ସଂଦେଶ
୧୮୪୮–୧୯୧୮
- ସଂକଳନ: ପଦ୍ୟମଞ୍ଜରୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୫
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱଦେଶ କେମନ୍ତ ଅଟେ ମନୋମତି କେ କହିବ ତାହାପର ।ସ୍ୱଦେଶରେ ଶୋଭା କେଡ଼େ ମନୋଦଳାଗଲ ପର କେନେନେଘର ॥
ଦେଶ ତରବର ନଦୀ ସରୋବର ସମସ୍ତେ ଯେ ମନୋହର ।ଯେତେ ପଶୁ, ପକ୍ଷୀ ଦେଖିବ ନିରେଖି ସମସ୍ତେ ଶୁଣଥାକର ॥
ସ୍ୱଦେଶର କୀର୍ତ୍ତି ମନୋହର ମର୍ତ୍ତି ଦେଖି ଛାତି ଫୁଲିଯାଏ ।ସ୍ୱଦେଶମୟ ରାଜା ସ୍ୱଦେଶୀୟ ପୁଚ୍ଚା ଦେଖି ତୋଷ କେ ନପାଏ ॥
ପୁରୀମହାରାଜ ହୋଇଣ ସମନ୍ନ କଲେ ଏଦେଶେ ଗମନ ।କେତେ ହରିବୋଲ ନାହିଁ ସମତୁଲ ସମସ୍ତେ ହାସ୍ୟବଦନ ॥
ସ୍ୱଦେଶ ଚଳଣି ଆଚରିଲ ମଣି ଚଳନ୍ତି ସମସ୍ତେ ବନେ ।ବିଦେଶୀୟ ପ୍ରଥା କରନ୍ତି ଅନ୍ୟଥା ଦୋଷ ବାଛିକର ମନେ ॥
ସ୍ୱଦେଶେ କିସ୍ନେହ ନ ଦେଖିଲେ ଲୁହି ନୟନୁ ହୁଏ ବାହାର ।ଛନଛନ ମନ ଅତି ଉଚ୍ଚାଟନ ଟାଣେ ଚୁମ୍ବକ ପ୍ରକାର ॥
ଛାଡ଼ିଘରଦ୍ୱାର ପୁତ୍ରପରିବାର ବିଦେଶେ ଯେହୁ ରହିବ ।ସ୍ୱଦେଶୀୟ ମୁଖ ଦେଖି କେଡ଼େ ସୁଖ ସେ ଅନୁମାନ କରିବ ॥
ସ୍ୱଦେଶ ଉନ୍ନତି ପ୍ରଥମରେ ଚିନ୍ତ ବିଦେଶ ଯେ ତାହା ପର ।ଏହି ନିୟମରେ ବଦ୍ଧ ହୁଅ ବାରେ ବିଜ୍ଞ ଗତା ଧନେଶ୍ୱର ॥
ଆହେ ଭ୍ରତୃଗଣ ଗୁଣ ମୋ ବଚନ ହୁଅ ବଦ୍ଧପରିକର ।ପ୍ରତ୍ୟେକରେ ଆସ କରିବା ସ୍ୱଦେଶ ମୁଖ ଅତି ତେଜସ୍ୱର ॥
ସ୍ୱଦେଶ ଉନ୍ନତି ମନେ ମନେ ଚିନ୍ତି ଯତ୍ନରେ ତ୍ରୁଟି ନ ହେଉ ।ହୋଇଲେ ହୋଇଲା ନୋହିଲେ ନୋହିଲା କାରାବାସ ଦେବ କେହୁ ॥
ସ୍ୱଦେଶ ପ୍ରେମରରେ ମୁଗ୍ଧହୋଇବାରରେ ଧୀରେ କି ନ କରୁଛନ୍ତି ।ପଢ଼ିଇତିହାସ ନ କର ସାହସ ଭାବି ଉତ୍କଳ ଉନ୍ନତି ॥
ଓଡ଼ିଶା ମୋହର ମର୍ତ୍ତ୍ୟ ସ୍ୱର୍ଗପୁର ଜାତିରେ ମୁହିଁ ଓଡ଼ିଆ ।କାହିଁ ଆମେରିକା କାହିଁ ଆଫେରକା ଇଗ୍ଲଂଣ୍ଡମଣେ ପଡ଼ିଆ ॥
ସୁଦେଶୀୟଜନ ବଦନ ଲୋକନ କରି ପ୍ରେମାମୃତ ପାନ ।ସୁଖେ କାଳ ନେବି କାହିଁକି ନଯିବ ପାଇବ ବୈକୁଣ୍ଠସ୍ଥାନ ॥
ବିଦେଶେ ସାକର ମଶି ତରକର କରିବି ମୁଁ ଅନାଦର ।ଦେଶେ କାଞ୍ଜିପାଣି ଅତି ସତାମଶି କରିବି ତହିଁ ଆଦର ॥
ଓଡ଼ଷା ଭାବନା ଉନ୍ନତ କାମନା ହୁଏ ମୋର ନିରନ୍ତର ।ହେ ଦୟାସାଗର ଦୁଃଖୀଙ୍କ ସୋଦର ଉତ୍କଳର ଦୁଃଖ ହର ॥
ନାନାଶସ୍ୟହେଉ ସୁଖେ ଦିନଯାଉ ଚହନ୍ତ ମୋ ଭାଇଟାଣେ ।ନାନାଗ୍ରନ୍ଥ ପତି ହୁଅନ୍ତୁ ସଜାଉ ଦେଖନ୍ତୁ ଜଗତଜନେ ॥
ବହୁତ ବାଣିଜ୍ୟ ହେଉ ଏହିରାଜ୍ୟ ଧରେ ଅଳକାସମ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର