ମାୟାମୃଗ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୬
- ସ୍ଥିତି
- ସାର୍ବଜନୀନ (Public domain)
ପର୍ଣ୍ଣକୁଟୀମଧ୍ୟେ ଅଯୋଧ୍ୟା ନରେଶଦୂର ପଞ୍ଚବଟୀ ବନେ,ବସି, ହର୍ଷେ ସୀତା ଲକ୍ଷ୍ମଣ ସଙ୍ଗତେରତ ପ୍ରାତ ଆଳାପନେ ।ଆସି ତ୍ୱଚା କାହୁଁ ଧାଇଁ, ସ୍ୱର୍ଣ୍ଣ ମୃଗକୁଟୀର ଦୁଆର ପାଶେ,ବିଜୁଳି ଝଟକ ପ୍ରାୟେ ନିମିଷକେଲୁଚିଗଲା ବନବାସେ ।ନେତ୍ରୁ ତା ମୂରତି ନ ପାରିଲେ ପୋଛିଜନକ ରାଜ ଦୁହିତା,କହିଲେ, ସେ ନିଧି ନ ଆଣିଲେ ଧରିଅନ୍ନ ମୋତେ ହେବ ପିତା ।’’ଶୁଣି ରାମ ବେଗେ ଧନୁଶର ହାତେକୁଟୀରୁ ହେଲେ ବାହାର,ବୁଲି ବନେ ମୃଗେ କେତେ ତ ଖୋଜିଲେଛାଇ ନ ଦେଖିଲେ ତାର ।ବନୁ ବନେ, ଗିରି- ସଙ୍କଟୁ ଗିରିକିଚାଲନ୍ତି ଅଯୋଧ୍ୟା ସାଇଁ,ତେଣେ, ସୀତାସହ ଉଦ୍ବିଗ୍ନ ଲକ୍ଷ୍ମଣବାଟ ରହିଛନ୍ତି ଚାହିଁ ।କେତେବେଳେ ବନୁ ଆସିଲା ଶବଦ‘‘ଲକ୍ଷ୍ମଣ, ରଖ ଜୀବନ,’’ଶୁଣି କାନେ ସୀତା ପଡ଼ିଲେ ଚମକିଅଧୀର ହେଲେ ଲକ୍ଷ୍ମଣ ।କହିଲେ ସୀତା,‘‘ଏ ଭାଇ କଣ୍ଠ ସ୍ୱରଆପଦେ ପଡ଼ିଲେ କାହିଁ,ଯାଏ ଏ ମୁହୂର୍ତ୍ତେ, ହେ ଲକ୍ଷ୍ମଣ, ତହୁଁଭାଇଙ୍କି ତାରିବା ପାଇଁ ।’’ମନ ନ ମାନିଲା, ତଥାପି ସୌମିତ୍ରିଚାଲିଲେ କୁଟୀର ତେଜି,ଘୋର ବନେ ସୀତା ରହିଲେ ଏକାଟି,ଚିତ୍ତେ ରାମ ନାମ ହେଜି ।ଚାହୁଁ ଚାହୁଁ ଦ୍ୱାରେ ଆଗତ ଭିକ୍ଷାର୍ଥୀମାଗଇ ଭିକ ଆତୁରେ,ପତିବ୍ରତା ପତି- କଲ୍ୟାଣ ମନାସିଭିକ୍ଷାନ୍ନ ବାଢ଼ିଲେ ଦୂରେ ।କହିଲା ଭିକ୍ଷାଶୀ, ‘‘କରେ ଆଣି ଦେଲେ,ଘେନିବି ସିନା ମୁଁ ଭିକ,ପରବାସେ ପାଦ ପକାଇବି, ମୋତେମଣ କି ଏଡ଼େ ନାସ୍ତିକ ?’’ଶଙ୍କିତେ ଭିକ୍ଷାନ୍ନ ଆଣି, ହାରଦେଶୁବଢ଼ାଇ ଦେଲେ ମୈଥିଳୀ,କି ହେଲା ଭିକ୍ଷାର୍ଥୀ ପ୍ରକାଶି ସ୍ୱରୂପଧଇଲା ଶ୍ରୀକରଜ ଭିଡ଼ି ।ଦଶମୁଣ୍ଡ ତାର ବେକ ଉପରକୁବିକଟ ଦିଶଇ ଅତି,ଝୁଲଇ କୋଡ଼ିଏ ହାତ ବେନି ପାଶେ,ଦେଖି, ମୂର୍ଚ୍ଛା ଗଲେ ସତୀ ।ପୁଷ୍ପକ ରଥ ତା ଥିଲା ପାଶେ, ତାଙ୍କୁବଳେ ସେ ଥାପିଲା ତହିଁ,ଭୟଭୀତା ତ୍ରସ୍ତା ଜାନକୀ ବିକଳେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର