ସାଳିଆ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୩୬
- ସ୍ଥିତି
- ସାର୍ବଜନୀନ (Public domain)
ପିଲାଦିନେ ଅନୁସରି ତୀର ଯେବେ ତୋରବୁଲୁଥିଲି, ମନୁ ତିଳେ ଯାଇନି ପାସୋର ।ଏବେ ମୋର ହେଲା ଆସି ଅଧିକ ବୟସ,ବିତି ଏ ଜୀବନୁ ଗଲା ତିରିଶ ବରଷ ।କେତେ ସୁଖ ଦୁଃଖ ବହିଗଲାଣି ଏ ଶିରେ,କେତେ ବେଦନାର ଗାର ପଡ଼ିଛି ଅନ୍ତରେ;କେତେ ସାଙ୍ଗସାଥୀମେଳେ ଯାଏ ମୋ ଜୀବନ,କେତେ ଆଶା ହୃଦେ ନିତି ଖେଳେ ଅକଳନ ।ଏସବୁ ଭିତରେ କିନ୍ତୁ ତୋ ତୀର ସମ୍ଭାର,ନ ଗଲା, ସାଳିଅ, ମନୁ ନିମିଷେ ବିସୋର ।ବୈତରଣୀ, ଚିତ୍ରୋତ୍ପଳା, ଋଷିକୁଲ୍ୟା ତଟେ,ସୁଦୂର ସୁବର୍ଣ୍ଣରେଖା ଚାରୁ ସଇକତେ,କେତେ ତ ବୁଲିଲି ଏକା, ସାଥିମେଳେ ପୁଣି;ମନ ବିନୋଦନେ ନେଲି ଦିବସ ଯାମିନୀ ।ତେତେ ଠାବେ ତୋ ପ୍ରତିମା ଖେଳେ ମୋ ନୟନେ,ତୋ ପ୍ରୀତି ସମ୍ପଦ ଯାଏ ପରଶି ପରାଣେ ।ବରଜି ତୋ ତୀର ନିଧି, ଦୂର ପରବାସେବହିଲଇଁ ଆସି ଏଥି ପରଜନ ଦେଶେ ।ସଂସାର କରମ ଜାଲେ ବନ୍ଧା ହେଲି ଏଥେ;ପିଲାଦିନେ ସାଙ୍ଗସାଥୀ ଲୋଡିବି କେମନ୍ତେ ?ଯାଆନ୍ତି, ସାଳିଆ, ଦିନେ ଅବସର ବେଳେ,ବୁଲନ୍ତି ନିମିଷେ ତୋର ସେ ମୋହନ ତୀରେ ।ସେ ପବନୁ ଧାରା ବେନି ପିଅନ୍ତି ଉଲ୍ଲାସେ,ସେ ଯେ ଚିହ୍ନା ଗଛଟି ମୋ, ବସନ୍ତି ତା ପାଶେ ।ପିଲାଦିନ ସାଥୀ ମୋର ସଙ୍ଗାତଙ୍କୁ ରାଇସେ କାଳର ସୁଖ ଦୁଃଖ ଜଳପନ୍ତି ତହିଁଖରାଦିନ ଖରାବେଳେ ଶୀତଳ ପବନେଆମ୍ୱ ତୋଟା ମାଳେ ଯାଇ ବୁଲିବା ଗହଣେ;ଶ୍ରୀପଞ୍ଚମୀ ଶ୍ରୀଫଳଟି ଖୋଜି ପାଣିତଳୁ,ହାତେ ଘେନି ବୁଲିବାର ଦୁଆରେ ଦୁଆରୁ ;ଦୋଳଯାତ୍ରା ଦୋଳିଖେଳେ ହରଷେ ବିହରି,ଛକାଛକେ ହେବା ମୁହେଁ ଫଗୁ ବୋଳାବୋଳି;ଧାନକଟା ବେଳେ ସୁଖେ ବିଲମାଳେ ଯାଇଧାନମେଣ୍ଟି ରଚିବାର ବାଳୁତ ବଡ଼ାଇ;କେତେ କେତେ କଥାମାନ ରଖିଛି ହୃଦୟେ,ଜୀବନେ ନୋହିଲେ ଯହୁଁ ଭେଟାଭେଟି ଦୁହେଁ ।ଛାଇତଳେ ଗଛମୂଳେ ନିବସି ଗୋପନେ,ନଦୀ ଜଳକେଳି ସୁଖେ ଘେନୁଥିଲେ ମନେ ।ମଞ୍ଜୁଳ ଶିଖରିରାଜ ଘଣ୍ଟଶିଳା ଗିରିଚଉଦିଗେ ଅବହେଳେ ବାଢ଼ଇ ତା ଶିରୀ ।ଲୁଚି ତୋ ପୁଲିନଶାଖେ, ତୁହାଇ ତୁହାଇବସନ୍ତଦୂତଟି କେତେ ଯାଉଥାଏ ଗାଇ ।ତୋ ତୀର ନିକୁଞ୍ଜେ ବସି ମଧୁ ଆଳାପନେରବି ଅସ୍ତବେଳେ ଲାଗୁଁ ଶୋଭା ଦରଶନେ ।ଅନ୍ଧାରିଆ ହୋଇ ତହୁଁ ଆସେ ବାଟ ଘାଟ,ଶଙ୍କିତେ ବରଜୁ ଆମେ, ସାଳିଆ, ତୋ ତଟ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ