ନମୋସ୍ତେ ମହେଶ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିନମୋ ମୁକ୍ତିଦାତଃ,ନମୋ ନିଷ୍କଳଙ୍କନମଃ ପାପିତ୍ରାତଃ,ନମସ୍ତେ ସ୍ୱୟମ୍ଭୋନମଃ ସ୍ୱପ୍ରକାଶ,ନମୋ ଦୀନନାଥନମଃ ଶ୍ରୀନିବାସ ।୨।
(୮୮)
(ପ୍ରାର୍ଥନା–ସ୍ରଗ୍ଧାରା ଛନ୍ଦ)ଅଜ୍ଞାନାନ୍ଧେ ମହେଶ ପ୍ରଭୁ କର କରୁଣାବିଘ୍ନ ସନ୍ତାପ ନାଶ,ଆଶାପ୍ରେମେ କୃପାଳୁ ନମଇଁ ତବ ପଦେପୁଣ୍ୟ-ସୂର୍ଯ୍ୟ ପ୍ରକାଶ ।୧।ନାମାନନ୍ଦେ ତରାଅ ଅଧମଜନଗଣେଶୁଦ୍ଧ ବିଶ୍ୱାସ-ଦାନେ,ତ୍ରାତା ପାତା ଦୟାଳୁ ରସୁ ହୃଦୟ ସଦାନାଥ ତ୍ୱନ୍ନାମଗାନେ ।୨।
(୮୯)
(ଆରତି)ଆରତି କରେ ନରନାରୀପତିତପାବନ ପତିତପାବନସର୍ବଶୁଭକାରୀ ।ହୃଦୟ ଉଜ୍ଜ୍ୱଳ ଲଭି ପ୍ରେମଜ୍ୟୋତିହେ ମଙ୍ଗଳ ମୟ ହେ ମଙ୍ଗଳ ମୟକୋଟିବିଶ୍ୱପତି ।ମୁକ୍ତି ଦାତା ତବ ଚରଣେ ପ୍ରଣତିଜୟ ପ୍ରେମମୟ ଜୟ ପ୍ରେମମୟବିତର ସୁମତି ।
(୯୦)
(ବନ୍ଦନା)ଜୟ ଦେବ ଜୟ ଦେବ ଜୟ ମଙ୍ଗଳଦାତାପ୍ରଭୁ ମଙ୍ଗଳଦାତା;ପରମ ପିତା ମାତା ପରମ ପିତା ମାତାଭୁବନ ବିଧାରତା ।ଅଖଣ୍ଡ ତବ ମହିମା କୋଟିବିଶ୍ୱପିତାପ୍ରଭୁ କୋଟିବିଶ୍ୱପିତା;ମଙ୍ଗଳ ସୁନ୍ଦର ହରି ମଙ୍ଗଳ ସୁନ୍ଦର ହରିକରୁଣାମୟ ତ୍ରାତା ।କୋଟିବିଶ୍ୱବନ୍ଦିତ ସୁନ୍ଦର ତବ ଚରଣେପ୍ରଭୁ ସୁନ୍ଦର ତବ ଚରଣେ,ଧ୍ୟାୟି ନାଥ ହୃଦୟେ ଧ୍ୟାୟି ନାଥ ହୃଦୟେପାମର ମୁହିଁ ପ୍ରଣମେ ।ଦୀନଜନବତ୍ସଳ ହେ ମାଗେ ଶରଣ ଦ୍ୱାରେପ୍ରଭୁ ମାଗେ ଶରଣ ଦ୍ୱାରେ;ମୁହିଁ ମୂଢ ଅପରାଧୀ ମୁହିଁ ମୃଢ ଅପରାଧୀକ୍ଷମା କର କରୁଣାରେ ।
(୯୧)
(ସଂକୀର୍ତ୍ତନ)ଘୋଷ ହେ ଜଗତଜନେ ମହାନନ୍ଦମନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସୁଧାମୟ ବ୍ରହ୍ମନାମ ପ୍ରାଣାରାମ
ମୁକ୍ତିଧାମ ଏ ଭୁବନେ ।
ସେହି ମହାନାମେ ଭକ୍ତି ମହାଶକ୍ତି
ପାପତାପ-ବିନାଶନେ ।
ଲୌହପ୍ରାଣ ଦ୍ରବିଯିବ ଆରେ ଜୀବ
ସେହି ନାମ-ସଂକୀର୍ତ୍ତନେ ।
ସେହି ନାମାମୃତବାରି ନରନାରୀ
ପାନ କର ଅନୁକ୍ଷଣେ;
କର ପ୍ରାଣ ମନ ସମର୍ପଣ
ପ୍ରଭୁଙ୍କର ଶ୍ରୀଚରଣେ ।
(୯୨)
ବ୍ରହ୍ମ ପଦତଳେ ପ୍ରାଣ କର ସମର୍ପଣ ରେ ।ବିଳମ୍ୱ ନ କର ଆଉ ଗଲା ଏ ଜୀବନ ରେଛାଡ଼ି ପାପାସକ୍ତି ଯଦି ସେ ପାଦେ ମଜ୍ଜିବୁ ରେ ,ଲଭି ନବ ପ୍ରାଣ ନିତ୍ୟ ଶାନ୍ତିଧାମସଶରୀରେ ଜୀବ ଯିବୁ ରେ ।ବ୍ରହ୍ମପୁଣ୍ୟାନଳ ଯଦି ଲାଗିବ ଜୀବନନେ ରେ,ହେବ ରେ ସଂବଶ ପାପସୁର-ଧ୍ୱଂସକ୍ଷଣକେ ମହାଦହନେ ରେ ।ବିଷୟ-ଗରଳ ତେଜି ବ୍ରହ୍ମ-ପ୍ରେମାମୃତ ରେପାନ କର ସୁଖେ ବ୍ରହ୍ମନାମ ମୁଖେକି କରିବ କାଳଦୂତ ରେ ।
(୯୩)
ବ୍ରହ୍ମକୃପା ହି କେବଳଂଗାଅ ନର ନାରୀ,ବ୍ରହ୍ମକୃପା ବିନା ଗତିନାହିଁ ରେ କାହାରି ।ଏକମାତ୍ର ବ୍ରହ୍ମକୃପାପାପତାପହାରୀ,ସେହି କୃପାବଳେଭବ-ସିନ୍ଧୁ ହେବା ପାରି ।ସେହି କୃପା ଜୟ ଗାଅଦିବସ-ଶର୍ବରୀ,ଶରଣ ପଶ ହେ ସର୍ବେଚରଣେ ତାହାରି ।
(୯୪)
ଆସ ହେ ଆସ ହେ ଭାଇ ଯିବା ବ୍ରହ୍ମନିକେତନେ,ପଶିବା ଶରଣ ସର୍ବେ ସେ ଅଭୟ ଶ୍ରୀଚରଣେ ।ଦୁଃଖୀ ଅସହାୟ ସଖା ଏକା ସେହି ତ୍ରିଭୁବନେ,ସେହି ସିନା ବୁଝିବେ ରେ ମର୍ମଦୁଃଖ ସଂଗୋପନେ ।ପିତା ମାତା ପ୍ରଭୁ ଗୁରୁ କେଅଛି ତାଙ୍କ ବିହୁନେ,ପତିତପାବନ ପ୍ରଭୁ ଉଦ୍ଧାରିବେ କୃପାଗୁଣେ ।ଅଛି ରେ ଅମୃତଧନ ତାଙ୍କରି ଶାନ୍ତି-ଭବନେହରିବେ ସକଳ ଦୁଃଖ ଦେଇ ସେ ଅମୃତ-ଧନେ ।ଡାକ ରେ ବ୍ୟାକୁଳେ ଡାକ ସେହି ଅଧମତାରଣେ,ବିଶ୍ୱାସେ ଲଭିବ ସ୍ୱର୍ଗ ସନ୍ଦେହ ନ କର ମନେ ।
(୯୫)
କେତେ ଆଶା କରି ଆସିଅଛି ହରିପ୍ରଭୁ ଏ ଅଧମ ଜନ;ବାଞ୍ଛାକଳ୍ପତରୁ ମୋହ-ଦୁରିତରୁତାର ମୋତେ ନିରଞ୍ଜନ ।ତୁମ୍ଭ ପୁଣ୍ୟଜଳେ ପାପତାପାନଳେକରିବେ ହେ ନିର୍ବାପଣ;ସ୍ନାନ କରି ତହିଁ ପାନ କରିବଇଁସୁଧାମୟ ସେ ଜୀବନ ।ଭୟବିନାଶନ ତୁମ୍ଭ ପ୍ରେମାନନକରିବି ହେ ଦରଶନ;ଡେରି ଏ ଶ୍ରବଣ ଶ୍ରୀମୁଖ-ବଚନଶୁଣିବି ହେ ଦୟାଘନଦର୍ଶନ ଶ୍ରବଣେ ପଦ-ପରଶନେପ୍ରେମେ ପୂରିବ ଏ ମନ;ପ୍ରେମର ଆଲୋକ ଦ୍ୟୁଲୋକେ ଭୂଲୋକେଦେଖିବି ହେ ଶ୍ରୀଚରଣପ୍ରେମ ବିତରଣେ ମଙ୍ଗଳ-ସାଧନେସେବିବି ଜଗତଜନ,ଦେହ ବୁଦ୍ଧିବଳ ଯା କିଛି ସମ୍ବଳପଦେ କରିବି ଅର୍ପଣ ।ପବିତ୍ର କାମନା ପବିତ୍ର ଭାବନାପ୍ରାଣେ ରଖି ଅନୁକ୍ଷଣ;ତୁମ୍ଭ ପୁଣ୍ୟାଦେଶ ହେ ମହାମହେଶପାଳିବି ନିର୍ଭୟ ମନ ।ପୁଣ୍ୟବଳେ ବଳୀ ରିପୁଦଳେ ଦଳିତବ ଜୟ ସଂକୀର୍ତ୍ତନକରିବି ହରଷେ ମାତି ଭକ୍ତିରସେଏହି ମୋର ନିବେଦନ ।
(୯୬)
କାହିଁ ଯିବ ଏ ଅନାଥଛାଡ଼ି ପ୍ରଭୁ ତୁମ୍ଭ ଦ୍ୱାରେତୁମ୍ଭ ବିନା ଦୀନବନ୍ଧୁଦୁଃଖୀ ଡାକିବ କାହାରେ ।ପଡ଼ି ପାପ-କାରାଗାରେ,ଘୋର ମୋହ-ଅନ୍ଧକାରେକାନ୍ଦିଲେ ମୁଁ ହାହାକାରେଉଦ୍ଧାରିବ କେ ସଂସାରେ ।ଶୋକସନ୍ତପ୍ତ ନିରାଶପ୍ରାଣେ କେ ଦେବ ଆଶ୍ୱାସଘୋର ସଂସାରର ତ୍ରାସକହ ପ୍ରଭୁ କେ ନିବାରେ ।ଏକମାତ୍ର ମୋର ଗତି,ପିତା ମାତା ସଖା ପତିକେମନ୍ତ ଛାଡ଼ି ଶ୍ରୀପଦରହିବି ମୁଁ ଏ ସଂସାରେ ।
(୯୭)
ହରି ବୋଲ ଦୁଃଖ ଯାଉ ରେ ।ପ୍ରାଣ ସୁଶୀତଳ ହେଉରେ,ସନ୍ତାପେ ଆକୁଳ ପ୍ରାଣ ରେ ।ପାପ-ବିଷେ ଜରଜର ରେ,ମହୌଷଧି ସେହି ନାମରେ ।ନାମେ ମୋର ଦୁଃଖ ଗଲା ରେ,ମୃତସଂଜୀବନ-ମନ୍ତ୍ର ରେ ।ଆହା କିବା ସୁମଧୁର ରେ,ବରଷନ୍ତି ସୁଧାଧାରା ରେ,ହରି ନାମ ମୁକ୍ତି-ମନ୍ତ୍ରରେ,ଉଦ୍ଧାରଇ ପାପିଜନେ ରେ ।
(୯୮)
ଦେଖା ଦିଅ ହେ ଦୁଃଖୀ ଅନ୍ତରେ,ଦୁଃଖୀ ଡାକୁଛି ପ୍ରଭୁ କାତରେ ।ପ୍ରାଣ ବିଚ୍ଛେଦ ବ୍ୟାକୁଳ ଅତି,ଆସ ଆସ ହେ ଜୀବନପତି ।କେତେ ମଶା କରି ଆସିଛ ହେ;ପ୍ରଭୁ ଦେଖାଅ ପ୍ରେମ-ଆନନ ।ମୁଁ ଚାତକ ତୁମ୍ଭେ ଦୟା ଘନ,ଦୁଃଖୀ-କାମନା କର ପୂରଣ ।
(୯୯)
ଗାଅ ଗାଅ ଗାଅ ସର୍ବ ମଧୁର ସ୍ୱରରେମଧୁମୟ ବ୍ରହ୍ମନାମ ଆନନ୍ଦ ଭରେ(ନାମଗାନେ ମାତି ଯାଅରେ)(ନାହିଁ ତାର ପଟାନ୍ତର ରେ)(ଜୀବନ ସାର୍ଥକ କର ରେ)ସେ ନାମରୁ ଆହା କେତେ ଅମୃତ ଝରେ ।(ଭୁଞ୍ଜନ୍ତି ଅମୃତ ଦେବେ ହେ)ମଗ୍ନ ହୁଅ ପ୍ରେମେ ସେହି ସୁଧାସାଗରେ ।(ସୁଧାମୟ ହେବ ବିଶ୍ୱ ହେ)କୋଟି ସିଂହ-ପରାକ୍ରମ ବ୍ରହ୍ମନାମରେ ।(ଶକ୍ତି ତାର ବଳିଆର ହେ)ମୋକ୍ଷଧାମ ସେହି ନାମ ଏ ଜଗତରେ ।(କେତେ ପାପୀ ତରିଗଲେ)
(୧୦୦)
ଗାଅ ଆନନ୍ଦେ ସର୍ବେ ଗାଅ ଗାଅ ।ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡବିଧାତା;ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତା ମାତା ।ଏକମାତ୍ର ପରିତ୍ରାତା ପବିତ୍ର ମହାନ,ଏକମାତ୍ର ସର୍ବସାକ୍ଷୀ ମଙ୍ଗଳନିଦାନ ।ଏକମାତ୍ର ହିତକାରୀ ଅଗତିର ଗତି,ଏକମାତ୍ର ପ୍ରାଣସ୍ୱାମୀ ସର୍ବଲୋକପତି ।ଏକମାତ୍ର ଆଦିଶକ୍ତି ଅଖିଳକାରଣ,ଏକମାତ୍ର ଶାନ୍ତିଦାତା ପତିତପାବନ ।ଏକମାତ୍ର ଅଦ୍ୱିତୀୟ ଅନନ୍ତ ଅପାର,ଏକମାତ୍ର ସର୍ବବ୍ୟାପୀ ବ୍ରହ୍ମ ନିରାକାର ।ଏକମାତ୍ର ସନାତନ ସ୍ୱୟମ୍ଭୁ ଈଶ୍ୱର,ଏକମାତ୍ର ସତ୍ୟଜ୍ୟୋତି ଅମୃତସାଗର ।ଏକମାତ୍ର ଅନ୍ତର୍ଯ୍ୟାମୀ ଅଧମତାରଣ,ଏକମାତ୍ର କୃପାସିନ୍ଧୁ କାତରଶରଣ ।ଏକମାତ୍ର ଭୟହାରୀ ଭବକର୍ଣ୍ଣଧାର,ଏକମାତ୍ର ଜଗନ୍ନାଥ ଜୀବନଆଧାର ।ଏକମାତ୍ର ଧର୍ମରାଜ ସର୍ବଶକ୍ତିମୟ,ଏକମାତ୍ର ସୁଧାସିନ୍ଧୁ ଆନନ୍ଦ-ଆଳୟ ।ଏକମାତ୍ର ଜ୍ଞାନମୟ ଜାଗ୍ରତବିଧାତା,ଏକମାତ୍ର ନ୍ୟାୟକାରୀ ନ୍ୟାୟଦଣ୍ଡଦାତା ।ଏକମାତ୍ର ନିଷ୍କଳଙ୍କ ପାଷାଣ୍ଡଦଳନ,ଏକମାତ୍ର ମୋକ୍ଷସେତୁ ନିତ୍ୟ-ନିରଞ୍ଜନ ।ଏକମାତ୍ର ମୃତ୍ୟୁଞ୍ଜୟ ପ୍ରତ୍ୟକ୍ଷ ଦେବତା,ଏକମାତ୍ର ଭଗବାନ ଭୁବନକରତା ।ଏକମାତ୍ର ପ୍ରାଣେଶ୍ୱର ପରମସୁନ୍ଦର,ଏକମାତ୍ର ଭକ୍ତସଖା ଭକ୍ତମନୋହର ।ଏକମାତ୍ର କୃପାସିନ୍ଧୁ କଳୁଷଭଞ୍ଜନ,ଏକମାତ୍ର ସିଦ୍ଧିଦାତା ସଂକଟବାରଣ ।ଏକମାତ୍ର ପୁଣ୍ୟସୂର୍ଯ୍ୟ ବିଭୁ ଜଗଦ୍ଗୁରୁ,ଏକମାତ୍ର ଭକତର ବାଞ୍ଛାକଳ୍ପତରୁ ।ଏକମାତ୍ର ପ୍ରେମଚନ୍ଦ୍ର ହୃଦୟ ଆକାଶେ,ଏକମାତ୍ର ପ୍ରାଣସଖା ସଦା ଦୁଃଖୀପାଶେ ।ଏକମାତ୍ର ବିଶ୍ୱବନ୍ଦ୍ୟ ବିଘ୍ନବିନାଶନ,ଏକମାତ୍ର ଅନ୍ନ-ଧନ-ସମ୍ପଦକାରଣ ।ଏକମାତ୍ର ଆଦିକବି ଆଦିଚିତ୍ରକର;ଏକମାତ୍ର ପ୍ରକାଶକ ନିଜ ସ୍ୱରୂପର ।ଏକମାତ୍ର ଘୋର ମୋହ-ରାତ୍ରିବିନାଶନ,ଏକମାତ୍ର ଭକ୍ତହୃଦ-ପଦ୍ମର ତପନ ।ଏକମାତ୍ର ନିର୍ବିକାର ନିଖିଳ-ଆଶ୍ରୟ,ଏକମାତ୍ର ଦର୍ପହାରୀ ଦୀନଦୟାମୟ ।ଏକମାତ୍ର ବୁଦ୍ଧିଦାତା ଦୁର୍ବଳର ବଳ,ଏକମାତ୍ର ଗତି ଆଶା-ଭରସା କେବଳ ।ଏକମାତ୍ର ଚିଦାନନ୍ଦ ପୂର୍ଣ୍ଣ ପରମେଶ,ଏକମାତ୍ର ପ୍ରଜାପତି ଅନାଦି ଅଶେଷ ।ଏକମାତ୍ର ଅତୀନ୍ଦ୍ରିୟ ବାଙ୍ମୟଅତୀତ,ଏକମାତ୍ର ମହାରାଜ ବ୍ରହ୍ମାଣ୍ଡସେବିତ ।ଏକମାତ୍ର ଶାସ୍ତ୍ରଦାତା ପାଷାଣ୍ଡଦଳନ,ଏକମାତ୍ର ଭୋଗହାରୀ ସନ୍ତାପହରଣ ।ଏକମାତ୍ର ବିଶ୍ୱଲକ୍ଷ୍ମୀ ବ୍ରହ୍ମାଣ୍ଡ ଜନନୀ,ଏକମାତ୍ର ଭକ୍ତପ୍ରାଣ ହୃଦସ୍ପର୍ଶମଣି ।ଏକମାତ୍ର ମହାଶକ୍ତି ମହାଭୟଙ୍କରୀ,ଏକମାତ୍ର ଜଗଦମ୍ୱା ରାଜରାଜେଶ୍ୱରୀ ।ଏକମାତ୍ର ରିପୁକୁଳ-ସଂହାରକାରିଣୀ,ଏକମାତ୍ର ପୁଣ୍ୟପ୍ରେମ-ସତ୍ୟପ୍ରସବିନୀ ।ଏକମାତ୍ର ନିତ୍ୟ ନବ ନିତ୍ୟ ପୁରାତନ,ଏକମାତ୍ର ଇଷ୍ଟଦେବ ଭୁବନମୋହନ ।ଏକମାତ୍ର ସର୍ବାଶୟ ଇହ-ପରୋଲୋକେ,ଏକମାତ୍ର ପ୍ରାଣାରାମ ଦୁଃଖେ ତାପେ ଶୋକେ ।ଏକମାତ୍ର ରସସିନ୍ଧୁ ଲୀଳାମୟ ହରି,ଏକମାତ୍ର ଯାର ନାମେ ପାପୀ ଯାଏ ତରି ।
(୧୦୧)
କେତେବେଳେ ଥିବୁ ମତ୍ତ ଏ ମର୍ତ୍ତ୍ୟର ମୋହମଦେ ?ତୋ ଦିନ ସରିଲା ଆସି ଏ ଅନିତ୍ୟ ଜନପଦେ ।ରିପୁହସ୍ତେ ଦେଇ ପ୍ରାଣ, ହରାଇଲୁ ଆତ୍ମଜ୍ଞାନଲୋଡ଼ିଲୁ ସଂସାରର ଅସାର ସୁଖ-ସମ୍ପଦେ ।ତେଣୁ ଏ ଘୋର ଦୁର୍ଦ୍ଦଶା, ନ ଦିଶେ କିଛି ଭରସାବେଷ୍ଟିତ ଚୌଦିଗେ ତୁହି ପାପ ବିକାର ବିପଦେ ।ଦିଶୁନାହିଁ ବୁଦ୍ଧି ଯଦି, ତେବେ ଭକ୍ତି-ବିଷ୍ଣୁପଦୀ-ଜଳେ ବୁଡ଼ିଯାଇ ମନ ଡାକ ରେ ସର୍ବଶୁଭଦେ !ଉଦ୍ଧାର କର ହେ ହରି, ଡାକ ରେ ପ୍ରାଣ ମୋହରି,ଶୁଣିବେ ଅନାଥନାଥ ତୋର କ୍ରନ୍ଦନଶବଦେ ।ତାଙ୍କରି ଅମୃତ ଭାଷା, ନାଶିବେ ତୋର ନିରାଶା,ନିଭିବ ବାସନା-ବହ୍ନି ପବିତ୍ର ନିର୍ବାଣ-ହ୍ରଦେ ।କରି ଆତ୍ମସମର୍ପଣ, ଯେ ପାଶେ ତାଙ୍କ ଶରଣ,ଧନ୍ୟ ହୁଏ ତୋ ଜୀବନ ଲଭିଣ ପରମପଦେ ।
(୧୦୨)
ତୁମ୍ଭରି ଇଚ୍ଛା କର ହେ ପୂର୍ଣ୍ଣ ମୋହର ଏ ଜୀବନେଦଗ୍ଧ କର ମୋ ବାସନାରାଶି ପୁଣ୍ୟର ହୁତାଶନେ ।ଏ ଜୀବନର ସକଳ ଦ୍ୱନ୍ଦ୍ୱନାଶ ହେ ପ୍ରଭୁ ପରମାନନ୍ଦ,ହର ହେ ମୋହର କୁଟିଳ ବନ୍ଧମୁକ୍ତି-ଉତ୍ସବ ବିସ୍ତାର କର ହୃଦୟନିକେତନେ ।ଏ ଅହଙ୍କାର ବିକଟାକାରକର ହେ ପ୍ରଭୁ କର ସଂହାର,ଘୋର ସଙ୍କଟୁ କର ଉଦ୍ଧାରଜୀବନ-ତରୀ କର ହେ ପାର ତାର କର୍ଣ୍ଣ-ଧାରଣେ ।
(୧୦୩)
ତୁମ୍ଭରି ଆଡ଼କୁ ସଦାଥିବି ହେ ଅନାଇ,ଏ ବାଞ୍ଛା ସଫଳ କରପ୍ରଭୁ ପ୍ରାଣସାଇଁ ।ଭକ୍ତ ପ୍ରାଣ ସଙ୍ଗେ ମିଶିଚାହିଁଥିବି ଦିବାନିଶିଜୀବନେ ମରଣେ ତବଶ୍ରୀଚରଣ ଧ୍ୟାୟି ।ନ ପୋଷିବି ଆନ ଆଶ,ଯାଉ ଯେତେ ବର୍ଷ ମାସ,ସଂସାର ପିପାସା ପାଶୁଁକର କର ତ୍ରାହି ।ସମ୍ପଦେ ଅବା ବିପଦେଚାହିଁଥିବି ସେ ଶ୍ରୀପଦେ,ସେ ଆଶ୍ରା ବିନା କାହିଁଠାବ ମୋର ନାହିଁ ।
(୧୦୪)
ସଙ୍ଖାଳି ଏକମାତ୍ର ମୋହର ହେ,ମଙ୍ଗଳଦାତା ବିଶ୍ୱ-ଈଶ୍ୱର ହେ ।ସର୍ବଶୁଭନିଦାନ ତବ ଦୟାବିଧାନସ୍ମରି ହୃଦୟ ପୁଣ୍ୟସାଗର ହେ,ନମଇ ଭକ୍ତିଭରେ ଅଭୟ ଶ୍ରୀପୟରେଜୟ ବିଧାତା ଶିବ-ସୁନ୍ଦର ହେ ।ତୁମ୍ଭ ପବିତ୍ର ନାମେ ଦୀନ ଉତ୍କଳଧାମେଏ ନବ ଯନ୍ତ୍ର, ଜ୍ଞାନ ଭାସ୍କର ହେ,ହୋଇ ଆଜି ସ୍ଥାପିତ ସାଧୁ ସାହିତ୍ୟ ହିତତୁମ୍ଭ କୃପାରେ ହିତ-ଆକର ହେ,ତୁମ୍ଭ କୃପାର ଡୋର ଟାଣି ଏ ପ୍ରାଣେ ମୋରଆଣିଛି ପଦତଳେ ତୁମ୍ଭର ହେ ।ସେ ପ୍ରାଣ ସମର୍ପଣ କଲି ମୁଁ ଅକିଞ୍ଚନକର ତାହାକୁ ଚିର କିଙ୍କର ହେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ