ଲକ୍ଷ୍ମୀ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୭୦୧
- ସ୍ଥିତି
- ସାର୍ବଜନୀନ (Public domain)
ଖାଲି ହେଲା ଚାହୁଁ ଚାହୁଁ,ଲକ୍ଷ୍ମୀଙ୍କ ଭଣ୍ଡାର ଆଉ ।ସରିଗଲା ଭାତ ରୁଟି,ଖୁଦକୁଣ୍ଡା ହେଲା ଲୁଟି ହେ ।୧।ପୋଷ ମାତା ଲକ୍ଷ୍ମୀରାଣୀ ।କର ତାଟକା ଚାହାଣି ।କି ହେଲା ଏ ଚାଜ୍ୟ ତୋର,ଛନକା ଲାଗୁଛି ଘୋର ଗୋ ।୨।ଥରେ ଜଗନ୍ନାଥ ପାଶେ,କହିଲ ଗର୍ବ ସାହସେ,ମୁଁ ଯାକୁ ନ ଦେବି ପଡି ।ତାହାଣ୍ଡି ପଡ଼ିବ ଗଡ଼ି ହେ ।୩।ସକଳ ଜୀବେ ଆଧାର,ମୋର ଦେବା ଅଧିକାର,ଦେଖାଇ ଦେଲ ପିମ୍ପୁଡି,ଖାଉଥିଲା ସେ ଖୁଦୁଡି ଗୋ ।୪।ଏ ପ୍ରତିଜ୍ଞା ଗଲା କାହିଁ,ଦେଉ ନାହିଁ କାହିଁପାଇଁ ।ଚାଳନେ ଯେବେ ଅକ୍ଷମ,ଛଡି ଦିଅ ସେହି କାମ ଗୋ ।୫।ତୁମ୍ଭ ଲାଗି ଏ ସଂସାର,କିମ୍ପା ହେବ ନାରଖାର ।ମିଳିଲେ ଅନ୍ୟ ଚାଳକ,ରଖିବେ ରସାନାୟକ ଗୋ ।୬।ଉତ୍କଳ ଦେଶର ଜନ,ମାନଙ୍କର ମାରି ଅନ୍ନ ।ବସିଅଛ କାହିଁ ପାଇଁ,ଏ ତ ଭଲ ଦିଶୁ ନାହିଁ ଗୋ ।୭।କଲେ କେଉଁ ଅପରାଧ,ସାଧିଅଛ ତୁମ୍ଭେ ବାଦ ।କି ଜବାବ ଦେଉଅଛ,ଲାଗିଲୁଁ ତୁମ୍ଭର ପଛ ଗୋ ।୮।ହୋଇଲା ଆକାଶବାଣୀ,ଧୀରେ ରହ ଜନ ପ୍ରାଣୀ ।କିଛି ଦିନ କଷ୍ଟ ସହି,ରହିଥାଅ ଏହି ମହୀ ହେ ।୯।କରୁଛୁଁ ଆମ୍ଭେ ବିଚାର,ଶୀଘ୍ର ହେବ ପ୍ରତିକାର ।ପ୍ରତ୍ୟେକ ଘରେ ଓଳିଆ,ରଖିବେ ଜଗାବଳିଆ ହେ ।୧୦।ବଡ ଚଷାଙ୍କ ନାଳିଆ,ଭରାଇ ଦେବେ କାଳିଆ ।ରଖାଇ ଦେବେ ବିହନ,ବନ୍ଧାଇ ପୁଡ଼ୁଗମାନ* ହେ ।୧୧।ଜଡା ସୋରିଷ ଫଳିବ,ତଇଳ କ୍ଲେଶ ମେଣ୍ଟିବ ।ରବି ଶସ୍ୟ ହେବ କେତେ,ରଖିବ ଯାହାକୁ ଯେତେ ହେ ।୧୨।ବାଡ଼ି ଘର ଯିବ ପୂରି,ଫଳିବ ଭେଡାଟୁପୁରୀ ।ଢୁଉଢୁଆ ବାଇଗଣ,ହେବ ପଟୁମାଳେ ବଣ ହେ ।୧୩।ହାଣ୍ଡି ହାଣ୍ଡି ବଢ଼ାଭାତ,ବାଣ୍ଟିବ ପିଲାଙ୍କ ହାତ ।ଖାଇଯିବେ କେତେ ଭାତ,