ଦୁଆର ଆଗରେ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୬
- ସ୍ଥିତି
- ସାର୍ବଜନୀନ (Public domain)
କୁଆଟିଏ ବସି ମୋର ଦୁଆର ଆଗରେବୁଲୁଥିଲା କେତେ ପରକାରେ;ମୋର ସବୁ କାମ ଛାଡ଼ି,କି ଆଶାରେ କାନ ପାରି,ସେ ରବ ଘେନିଲି ତାର ପରାଣ କୁହରେ ।ସେତ ବଡ଼ ବିମୋହନ ରାବ;ବସନ୍ତର ନୂଆ କୋକିଳ ସଙ୍ଗୀତ,ଭରତର ବୀଣା ଝଙ୍କାର ଲଳିତ,ଲବେ ତାକୁ ନାହିଁ ସରି ହେବ ।ତାର ସେହି ସରଗ ନିସ୍ୱନେମର ମଧୁ ସମ୍ପଦ ମିଳନେକି ଅର୍ଥ ଅଛଇ, କିଛି ନପାରେ ମୁଁ ବୁଝିଖାଲି ସବୁ କାମ ଛାଡ଼ି,ତା ଡାକକୁ କାନ ପାରି,ତୁନି ହୋଇ ବସି ରହିଥାଏ ମୁଁ ନିମଜ୍ଜି;ତା ରୂପ ନିରେଖି ପୁଣି, ରାବ ତାର ଶୁଣି,କି ଭାବନା ଭାଳେ ମୁଁ ପରାଣେ ।କିଏ ମୋ ଆସୁଛି ପ୍ରିୟ ପଚାରିଲେ ଯେତେ,ସେତ କିଛି ନ କହିଲାସେହିପରି ରାବୁଥିଲାସେ ରାବ ଯେ ଅସମଜା ମୋତେ ।କୁଆ ବସି ରାବୁଥାଏ ଦୁଆର ଆଗରେଥରକୁ ଥର ମୁଁ ତାକୁପଛୁଥାଏ କହିବାକୁ,କିଏ ସେ ଆସୁଛି ମୋର ଏ ପତ୍ରକୁଟୀରେ ।ସେ ଯେ କିଁପା କିଛି କହେ ନାହିଁ,ମୁହିଁ କେତେ କଥା ପାଞ୍ଚେ ମନେ,କେତେ ଚିତ୍ର ପୁଣି ଦେଖଇ ସ୍ୱପନେ,କେତେ ପ୍ରିୟଜନ ଚିତ୍ର ଆଣେ କୁଆ ବହି,ସଭିଏ କୁଟୀରେ ମୋର ଆସୁଛନ୍ତି ଧାଇଁ ।କୁଆଟି ସେ ନିବସି ସେଠାବେରାବୁଥିଲା ଏତେ ଏତେ ଭାବେ ।ତାର ସେହି ଅବୁଝା ବଚନେ ।ଏତେ ପ୍ରିୟ ଆସିବାରେ କହିଲା ତକ୍ଷଣେ ।ମୁହିଁ ବସିଅଛି ଚାହିଁ ଅନିମେଷେ,ସେ ତା ଟିକି ପତତ୍ର ଯୁଗଳେ,ଉଡ଼ି ଖରେ ଚାଲିଗଁଲା ତା ଦୂର ସ୍ୱଦେଶ,କେଡ଼େ ଗୁରୁଭାର ଲଦି ଅବହେଳେ,ଗଲା ଆହା ଗୋ କ୍ଷୁଦ୍ର ଅନ୍ତରେୠଷିକୁଲ୍ୟାର ମିନତିଭୁଧର କନ୍ଦରେ ଗହନ କାନ୍ତାରେଜନମି ସୁଦୁରେ କାହିଁ,ବିଲ ଗ୍ରାମ ପଦା ତେଜି, ୠଷିକୁଲ୍ୟାସରାଗେ ଆସିଛି ଧାଇଁ ।ବାଟେ ରୋଧୁଥିଲେ କେତେ ଗିର ଶିଖ,କହିଲେ, ‘ନ ଯାଅ ଦୁରେ,’କେତେ କ୍ଷୁଦ୍ର ହ୍ରଦ ଲୋଡ଼ୁଥିଲେ ତାକୁବହି ଧରିବାକୁ ଉରେ ।ନ ଶୁଣି ସେ କିଛି ଆସିଛି, ଜୀବନସାଗରେ ଦେବାକୁ ନିହି,ସିନ୍ଧୁ, ଅଙ୍ଗେ ସିନା ତା ଅଙ୍ଗ ମିଶିଲେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର