ସରସ୍ୱତି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୮
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ମାତ ସରସ୍ୱତି,ତବ ପରି ବିଦ୍ୟାବତୀ ।ନାହିଁ ନାହିଁ ଭୂମଣ୍ଡଳେ,ତୂମ୍ଭଯୋଗେ ରାଜ୍ୟ ଚଳେ ଗୋ ।୧।ଦଳଦଳଙ୍କୁ ଶିଖାଅ,କାର୍ଯ୍ୟକ୍ଷେତ୍ରେ ଛାଡିଥାଅ ।ଶ୍ରୀପଞ୍ଚମୀ ତିଥି ହେଲେ,ଦେଖାଦିଅ ଗେଲେ ଗେଲେ ଗୋ ।୨।ଦେଖିଲେ ତବ ପ୍ରତମା,ବଢ଼େ ମନେ ସୁଖସୀମା ।ଭୋଗରାଗ ପୂଜା ସାରି,ନେଇ ଆଡମ୍ବରେ ଭାରି ଗୋ ।୩।କରିଥାନ୍ତି ଜଳଶାୟୀ,ସ୍ୱାମୀ ଘରେ ରହ ଯାଇ,ମୁଁ ଅଛି ବିପଦ କ୍ଷେତ୍ରେ,ଚାହିଁବ ପବିତ୍ର ନେତ୍ରେ ଗୋ ।୪।