କଟକ ନର୍ମୋଲ୍ ସ୍କୁଲ
୧୮୪୮–୧୯୧୮
- ସଂକଳନ: ପଦ୍ୟମଞ୍ଜରୀ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୬୪
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟଧନ୍ୟ ମାତ ତବ ଧନ୍ୟ ସେ ମହିଁମା ।ଲେଖନୀରେ ତାହା କେହି କରିବ କି ସୀମା ॥
ଉତ୍କଳର ଅଟ ତୁମ୍ଭେ ଉନ୍ନତି ସୋପାନ ।ତୁମ୍ଭର କିରଣ ଦେଶେ ବ୍ୟାପେ ସ୍ଥାନ ସ୍ଥାନ ॥
ପ୍ରଥମେ କଟକେ ମାଗୋ ଯେବେ ତୋ ଆବେଗ ।ଦେଖିଣ ବାଳକବୃନ୍ଦ ଆସିଲେ ଅଶେଷ ॥
ସେହ୍ନଭରେ ମାତୃ ତୁମ୍ଭେ କଲ କୋଳାଗ୍ରତ ।ଅଜ୍ଞାନତା ଛାଡି ସବୁ ହୋଇଲେ ଜାଗ୍ରତ ॥
କି ଦୟା ପ୍ରକାଶି ଅଛୁ ଏ ସନ୍ତାନ ପ୍ରତି ।କଦାକାଳେ ଭୁଲିବି କି ଏହି ମୂଢ଼ମତ ॥
କରିଚି ସନ୍ତାନ ଯାହା ଜ୍ଞାନ ଉପାର୍ଜନ ॥
ତହିଁରେ ଅଟଗୋ ତୁମ୍ଭେ ପ୍ରଧାନ କାରଣ ॥
ତୁମ୍ଭର ସୁଯୋଗ୍ୟ ଯେଉଁ କର୍ମଚାରୀ ଗଣ ।ନାନାଦି ସୁବାକ୍ୟେ ସବୁ ତୋଷୁ ଥାନ୍ତି ମନ ॥
ତୁମ୍ଭର ଅଧ୍ୟକ୍ଷ ମାତଃ ଶ୍ରୀ ଦ୍ୱାରକାନାଥ ।ଗାମ୍ଭିର୍ନ୍ଦ୍ୟ ଗୁଣରେ ସେହୁ ଅଟନ୍ତି ବିଖ୍ୟାତ ॥
ମାନ୍ୟବର ବିଶାରଦ ଶ୍ରୀ ଇନ୍ଦ୍ରକୁମାରୀ ।ଗଳଦେଶେ ଶୋଭେ କିବା ବିଜ୍ଞାନର ହାର ॥
ପରମ ଦୟାଳୁ ସଦା ସାହାଯ୍ୟବଦନ ।କୁତହଳେ ବିତରନ୍ତି ଉପଦେଶ ଧନ ॥
କିବା ଋପ ମନୋହର ନୟନ ରଞ୍ଜନ ।ସତେ ବା ବିଦ୍ୟାଭଣୁ ର ବିଧାତା ମିଳନ ॥
ସଦା ଋଣୀ ରହିଅଛି ତାଙ୍କ ଶ୍ରୀ ଚରଣେ ।ତାଙ୍କ ବାକ୍ୟଚୟିଂରବେ ପଡ଼ୁଅଛି ମନେ ॥
ପୂଜ୍ୟପାଦ ପ୍ରଭାକର-ଚୂଡ଼ାମଣି ଅତି ।ଅନ୍ୟାୟ ଦେଖିଲେ ନ୍ତ୍ରୋଧେ ପ୍ରଚଣ୍ଡ ମୂଚତି ॥
ସ୍ୱଦେଶ ଉନ୍ନତି ବାଞ୍ଛା ଥିଲା ତାଙ୍କ ମନେ ।ସୁବକୃତା ଦେଇ ତୋଷୁଥିଲ ଛାନ୍ତ୍ରଗଣେ ॥
ପ୍ରଭାକର ବିଦ୍ୟାରତ୍ନ ବିଜ୍ଞ ମହାଶୟ ।କଠିନ ସଂସ୍କୃତ ଶାସ୍ତ୍ରେ ଦକ୍ଷ ଅତିଶୟ ॥
ଉତ୍କଳ ଭାଷାରେ ପୁଣି ସୁନିପୁଣ ଅତି ।ପଢ଼ାବେଳେ କେତେ ଉଦାହରଣ ଦିଅନ୍ତି ॥
ଶ୍ରମାମ୍ପତ ଗଦାଧର ଶ୍ରୀ କପିଳେଶ୍ୱର ।ତାରିଣୀଚରଣ ହରିକୃଷ୍ଣ ବିଜ୍ଞବର ॥
ଆନନ୍ଦ ଲୋଚନେ ସଦା କରି ବିଲୋକନ ।ତୋଷୁଥିଲେ ମାତ ତବ ପୁନ୍ତ୍ରଗଣ ମନ ॥
କର୍ଣ୍ଣେ ଆଉ ପଡ଼ିବ କି ସେହି ଉପଦେଶ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର