ ଦୁଆର ବେଗେ ହେ ପୁରୁଷମଣି ! ସୁଭଦ୍ରାକୁ ଘେନି ମୁହିଁ ଆସିଅଛି ପୁଣି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର