ସଙ୍ଗ-ଫଳ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୦
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱର୍ଣ୍ଣ ବର୍ଣ୍ଣ କମିଅର ପୁଷ୍ପ ମନୋହର,କିନ୍ତୁ ତାର ଫଳ ବିଷ ଭୀଷଣ ବିଷମ ।ଶିବ ପାଶେ ରହିବାରୁ ସଙ୍ଗର କି ଫଳ,ଗଉରୀ ଗଉର କାନ୍ତି ଭୁଜଙ୍ଗ ଗରଳ ।ସେରୂପେ ଧୂସ୍ତୂର ଫୁଲ ଜାହ୍ନବୀବରଣ,ଫଳ କରିଅଛି ସର୍ପ-ବିଷ ଆକର୍ଷଣ ।ଏହିରୂପେ କେତେ ଲୋକ ଶାସ୍ତ୍ରସଙ୍ଗ ଗୁଣ,ଘେନି ହୋଇଥାନ୍ତି ହିତ ଭାଷଣେ ନିପୁଣ ।କିନ୍ତୁ କର୍ମେ କରିଥାନ୍ତି ଅତ୍ୟନ୍ତ ଅହିତବଦ୍ଧ ହୋଇ ନୀଚ ଦୁଷ୍ଟ ପ୍ରବୃତ୍ତି ସହିତ ।[୧୯୧୪ ଅକ୍ଟୋବର, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର