ର ।ଧାମୋହନ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଶ୍ରୀ ରାଧାମୋହନ,କରୁଅଛି ସଦାଧ୍ୟାନ ।ଢାଳିଦିଅ ସ୍ନେହବାରି,ଅଧମକୁ ନିଅ ତାରି ହେ ।୧।ଖୋରଧା ନଅର ପାଶ,ବିରାଜେ ତୁମ୍ଭର ବାସ ।ପୂର୍ବେ ଖୋରଧା ରାଜନ,ରଖିଥିଲେ ବଡମାନ ହେ ।୨।ଦର୍ଶନ ଆଶେ ନରେଶ,ପ୍ରତ୍ୟହ ପାଶେ ପ୍ରବେଶ ।ହଅନ୍ତି ଭକ୍ତି ଭାବରେ,ତୋଷନ୍ତି ବହୁ ସମ୍ଭାରେ ହେ ।୩।ଆଉ ନାହିଁ ସେହି ଦିନ,ଏବେ ସକଳ ମଳିନ ।ଲାଗିଲା କୁହୁକଖେଳା,ମଜ୍ଜିଲା ପ୍ରଭୁଙ୍କ ଭେଳା ହେ ।୪।