ଦୁଇଟି କିଶୋରୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ଏକ ଥାନେ ଥିଲେ ଦୁଇଟି କିଶୋରୀ -ଦୁଇଟି ଯମାଜ କନ୍ୟା,ଗୋଟିକର ନାଁ କୁମାରୀ ପୁଣ୍ୟା,ଆରଟିର ନାଁ ବନ୍ୟା ।ଏକଇ ବୃନ୍ତେ ଯୁଗଳ କୁସୁମଫୁଟିଲେ ଏକଇ ସଙ୍ଗେଏକ ପାଠଶାଳେ ପାଠ ପଢ଼ାପଢ଼ିପିଲାଦିନ ପ୍ରୀତିରଙ୍ଗେ ।ଯୁଗଳ ଜୀବନ ହେଲା ବିଚ୍ଛିନ୍ନ,ବୟସ ଆସିଲା ଜୁଆରେ,ପୁଣ୍ୟା ଚାଲିଲା ଯେ ଗତିପଥରେବନ୍ୟା ନ ମାନେ ତାହାରେ ।ବନ୍ୟା ଲୋଡ଼ିଲେ ବସନ ଫେସନଯିବ ରାଜପଥେ ହଲାଇ,ଲଜ୍ଜାଋଣରେ କରି ମୁଖ ନତପୁଣ୍ୟା ଯେ ଯାଏ ପଳାଇ !ପୁଣ୍ୟା କହିଲେ ‘‘ପାଠ ପଢ଼ିଥାଇଘରକୁ କରିବା ସ୍ୱର୍ଗ,’’‘‘ଘର ଘର ମିଶି;’’ କହଇ ବନ୍ୟା‘‘ସବୁ ଆମ ସଖାବର୍ଗ ।’’‘‘ମନ୍ଦିରେ ଯିବା,’’ କହଇ ପୁଣ୍ୟା‘‘ବନ୍ଦନା ବେଳ ହେଲାଣି,’’ବନ୍ୟା କହଇ ‘‘ଆଜି ବେଳ ନାଇଁସଖାଜନେ ନେବେ ମେଲାଣି ।’’‘‘ପ୍ରଥମାଷ୍ଟମୀ କାଲିକି ହେବ ଲୋ,’’ପୁଣ୍ୟା ପୁଲକେ କହିଲେ,ବନ୍ୟା କହଇ ‘‘କାହିଁ ନ ଯାଇ ମୁଁସିନେମାକୁ ଯିବି ପହିଲେ ।’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର