ସମାଧାନ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପଙ୍କଜର ପଡ଼ିଶାଘର ତଫାତ୍ହାତ ପନ୍ଦରଦୁଇ ଘରକୁ ଦୁଇଟି ଥିଲା କେବଳ ଛୋଟ ପଞ୍ଜର ।ସେ ଘରେ ଥିଲା ଗୋଟିଏ ଝିଅ ନାଆଁଟି ତାର ମଞ୍ଜରୀଗାଇଲେ ଗୀତ ମନରେ ଆସେ, ଭ୍ରମର ଉଠେ ଗୁଞ୍ଜରି !ପଙ୍କଜର କଲେଜପଢ଼ା, ଛାତରେ ଉଠେ ସଞ୍ଜରେଦକ୍ଷତା ସେ ଅର୍ଜିଥିଲା ଗୋପାଳକୃଷ୍ଣ-ଭଞ୍ଜରେ ।କଲେଜ ପଢ଼ି, ସିତାର୍ଧରି ପଡ଼ିଶାଘର ନନ୍ଦିନୀକେବେ ବା ଥରେ ଛାତରେ ଉଠେ ହୋଇଲେ ମଧୁଚାନ୍ଦିନୀ ।ବହୁକାଳରେ ଦୁଇଟି ଘରେ ହୋଇଲେ କେତେ ହର୍ବରମାମଲା କରି ଦୁଇ ମୁରବି ହୋଇଲେ କେତେ ହର୍ବର ।ଜିଣିଲେ କିଏ କଚେରି ଘରେ, ଜିଣଇ କିଏ ଦାଣ୍ଡରେ,ଲାଗିଲା କେତେ ଯୁଦ୍ଧ ହାତେ, କାଳିକଲମେ, ତୁଣ୍ଡରେ ।ମଞ୍ଜରୀର ରୁମାଲ ଦିନେ ପଙ୍କଜର ପକ୍କାରେଉଡ଼ି ଲାଗିଲା ଚଇତି ମେଘ ଘୂର୍ଣ୍ଣିବାୟୁ ଧକ୍କାରେ ।ସେ ପାଖେ ତେଣେ ପଙ୍କଜର ଚିତ୍ତ ଥିଲା ତଦ୍ଗତ-କାହା ପାଖକୁ ଚିଟାଉ ଲେଖି ପଠାଇବାକୁ ଉଦ୍ୟତ ।ମୁହଁ ଟେକି ଏ ଚାହିଁଲା ତେଣେ ମୁହଁ ସେ ପୋତେ ସଳ୍ଲଜେହସି ନପାରି ହସାଇଦେଲା ପଡ଼ିଶାଘର ପଙ୍କଜେ ।ଦି’ଦିନ ପରେ ଦୁଇଟି ଘରେ ପଡ଼ିଲା ଘୋର ସଙ୍କଟ-ପଙ୍କଜ ଓ ମଞ୍ଜରୀ ଯେ କୁଆଡ଼େ ଦେଲେ ଚମ୍ପଟ ।କହଇ ଜଣେ, ତୋ ପୁଅଲାଗିଧନ ମୋ ହେଲା ଅନ୍ତରବଖାଣେ ଆନ-ମୋ ପୁଅକାନେତୋ ଝିଅ ଦେଲା ମନ୍ତର ।ଖୋଜିଲେ କେତେ କୂଅ ପୋଖରୀ,ପାଇଲେ ନାହିଁ ସଙ୍କେତଖୋଜିଲେ ରେଳଇଷ୍ଟେସନ, ଦୁଇ ମୁରବି ଚିନ୍ତିତ ।ପଙ୍କଜ ଓ ମଞ୍ଜରୀର ହସ୍ତାକ୍ଷର ଅଙ୍କିତ-ଅଇଲା ଚିଠି ମାସକ ପରେ, ମୁରବି ଦୁଇ ଶଂକିତଦୁହିଁକି ଦୁହେଁ ରହିଲେ ଚାହିଁ, ବିଦାଦ ହେଲା ଖଣ୍ଡନ,ଏ ଘର ପୁଅ ସେ ଘର ଝିଅ ବଂଶ କଲେ ମଣ୍ଡନ ।ବୋହୂମାନଙ୍କ ସତ୍ୟାଗ୍ରହଆସ ଗୋ ସଙ୍ଗାତ ମୋର ଆସ ବଉଳ,ଗାଆଁଯାକ ବୋହୂ ଆସି ହେଲେଣି ଠୁଳ ।ବାରଟା ବାଜିଲା ଏବେ, ବସିବ ସଭା,ବେଗେ ଆସ, ପଛେ ବସି ଗୁନ୍ଥିବ ଗଭା ।ଆସ ହେମଲତା, ଆସ ସବିତା, ସୀମା,ଆସ ଗୋ କନକବାଳା, ଆସ ଉପମା ।ଶାଶୁ-ନଣନ୍ଦଙ୍କୁ ଯେବେ ଏଡ଼ିକି ଭୟବାରଟାକୁ ଦେଲ କିଆଁ ସଭା ସମୟ ?ଏଡ଼ି ନ ପାରୁଚ ଯେବେ ବୁଢ଼ୀ ବଚନ,ମୋଡ଼ି ନ ପାରୁଚ ଯେବେ ନ ପାର ଛାଡ଼ି,ଶାଗ ତ ସିଝିବ ନାହିଁ ହାତେ ତୁମରି !ସଭାରେ ପଡ଼ିବ ଆଜି ହୋଇଛି କଥା ।କେତେ ବୋହୂଙ୍କର ହୁଏ ପିଠିକି ବଥା
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ନିତି କରି ଘରକାମ, ଭାଜିଲା ବଳ,
ଶାଶୁ ଖାଲି ବସିଖାଏ - କି ହେଲା କାଳ
ଧୋବଲୁଗା ମଳି ହୂଏ ବସିଲେ ତଳେ ।
ପିଢ଼ା ଖଣ୍ଡେ ନାଇଁ କେଉଁ ବୋହୂ କପାଳେ ।
ପଖାଳ ଖାଇବା କଥା ହୋଇବ ମନା
ଖାଇଲେ ଖାଆନ୍ତୁ ପଛେ ପିଲାଙ୍କ ନନା ।
ଜଡ଼ାତେଲେ କାମ ଆଉ ଚଳିବ ନାଇଁ,
ସଭାରେ ପଡ଼ିବ କଥା ଅତର ପାଇଁ ।
ହଳଦୀକାଠୁଆ ସବୁ ହୋଇବ ପୋଡ଼ା
ଗାଧୁଆବେଳକୁ ଖାଲି ସାବୁନ୍ଲୋଡ଼ା ।
ପୁରୂଣାକାଳିଆ ବୁଢ଼ୀ, ଜାଆ, ନଣନ୍ଦ-
କାହାକୁ କରିବ ଯେବେ ଏ କଥା ଗନ୍ଧ
ତାଙ୍କ ପାଇଁ ଦଣ୍ଡ ଥୁଆ - ରାନ୍ଧିବେ ଭାତ,
ବୋହୂଏ ନ ଦେବେ ଆଉ କାହିଁରେ ହାତ ।
ଆହୁରି କଥାଏ ଅଛି, ଆସ ଚଞ୍ଚଳ,
ପିଲାଙ୍କୁ ପାଳିବା ନେଇ ଲାଗିବ ଗୋଳ ।
ସବୁ ବୋହୂ ମିଳିମିଶି ଧରିବା ଟାଣ
ଆମେ କି ହୋଇଚେ ଖାଲି କାଠ ପାଷାଣ ?
ଓକିଲ ଧଇଲେ ଆମେ, ପିଲାଙ୍କ ନନା
ଆରଓଳି ଧରିବାକୁ କଲା କେ ମନା ?
ଭାଗ ବାଣ୍ଟି ପିଲା ପାଳି କରିବା ଘର ।
କିଏ ସେ ଆପଣା ଅବା କିଏ ସେ ପର ?
ଏକଥା ନ ହେବ ଯେବେ ନ ହେଉ କିଛି
କାହା ଓଳିତଳେ ଅବା କିଏ ପଡ଼ିଛି ?
ମେଳ ଥିଲେ ଚମକାଇ ଦେବା ଏ ଗାଆଁ
ଦେଖିବା କିଏସେ ହେବ କାହାକୁ ସାହା ।
ଘରେ ଘରେ ଚୁଲି ଆଉ ନ ହେବ ଜଳା,
ବାଧିଲେ ବାଧିବ, ରହିଯିବା ନିର୍ଜଳା ।
ଛାଞ୍ଚୁଣି ପଡ଼ିବ ଖାଲି, ନଧରି କେହି
ବାସିଶେଯେ ଦିନଯାକ ପଡ଼ିବା ରହି ।
କାନ୍ଦିଲେ କାନ୍ଦିବ ପିଲା, ରାଗିଲେ ରାଗି
ଘରଲୋକ ଯିବେ ଫେରିୁ ଭୋଜନ ମାଗି ।
ଆମ କଥା ନ ହେଲେ ତ ଉଠିବା ନାଇଁ
ସବୁ ଭାର କଣ ଥୁଆ ଆମରି ପାଇଁ ?
ଶାଶୁ, ସ୍ୱାମୀ, ନଣନ୍ଦର ଏ ଅତ୍ୟାଚାର
କେତେ କାଳ ସହି ଆଉ କରିବା ଘର ?
ଅଚଳ-ଅବସ୍ଥା ସୃଷ୍ଟି କରିବା ଚାଲ -
ସ୍ୱରାଜ ଆମକୁ ଲୋଡ଼ା - ବେଗେ ବାହାର ।
ଓଡ଼ିଆ ଘରର ଡିକ୍ଟେଟର୍
ଗଛ ଡାଳେ କୁଆ ବସି ଦେଲାଣି ଡାକ
ନିଦ ଭାଜୁନାଇଁ ଶୋଇ ରାତିଟାଯାକ !
ଉଠ ଆଲୋ, ଟଭୀ-ବୋଉ, ଉଠ ଚଞ୍ଚଳା
ଏଡ଼େ ଅଳସୋଈ ମୋର କପାଳେ ଥିଲା !
ଗରା ଧରି କୂଅମୂଳେ ଗଲା ସେବତୀ,
ତୁମ ପାଇଁ ଅଛି ପୁଣି ଆଉରି ରାତି !
ଫିଟା ଗୋ କବାଟ, ଏବେ ହେଲାଣି ବେଳ,
ଧାନ ବୁଣିବାକୁ ନେବ ହରିଆ ହଳ ।
ନ ହେଉ ଘଡ଼ିଏ ବେଳ ରଡ଼ିବ ପିଲା,
କେତେ ମୁଁ ଡାକିବି ସତେ କହ ଗୋ ଭଲା ।
କୁହୁଳାଇ ଦେଲେ ଚୁଲି ଫୁଟିବ ଖୁଦ
କେତେବେଳେ ଭାଜିବ ଲୋ ଗହମ ନିଦ ?
ଗାଆଁ ପିଲେ ପୋଖରୀରେ ହେବେଣି ଜମା
ଏଇ ପାଟି ଶୁଭିଲାଣି, ଗଲାଣି ରମା ।
ରଙ୍ଗଫୁଲ ପାଖୁଡ଼ାଏ ପାଇବି କାହୁଁ ?
ପୋଡ଼ା କପାଳକୁ ସତେ ଇମିତି ବୋହୂ ?
ତୋଟିକି ନ ଚିପି ମାଆ ରଖିଲା ଯାହା
ମୋ ପାଇଁ ତୁ କାହିଁ ଥିଲୁ ଏଡ଼େ ବଢ଼ିଆ ?
ଉଠ ଲୋ, ଉଠ ଲୋ ଏବେ ପଡ଼ିଲା ଖରା -
କେତେ ବାଢ଼ିବସିବି ମୁଁ ଗୁଣପସରା ?
କାହାକୁ କହିବି କହ ଆପଣା କଥା
ଘରଲୋକ ନ କଲା ଗୋ ତା ଘର ଚିନ୍ତା ।
ଲକ୍ଷ୍ମୀ ଯିବେ ଛାଡ଼ି ସିନା, ମାଗିବ ଭିକ
ଓଳିଆ ନ ହୋଇ ଅଛି ଘରଟା ଯାକ ।
ଜଗି ଜଗି ଘରଦ୍ୱାର ହେଲିଣି ବୁଢ଼ୀ
ତୁମ ଘର ସିନା ତୁମେ ରଖିବ ମାଡ଼ି ।
ମଲେ କିବା ବୋହିନେବି ? କହିବ ଖାଲି -
ବୁଢ଼ୀ ଥିଲା କହୁଥିଲା, ନିତି ଧିକାରି ।
ହାତପାପୁଲିରୁ ଲୁହ ଶୁଖିବ ନାଇଁ
ତୁମେ ସିନା ଦୁଃଖ, ଆଗୋ, ପାଇବ ଥାଇ ।
ଉଠ ଗୋ, ପହରେ ହେଲା ଗଲାଣି ରାତି -
କାହା ଘରେ ପଡ଼ିଛି ଗୋ ବାସିଆଡ଼ିତି !!
ପାନିଆ ଗୋ !
ପାନିଆ ଗୋ ! ଉତ୍କଳର କୁଳବାଳା ସଖି;
ଏଡ଼େ କଥା ତୁମ ଭାଗ୍ୟେ କିଏ ଥିଲା ଲେଖି ?
କୁଂଚିତ କୁନ୍ତଳା କର କୋମଳ ପରଶେ
ବରଜି ଯାଉଛ; ଯହିଁ ରଣଚଣ୍ଡୀ ହସେ !
ଚରଣ ଅଳତା, ପୁଣି କବରୀ କୁସୁମ,
ଲଜ୍ଜା- ପାଟଳିତ ବଧୂ ଅଧର ବଚନ,
କଲେଜ କୁମର କମ୍ର ବକ୍ଷ-ପକେଟରେ
ଭୁଲିଯିବ କଂକତିକେ ! କାହିଁ କେତେ ଦୂରେ ।
ତୁମ ବିନେ ଯାହାଙ୍କୁ ଗୋ ଦିନ ହୁଏ ରାତି -
ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଯୁବତୀ
କି ଭଳି କାଟିବେ କାଳ, ନ ପାରେ ମୁଁ ଭାଳି,
ଏକମାତ୍ର ସାହା ହେବେ କ୍ଷୁର ଓ କତୁରି !
ଭୀରୁ ଏ ଓଡ଼ିଶା ଦେଶ ମଣିଲ କି ସହି,
ଓଢ଼ଣା ଗହଳୁ ଯାଅ ଆଗଭର ହୋଇ ।
ତୁମ ନାରୀଗତ-ପ୍ରାଣେ ନାହିଁ କି ଗୋ ଡର,
ଚାଲେ ତହିଁ ଟ୍ୟାଙ୍କ, ବୋମା, ଟର୍ପେଡ଼ ଦୁର୍ବାର !
ସୁଦୂର ମାଳୟ-ପଥେ, ବର୍ମା ବନ ତଳେ,
ସିରିଆ ସିକତା ସିଦ୍ଧୁ ବକ୍ଷେ ନିଆଁ ଜଳେ ।
ଅୟି ଦନ୍ତବତି, ତୁମେ କେଶ-ବିନୋଦିନୀ,
ପରବ ବୀର ଶିରେ ବେଳକାଳ ଜାଣି ।
ଫେରିବ କି ଆଉ ସତେ ? ନ ଆସେ ମୋ ମନେ,
ପଡ଼ି ଲୁଚିଯିବ କେଉଁ ସମର-ପ୍ରାଙ୍ଗଣେ !
କେଉଁ ଜନପଦେ, ଅବା ସାଗର ପୁଲିନେ
କାହା କ୍ଲାନ୍ତ କରୁ ସଖି, ଖସିଯିବ ଦିନେ !!
ଅଥବା ରାଇନ୍ କୂଳେ, ଭଲ୍ଗା ନଦୀ ତୀରେ,
ଇବାବତୀ ଉପତ୍ୟକା ବିଜନ ପ୍ରାନ୍ତରେ,
ଥେମସ୍ଲହରେ କିବା କକେସସ-ପଥେ
କେଉଁ ବୀର ଶିର ଛୁଇଁ ଯିବ ଅଜାଣତେ ।
କେହି କି ଜାଣିବେ ତୁମେ ଅଟ କାହା ବାଳା,
ଉକୁଟିଛି ତୁମ ଦେହେ କାହା କାରୁକଳା !
ଆରବ, ରୁଷିଆ ଅବା ଚୀନ ସଭା ତଳେ
ତୁମ ମହିମା କି କେହି ଗାଇବ ଗୋ ହେଳେ ?
ପାଇବେ ତୁମକୁ ଅବା ବେଦୁଇନ୍-ବାଳା,
ଦୂର ପ୍ରାଚ୍ୟ ବେଳାତଳେ ମାଳୟ-ମହିଳା ।
ପରାଣର ପ୍ରିୟତମ ସ୍ପର୍ଶ ସୁଖ ମଣି
ତୁମକୁ ସେ କରିବେ ବା ନିଜ ମଥାମଣି ।
କହିବ ଗୋ କଂକତିକେ ! ମନେ ଯଦି ଆସେ -
ପେଶିଛନ୍ତି ଗଜଗର ତୁମକୁ ସେ ଦେଶେ ।
ଉତ୍କଳ କାରିଗର କର-ପରଶରେ !
କି ଭଳି ଲଭିଲ ଜନ୍ମ ଯିବାକୁ ସମରେ ।
ତବ ଜନ୍ମଗତ ଖ୍ୟାତି ବିଶ୍ୱେ ଅଛି ରହି -
ଜଟିଲାକୁ ସୁସରଳା କରିପାର ସହି !
ବାରେ ମୋ ଅପତ୍ନ କେଶେ ଦିଅ ଗୋ ଚୁମ୍ବନ
ମିଶ୍ର-ମହାରାଜା-ମିଆଁ-ପ୍ୟାରୀ ପ୍ରାଣଧନ !
ଆମରି ଗାଁର ବୋହୂ
ପ୍ରାଚୀନା-
ଆଗରେ ଥମିଲା ଚରଣ ଗତି
କାହାର କୁମାରୀ କଜ୍ଜାବତୀ,
ଚାହିଁ ସେ ନ ଚାହେଁ, ବଦନ ପୋତି
ନୂତନ ବସନେ ସାଜେ;
ନାଚେ ଥରି ଥରି ଦୀପାଳିଶିଖା
ଉଷା, ସୁକୁମାରୀ, ଲତିକା, ରେଖା,
କର ଧରି ନେବେ ଦେଲେଣି ଦେଖା
ଅଳପ ମଧୁର ଲାଜେ ।
ନବ ତରୁଣ ସେ ନୂତନ ବଧୂ
ଲୁଚାଇ ରଖିଛି ବଦନ-ବିଧୁ,
ଅନ୍ତରେ ତାର ପ୍ରଣୟ-ମଧୁ
ପରାଣ-ଦେବତା ପାଇଁ;
ପୁରୁଣା ତଳେ ତା ଲୋଚନ ଦୁଇ
ଅଧାରେ ମୁଦିଛି ଚାହିଁବା ପାଇଁ,
ଅଧର-ଜବାରେ ଚମକ ନାଇଁ ।
ବହୁଛି ବଦନୁ ଝାଳ ।
ଏ କାଳେ ପଡ଼ିଲା ଚହଳ ଖାଲି
ଅବଳା ଗହଳେ କି ହୁଳହୁଳି !
ହସ ଖିଲ୍ଖିଲ୍, ଚିପା ଟାହୁଲି,
ଚହଲିଲା ମଫ୍ସଲ ।
କହିଳା କିଏସେ ‘‘ଆଣ ଗୋ ବରି
ନବ ସୁକୁମାରୀ କନକଗୋରୀ,
ଦୂରରୁ ନ ହୁଏ ବଦନ ବାରି,
ଓଢ଼ଣା ଟିକିଏ ଟେକ ।’’
କେ ସମବୟସୀ ଅଳପ ହସି;
ତୁଚ୍ଛାରେ ଥରକୁ ଦି’ଥର କାଶି
କନକ-କରେ ତା ଦିଏ ଆଉଁଶି
ଅନରେ ପକାଇ ଡାକ ।
ଗଗନେ ତାରକା ରହିଲା ଚାହିଁ,
କି ଭାବ-ମଗନ ରହିଲା ମହୀ,
ଦୂର ମଫସଲେ ଶୁଭିଲା-‘‘ସହି,
ସାଥିକି ମିଳିଲା ଜଣେ ।’’
କେ କହେ - ‘‘ଗଛରେ ଫୁଟିଛି ଫୁଲ,
ସେ ଫୁଲ ହେବ କି ୟା ତୁଲେ ମୂଳ ?
ଭାତ ଲୁଣ ଦେଇ ଘରକୁ ଚାଲ
ଉଛୁର ହେଲାଣି ତେଣେ ।’’
ଦଦରା କୁଟୀରେ ଉଇଁଲା ଜହ୍ନ,
ଖୋଲିଦେଲେ ବୋହୂ ମୁଦାବଦନ
ମିଳି ସବୁ ବାଳା, ‘‘ଶୁଭାଗମନ
କଲ କି ?’’ କହିଲା କେହି,
କେ ଛୁଇଁ କହିଲା ଗଳାର ମାଳି -
‘‘ବେକଟାଯାକ ତ ପଡ଼ିଛି ଖାଲି’’,
ଆଉଁଶି କହେ କେ - ‘‘ଏ ମଲ୍ଲିକଢ଼ି
ଗଠନ ସୁନ୍ଦର ନାହିଁ ।’’
ଠାରି କେ ଆଖିରେ କହଇ ଠୁଳେ -
‘ତୁଚ୍ଛାରେ ଦେଖିଲେ ମନ କି ଭୁଲେ ?
ଗୁଡ଼ ହାତେ ଧରି ମରାଅ ଗାଲେ
ପୀରତି ମଧୁର ଜାଣି ।’’
ପଣତ ଓଟାରି ଦେଖେ କେ ବାହୁ,
ବିଦ, ବାଜୁବନ୍ଧ ପିନ୍ଧିଛି ବୋହୂ ।
ଆଉ କେ କହଇ - ‘‘ଏ ରାତି ପାହୁ
ଆଲୁଏ ଦେଖିବା ଆଣି ।’’
ମଝିରେ ଉଠି କେ କହିଲା ହସି -
‘‘ରୂପ ଦେଖି କି ଗୋ ନୋହୁଚ ତୋଷି ?
ତୁଚ୍ଛାରେ ଗଣୁଛ ଗହଣା ବସି,
ଗହଣା ମାରୁଚି ଲାଜେ ।
ରୂପରେ ଗହଣା ମଇଲା ଦିଶେ,
ଏକଥା କି ତୁମେ ଜାଣୁନ ଲେଶେ,
ଗୋଟା ଗହଣା ଏ ବୋହୂଟି କି ସେ
ଆମରି ଗାଆଁକୁ ସାଜେ ।’’
ଆଧୁନିକ –
ହାଇହିଲ୍ଜୋତା ଚରଣ ତଳେ,
ରାଶମୀ ଫୁଲରେ ବେଶୀ ତା ଦୋଳେ,
ଥରେ ଥରେ ତାର ଅଧର ତଳେ
ବଚନ ଉଠଇ ଫୁଟି,
ନୟନ ଶୋଭେ ନା କଜଳ ଗାରେ,
ହୁଗୁଳା ବଳୟ କର ଯୁଗଳେ
ବାଜେ ଝୁମୁଝୁମୁ ବଦନ ପରେ
ବିଜୁଳି ଖେଳଇ ଛୁଟି ।
ମନେ ପଡ଼େ ତାର ସାଥିଗହଣ -
ମିସ୍ଲିଲି, ଲୀଳା, ମନମୋହନ,
କାହିଁ ତା କଟକ, କାହିଁ ଏ ଘର,
କାହିଁ ସେ ସିନେମା ତଳ,
କାହିଁ ପ୍ରଦେଷର ମଧୁର ରାସ;
ମହାନଦୀ କୂଳ-ବିହାର-ରସ,
ଜୀବନେ ଆଜି ଏ ନବ ପରାସ
କରେ ତାକୁ ହରହର !
ପଡ଼ିଲା ଚହଳ, ଉଠିଲା ରୋଳ,
ବାଜିଲା ମହୁରି ଥରକୁ ଥର,
କାନେ ଖିଟିଖିଟି ଲାଗିଲା ତାର,
ସ୍ମରିଲା ସିତାର, ବୀଣା;
ଆସି ଗୋଟି ଗୋଟି ପୁରକୁମାରୀ
ହେଲେ ଉଭା, କହି, ନୟନେ ଠାରି -,
‘‘ଏତେ ପାଠ ବୋହୂ ପଢ଼ିଚି ବୋଲି
କାହାକୁ ଥିଲା ଲୋ ଜଣା ?’’
ଲଜ୍ଜା ଫୁଟଇ ଅଧର କୋଣେ;
ବଢ଼ାଇବ କର ଭାବେ ବା ମନେ,
‘ସେକ୍ହାଣ୍ଡ୍’ କିଏ କରି କି ଜାଣେ ?
ପୋଛିଲା ରୁମାଲେ ମୁଖ;
ଚରମ ନ ପଡ଼େ ସଜରେ ତାର,
ଅଜଣା ଦୁଆର, ଅଜଣା ଘର,
ନାହାନ୍ତି ପରାଣ-ପ୍ରଣୟ-ଚୋର
ଦେଖେ ସେ ବଙ୍କାଇ ବେକ !
ନବ ପୁରବାଳା ସଖୀ ନବୀନା
ହାସ ପରିହାସ ରସମଗନା,
ଘେରି ଚାରିପାଖେ ଘନ-ଜଘନା
ଚମକି ରହିଲେ ଉଭା ।
ବସିଲା ସେକାଳେ ନାରୀ ସମିତି
ହେଲା ମୁଖରିତ ଚାନ୍ଦିନୀ ରାତି,
ପ୍ରତି ମନ ତଳ ପ୍ରଣୟବତି
ଉଜଳି ଉଠିଲା ଅବା !
କେ କହେ ରୋଷେଇ ନ କରେ ଜାଣି,
ଟାଣି ପାରେ ନାହିଁ କୂଅରୁ ପାଣି ,
‘ରାନ୍ଧୁଣୀ’ ବହିକୁ ପାଖରେ ଘେନି
ମସଲା ଦିଅଇ ବୋହୂ;
ଚଉକି ନ ଥିଲେ ନ ପାରେ ବସି,
ଶିଳିପାକୁ ଧରି ନ ପାରେ କଷି,
ସାଇବ ରାନ୍ଧଣା କିଏ ସେ ବସି
ଖାଇବ, ଏ ଘରେ ରହୁ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ