ରୋଷେଇ ସଂକଟ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୮
- ସ୍ଥିତି
- ସାର୍ବଜନୀନ (Public domain)
କେ ରାନ୍ଧିବ ଘରେ ବସି - କହେ ପଦ୍ମାବତୀପାଠ ପଢ଼ି କଲେଜରେ ହେଲି ଗୁଣବତୀ ।କପାଳେ ମୋ ଥିଲା ଲେଖା - ଧରି ସ୍ୱାମୀ ହାତଛାଡ଼ି ନାଚି -ଖେଳ ରାନ୍ଧିବାକୁ ଡାଲି-ଭାତ !ହାଣ୍ଡିଶାଳ ! ଲାଗେ ଘୃଣା !! ପୋଡ଼ପାଡ଼ ଚୁଲି;ବଂଶୀ, କ୍ଳାରୋନେଟ ଛାଡ଼ି ଫୁଙ୍କି ଫୁଙ୍କି ମଲି ।ସୃଷ୍ଟିଉଡ଼ା କେ ଦେବତା ରଚିଲା ଅଙ୍ଗାରହାତ କଳା, ଲୁଗା କଳା, କଳା ହାଣ୍ଡିଶାଳ ।ମୁଁ କି ପାରେ ଏ ବେପାରେ ! ଲୁଣ ଦେଲେ ଦିନେଆରଦିନ ଅଲଣାରେ କି ବୋଲଣା ଶୁଣେ !ଆଜି ଦରସିଝା ହେଲା, କାଲି ଗଲା ପୋଡ଼ି-ପରାଣର ପ୍ରିୟତମ ଦେଲେ ମୁହଁ ମୋଡ଼ି ।ପାରିହେବା ପାଇଁ ଏଇ ବିପଦସାଗରେସଂପାଦିଲି ସୁହାସିନୀ ଦାସୀଟିଏ ଘରେ ।ଫଳିଲା ଓଲଟ ଫଳ - ରାନ୍ଧିଲା ସେ ଭାତ ,ଘରର ମୁରବି କିନ୍ତୁ ହେଲେ ଅଣାୟତ୍ତ ।ସେ ବିପଦୁ ହେଲା ଏବେ ଏ ବିପତ୍ତି ବଡ଼,ବହିଲା ନୟନୁ ମୋର ଲୁହ ଝରଝର ।ବରଜି ତାହାରେ ଘରେ ଆଣିଲି ଆଦରିଗଳିତଦଶନା ଏକ ବୃଦ୍ଧା ସହଚରୀ ।ନ ପୂରୁଣୁ ସାତ ଘରେ ହେଲା ଗୋଲ -ହଜିଲା ସେମିଜ୍, କିଏ ନେଲା ଗଳାହାର ।ନିତି ଚୋରି, ବୋଲାବୋଲି, ବିଗିଡ଼ିଲା ତୁଣ୍ଡସାଇପଡ଼ିଶାର ଲୋକ ଘରେ ହେଲେ ରୁଣ୍ଡ ।ଦାସୀ ଗଲା, ଆସିଲା ସେ ପୂଜାରୀଟି କାହୁଁବିଡ଼ି, ସିଗାରେଟେ ଘର ପୂର୍ଣ୍ଣ ଚାହୁଁ ଚାହୁଁ ।ସହି ନ ପାରି ତା ଜାଳା ଦେଲି ଛାଡ଼ ତାରେ;ଅଣ୍ଟା ଭିଡ଼ି ପଶିଲା ମୁଁ ପୁଣି ହାଣ୍ଡିଶାଳେ !!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର