କବି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୧
- ସ୍ଥିତି
- ସାର୍ବଜନୀନ (Public domain)
ଜଗତେ ଅତୁଲ୍ୟ ଲାଅ, କବି ହେ,ଏ ଅମର ମେଳାପେ ବଡ଼,ଥାପି ମର୍ତ୍ତ୍ୟେ ଏକ ପୟର, ସ୍ୱରଗେବଢ଼ାଇ ପାର ଅପର ।ଦର୍ଶନ ବିଜ୍ଞାନ ଜ୍ୟୋତିଷ ଗଣିତରସାୟନ, ଇତିହାସ,କି ଅଛି ଭୂତଳେ ବିଦ୍ୟା ଏଭଳି ହେ,ତୁମେ ତ କରିଛ ବଶ ?ସକଳ ବିଷୟେ ଚାଳି ପାର ତବଦୁର୍ଜୟ ଲେଖନୀ ହେଳେ,ବୁଡ଼ି ଘେନ ରତ୍ନ ଅମର ଅଭେଦ୍ୟସୁଗଭୀର ପାରାବାରେ ।ହସାଅ, କନ୍ଦାଅ ଯେତେବେଳେ ଯାହାବିଚାର ଆପଣା ମନେ,କି ଭାଷା କୁହୁକେ ରଖିଛ ଆବରିଜଗତ ଯାବତ । ଜନେ ।ଛାୟାରେ ଦେଉଛ କୋୟା ଆଣି କାହୁ ?କାୟାରେ କରୁଛ ଛାୟା,ମୋହ ବିଜଡ଼ିତ ମର ନର ପ୍ରାଣୁତୁଟାଅ ମୋହନ ମାୟା ।ଭିକାରିରେ ଥାପ ରାଜ ସିଂହାସନେ,ରାଜନେ କରି ଭିକାରି,ମରୁ ଦେଶେ ରଚି ନନ୍ଦନ କାନନନନ୍ଦନେ ପାରତ ଜାଳି ।ଜାଣି ମିଛ ବୋଲି ଭୁଲନ୍ତି ମାନବେଏ କି ମରୀଚିକା ତୁମେ ?ମିଛେ ଏ ମରତେ କରୁଛ ରାଜୁତିବିଶ୍ୱ ଆଦରଶ ଭ୍ରମେ ।ମୁଁ ହେଲେ ନିଊନ ଦୀନ ଅକିଞ୍ଚନଏ ମହା ସଂସାର ଦେଶେ,ତୁମ ବିମୋହନେ ନ ଭୁଲି, କବି ହେ,ରହିବି ମୋ ହୀନ ବେଶେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର