ଲତାଟି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୭
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଧରେ ଟେକି, ତୁହି ପଡ଼ି ପଡ଼ି ଯାଉ,ତଳେ ଲୋଟିଯାଉ ମୁହିଁ ନ ଧଇଲେ ଆଉ ।ତୋ ଧରିବା ପାଇଁ ଆଣି ରଞ୍ଜା ଦିଏ ଡେରି,ରଞ୍ଜା ଘେନି ତଳେ ତୁହି ପଡ଼ିଯାଉ ଢଳି ।ଯତନେ ମୁଁ ଚଉପାଶେ ବୁଜିଦେଇ ବାଡ଼ବିଚାରଇ, ବଢ଼ୁଥିବୁ ଭିତରେ ତୁ ତାର ।କିଏ କେତେବେଳେ କାହୁଁ ବାଡ଼ ଆସେ ଡେଇଁ,ତୋ ଅଙ୍ଗୁ ନିଠୁରେ ଯାଏ ଡାଳପତ୍ର ଖାଇ ।ମୁଁ ବଡ଼ ଆକୁଳେ ପରା ତୋ ମୂଳ ମଳାରେନ ବାଧିବ ବୋଲି ତୋତେ ନିତି ପାଣି ଢାଳେ ।ଘଡ଼ିକ ଖରାରେ ସେ ଯେ ଶୁଖିଯାଏ ପୁଣି;ଝାଉଁଳି ପଡ଼ୁ ତୁ ତଳେ, କୋମଳ ପରାଣୀ ।କେତେ ଦିନ ଏହିଭଳି କରୁଥିବି ନିତି,ଟେକି ଧରୁଥିବି, ତୁହି ଯାଉଥିବୁ ଲୋଟି ?ଆଜି ସିନା ଅଛି ମୋର ବେନି ପାଦେ ବଳ,ଖୋଜି ନାନା ଉପାୟନ କରେ ଆଣି ଠୁଳ ।ନାନା ଯତନେ ମୁଁ ତୋତେ ବଢ଼ାଏ ସତତ,ତୋ ସେବା କରିଛି ମୋର ଜୀବନର ବ୍ରତ ।ଏତେବେଳେ ଯେବେ ତୋତେ ନ ପାରିଲି ରଖି,ବେଳ ଗଡ଼ିଗଲେ ଆଉ ରଖିପାରିବି କି ?ପାଦ ଚଳୁଥିବ ନାହିଁ, ହାତ ହେବ ଜଡ଼,ଫୁଟି ଯାଇଥିବ ଆଖି, ତୁଟିଥିବ ବଳ ।ସେତେବେଳେ କାହୁଁ ଆଉ କି ରୂପେ ଭିଆଇରଞ୍ଜା ପାଣି ଦେଇ ତୋତେ ରଖିବି ବଞ୍ଚାଇ ?ଏକାଟି ଦୀନେ ମୁଁ କାହିଁ ରହିଥିବି ପଡ଼ି;ସୁଖ ଦୁଃଖ ଜୀବନରେ ଯାଇଥିବ ସରି ।ନିର୍ଜୀବ ପରାଣୁ ମୋର ଅବଶେଷଟିକମରଣର ଚିତାନଳେ ଦେଉଥିବ ଡାକ–“ଜୀବନର ପୁଣ୍ୟପୀଠ ସେନେହ ଲତାଟିନିଜ ହାତେ ଏ ଜୀବନେ ଦେଲି ଯାହା କାଟି ।”
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ