ସଙ୍କଟେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୮
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ ସଙ୍ଗଟେଶ୍ୱର,ସଙ୍କଟୁ ଉଦ୍ଧାର କର ।ତବ କୀର୍ତ୍ତି ଅଛି ଦେଶେ,ଦିଅନ୍ତୁ କରୁଣା ଲେଶେ ହେ ।୧।କେତେ ଲୋକର ସଂକଟ,ତାରଣେ ହୁଅ ପ୍ରକଟ ।ତାଲିକା ରଖିବ ତାର,ଜଗତେ ହେବ ପ୍ରଚାର ହେ ।୨।ଶ୍ମଶାନ ବୁଲିବା ବେଳେ,ନଥିବଟି ଅବହେଳେ ।ନନ୍ଦୀ ଭୃକୁଟୀଙ୍କି ସଙ୍ଗେ,ନେବ ବୁଝାଇବ ରଙ୍ଗେ ହେ ।୩।ବିଶେଷେ ନଦୀ ପ୍ରାନ୍ତର,ସିନ୍ଧୁପନ୍ତାର, କନ୍ଦର ।କରୁଛ ନିତି ଭ୍ରମଣି,ସାବଧାନେ ଗୁଣମଣି ହେ ।୪।