ବାକ୍ୟବୀର ଓ କର୍ମବୀର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୫
- ସ୍ଥିତି
- ସାର୍ବଜନୀନ (Public domain)
ଭେକ ଗରଜିଲେ ଆସଇ ବରଷାଜଳଧାରେ ମହୀ କରେ ପ୍ଳାବିତ,ବାକ୍ୟବୀର ଡାକି କରଇ ଭରସାକର୍ମବୀର ଥିବ ବୋଲି ଜୀବିତ ।ମରୁଦେଶ ଭେକ ଗରଜଇ ନାହିଁନାରଦ ସେ ଦେଶେ ନ ଦିଏ ନୀର,କର୍ମବୀର କର୍ମ- କୁଣ୍ଠିତା ନ ଚାହିଁନ ଡାକନ୍ତି କେବେ ବଚନବୀର ।ହେଲେ ବିଦ୍ୟୁଲ୍ଲେଖା ଗର୍ଜନ ଭୀଷଣଜଣାଯାଏ ମେଘ ବର୍ଷିବ ଜଳ,ତେଜସ୍ୱିନୀ ଲେଖା ସୁତୀବ୍ର ଭାଷଣକର୍ମବୀରଠାରେ ନୁହେ ନିଷ୍ଫଳ ।କୋକିଳ ଭାଷିଲେ ରସାଳ ପାଚଇ,ଭୁଞ୍ଜନ୍ତି ତା ସୁଖେ ଜଗତ-ଜନ,ବାକ୍ୟେ କର୍ମବୀର ଶକ୍ତି ସଞ୍ଚରଇ,ତେବେ କରେ ଲୋକହିତ ସାଧନ ।କାକ ଡାକ ଶୁଣି ଉଠଇ ମାନବକର୍ମେ ରତ ହୁଏ ତେଜି ପଲ୍ୟଙ୍କ,ଚକ୍ଷୁ ଖୋଳି କାକ ଖାଇଲେହେଁ ଶବପକାଇ ପାରଇ ନାହିଁ ପଲକ ।ଉତ୍ତେଜିତ ଲୋକ ହୁଏ ଉପଦେଶେଧନପଣ ତହିଁ ହୁଅନ୍ତି ଚାଳି,ନ ଥାଏ ପୁରୁଷ- କାର ଯେଉଁ ଦେଶେସହି ନେଇଥାଏ ସହସ୍ର ଗାଳି ।ବେଦାନ୍ତ ମତରେ ଚତୁର୍ଦ୍ଦଶଟି ଇନ୍ଦ୍ରିୟର ଚତୁର୍ଦ୍ଦଶଟି ଦେବତା ଅଛନ୍ତି । ତନ୍ମମଧ୍ୟରୁ ଚକ୍ଷୁର ଦେବତା ସୂର୍ଯ୍ୟ[୧୯୧୫ ଅଗଷ୍ଟ, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର