ସଲିଳଧାରା *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୮
- ସ୍ଥିତି
- ସାର୍ବଜନୀନ (Public domain)
‘‘ଢାଳିଦିଅ, ଆଗୋ ନାରି, ଢାଳିଦିଅ ଜଳ,ପିପାସାରେ ହୋଇଛି ମୁଁ ତୃଷିତ କାତର ।ଭ୍ରମି ବହୁ ପନ୍ଥା ବନ ପଦା ପରବତେ,ବଞ୍ଚିବି ମରିବି କିବା ନୁହଇ ପରତେ ।ଯହିଁ ତହିଁ ବୁଲି ପାଣି ଖୋଜିଲି ବହୁତ,ନଈ,ନାଳ କାହିଁ ମୋର ହେଲାନାହିଁ ଭେଟ ।ଯହିଁ ଆଶା କରିଗଲି ପାଇବି ମୁଁ ବୋଲି,ତହୁଁ ତହୁଁ ନିରାଶାରେ ଆସିଛି ବାହୁଡ଼ି ।ଢାଳିଦିଅ ଏବେ, ନାରି, ଢାଳିଦିଅ ଜଳ,ପିପାସାରେ ହୋଇଛି ମୁଁ ନିତାନ୍ତ କାତର ।’’ପାଣିର ମିଷ୍ଟତା ଜିଣି ସୁମଧୁର ଢାଳି,ମୃଦୁ କଣ୍ଠେ ଭାଷେ ତହୁଁ ଉତ୍ତରିଲା ନାରୀ-‘‘ଏଭଳି ପିପାସା ବୋଲି ନ ଥିଲି ତ ଜାଣି,ବଡ଼ ପାତ୍ରେ ଭରି ଆଉ ଆଣିଥାନ୍ତି ପାଣି ।ଛାଇରେ ବସିଲାଲୋକ ଅତି ସୁକୁମାର,ଏ ଖରାରେ କିମ୍ପା, ବାବୁ, ହୋଇଛ ବାହାର ?’’ସେତିକି କହି ତା ପାଣି ଢାଳୁଥାଏ ନାରୀ,ଢଳ ଢଳ ଢଳୁଥାଏ ନେତ୍ରେ ଅଶ୍ରୁ ବାରି ।ନୟନ ଚାହାଣି ତାର ଫେଡ଼ୁଥାଏ ସିନା,ଅଳପ ଆଣିଛ ବୋଲି ମନ କଳପଣା ।ଢାଳି ଯହୁଁ ପାତ୍ର ତାର ସରିଗଲା ଜଳ,ଆଉ ଯାଇ ଆଣିବାକୁ ହେଲା ସେ ତିଆର ।କି କହି ରୋଧିବି, ବେଗେ ନ ଆସିଲା ଭାଷା,ବୁଝି ତ ପାରୁଛି ପେଟୁ ଶମିଛି ପିପାସା ।ବିନୟ ବଚନ ତହୁଁ ଭାଷିଲି ମୁଁ ଧୀରେ,‘‘ଆଉ ପାଣି ପିଇବା ମୋ ଲୋଡ଼ା ନାହିଁ ତିଳେ ।ଏ ଯେ ସାନପାତ୍ରେ ପାଣି ଆଣିଥିଲ ଭରି,ବିଚାରୁ କି ଅଛ, ତୃଷା ନ ପାରିଲା ହରି ?ଯେତେ ପାଣି ବହଇଟି ଏ ବଳଙ୍ଗ ସ୍ରୋତେ,ସବୁ, ପାତ୍ରେ ଆଣି, ନାରି, ପିଆଇଛ ମୋତେ ।ଆଉ ଲୋଡ଼ା ନାହିଁ ମୋର ଲବେ ପିଇବାରଯେତିକି ପିଇଛି ସେତ ହେଲାଣି ଅପାର ।ଏହିଭଳି ଖରା ହେଉଥାଉ ମର୍ତ୍ତ୍ୟେ,ଏ ବନ ପର୍ବତ ସବୁ ଥାଆନ୍ତୁ ଏମନ୍ତେ ।ଛାଇତଳେ ବସିବାର ସୁକୁମାର ଜନ,ଦିନୁ ଦିନ ଏ ରାଇଜେ ଆସନ୍ତୁ ଏସନ ।ବୁଲନ୍ତୁ ଏଭଳି ଶ୍ଲୋଷେ ତୃଷିତ ବିକଳ,ଏ ମାଟି କଳଶୁ, ନାରି ପଅନ୍ତୁ ସଲିଳ ।ଗିରି ବନେ ନଈ ନାଳ ଲୋଡ଼ାନାହିଁ, ସତି,ଯେତେଦିନ ଥିବ, ହାତେ ତୋର ଏ ପାତ୍ରଟି ।’’
କବି ତରେ ୧୯୧୪ ମସିହା ଗ୍ରୀଷ୍ମଅବକାଶରେ ସତ୍ୟବାଦୀ ବିଦ୍ୟାଳୟ ନିମନ୍ତେ ଘରତୋଳା କାଠି ଆଣିବାକୁ କାଠ ଆଣିବାକୁ ମୟୂରଭଞ୍ଜ ଯାଇଥିଲେ । ସେତେବେଳେ ତାଙ୍କୁ କାଠ ଖୋଜିବା ସକାଶେ ଜଙ୍ଗଲରେ ବୁଲିବାକୁ ପଡ଼ିଥିଲା । ଜଣେ ସାନ୍ତାଳ ରମଣୀ ତାଙ୍କୁ ପିଇବାକୁ ପାଣି ଦେଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର