ବିଜନ ଭୀଷଣପାଟ ଚାରିଆଡ଼େ,ପୂର୍ଣ୍ଣ ବେଣାବନମହିଷ ଖୁଆଡ଼େ ।ଦୃଷ୍ଟିରେଖା ତାରସୀମା ସ୍ପର୍ଶ କରିନ ପାରିଣଶେଷେଆସେ ଅପସରି ।ଜନପ୍ରାଣିଶୂନ୍ୟଦେଖି ମାଡ଼େ ତ୍ରାସ,ପ୍ରକୃତିର ଗୁପ୍ତବିଶ୍ରାମ ଆବାସ ।ସେ ମହାବିଜନେଶଙ୍କର-ସୁନ୍ଦରୀନିବସନ୍ତି ଦିଗଆଲୋକିତ କରି ।ବାତ୍ୟାକବଳରେନାବକ ଯେ କାଳେପଡ଼ି ସିନ୍ଧୁଗର୍ଭେଭୟ ଅସମ୍ଭାଳେ,ଡାକେ ମନଃପ୍ରାଣସମର୍ପି ପୟରେ“ରଖ ମା ନାୟିକାଚରଣକିଙ୍କରେ ।”ତେତେବେଳେ ଦେବୀଅଭୟ ବାହାକୁଟେକି ସେ ସଙ୍କଟୁଁରଖନ୍ତି ତାହାକୁ ।ଏ ହେତୁ ସର୍ବଥାନାବିକପୂଜିତା,ଅର୍ପନ୍ତି ନାବିକେତାଙ୍କୁ ସ୍ୱର୍ଣ୍ଣଚିତା ।ଆନ ତୀର୍ଥ ତୋରପ୍ରୟାଗ ଉପମ,ପୂତ ବୈତରଣୀ-ତଟିନୀ ସଙ୍ଗମ ।ଅଧିଷ୍ଠିତ ଯହିଁଯୋଗେଶ୍ୱର ହର,ଆରଡ଼ୀ ଗ୍ରାମରେଆରଡ଼ୀ-ଈଶ୍ୱର ।ଯାହାଙ୍କ ମହିମାକଳ୍ପନା-ଅତୀତ,ଦିଗଦିଗନ୍ତରେହୁଏ ବିଘୋଷିତ ।ସଦ୍ୟଫଳଦାତାପରମ କୃପାଳୁ,ଢାଳୁଛନ୍ତି କୃପାଅକଳିତ କାଳୁଁ ।ରୋଗମୃକ୍ତି ଆଶେଆସି ରୋଗୀମାନେଧାରଣା ପଡ଼ନ୍ତିତାଙ୍କ ପୀଠସ୍ଥାନେ ।ନିତ୍ୟ କେତେ ରୋଗୀହୋଇ ନିରାମୟଉଚ୍ଚାରନ୍ତି ତାଙ୍କନାମେ ଜୟ ଜୟ ।ତହିଁ ତୁ ସାଳନ୍ଦି,ବୈତରଣୀ ସଙ୍ଗେମିଶାଇ ତରଙ୍ଗଖେଳୁ ନାନା ରଙ୍ଗେ ।ସ୍ରୋତ ପ୍ରତିଘାତେଫେରି ଆସି ପାଣିତରଙ୍ଗ ଆକାରେବହଇ ଉଜାଣି ।ପୁଣି ବକ୍ରଭାବେଆସି ଖରେ ଘୂରି,ସୃଜେ ଭୟଙ୍କରବିଶାଳ ଭଉଁରୀ ।ଅଧ ଊର୍ଦ୍ଧ୍ୱ ହୋଇଜଳଚକ୍ର ତହିଁଭାଗ୍ୟଚକ୍ର ପ୍ରାୟନିୟତ ଘୂରଇ ।ଧବଳ ତରଙ୍ଗ-କର ପ୍ରସାରଣେରତ ବେନି ନଦୀପ୍ରେମ ଆଲିଙ୍ଗନେ ।ପ୍ରାଣେ ପ୍ରାଣେ ମିଶିଭେଦ ପରିହରିଚଳିଲ ପ୍ରବଳେଏକ ଆତ୍ମା ଧରି ।ସଂହତିର ବଳଅଟେ ମହୀୟାନ,ଦେଖାଇଲ ତୁମ୍ଭେସେଥିର ପ୍ରମାଣ ।ବେନି ସଖୀଙ୍କରସେ ଶୁଭ ମିଳନ-ସ୍ଥାନ ହୋଇଅଛିତୀର୍ଥ ଚିରନ୍ତନ ।ସେ ମହାତୀର୍ଥରେନରେ କରି ସାନଲଭନ୍ତି ଅଗାଧପାପୁ ପରିତ୍ରାଣ ।ବିରାଜେ ତୋ ତୀରେକେତେ ମଠ ଗାଦି,କେତେ ମହାତ୍ମାଙ୍କପବିତ୍ର ସମାଧି ।ସାଧୁ ସତ୍ପୁରୁଷକ୍ଷମାଦୟାବନ୍ତପ୍ରସିଦ୍ଧ ଅସ୍ତଳମଠର ମହନ୍ତ ।ବୈଷ୍ଣବପ୍ରବରଶ୍ରୀ କ୍ଷମାସାଗରଥିଲେ ତୋହ ତୀରେଯୋଗରେ ତତ୍ପର ।ସୁକଠୋର ଯୋଗବହୁକାଳ ସାଧିଘେନିଲେ ମହାତ୍ମାଜୀବନ୍ତ ସମାଧି ।ତେର ଯାତ୍ରା ବାରପୂର୍ଣ୍ଣିମା ପାଳିତହେଉଥିଲା ତାଙ୍କମଠେ ଯଥୋଚିତ ।ବହୁ ସାଧୁସନ୍ଥଦୀନଦୁଃଖୀ ଜନେହେଉଥିଲେ ତୃପ୍ତପ୍ରସାଦ ଭୋଜନେ ।ଆଗନ୍ତୁକ ପାଇଁଅବାରିତ ଦ୍ୱାର,ବଣ୍ଟା ହେଉଥିଲାସୁଖାଦ୍ୟସମ୍ଭାର ।କାଳଗର୍ଭେ ଏବେଲୁପ୍ତ ସେ ସୁରୀତି,ଅତି କଷ୍ଟେ ଚଳେଦେବତାଙ୍କ ନୀତି !ନାହିଁ ସେ ଗୌରବନାହିଁ ଅନ୍ନଦାନ,ଦେବ ଆୟତନହୋଇଛି ଶ୍ମଶାନ ।କେବଳ ଦେଉଳେଊର୍ଦ୍ଧ୍ୱେ ତୋଳି ମଥାଘୋଷନ୍ତି ନୀରବେଭବନଶ୍ୱରତା ।ଉତ୍ତର ମୁଖରେବାଙ୍କ ଭାଙ୍ଗି ଯାହିଁ,କୁଳୁକୁଳୁ ସ୍ୱରେଯାଉ ଖରେ ବହି,ତହିଁ ପୁରାତନଗ୍ରାମ ଅବସ୍ଥିତ,କୁଳୁମୂଳୀ ନାମେଲୋକେ ଅଭିହିତ ।ନିବସନ୍ତି ତହିଁଯୁଗଳ କିଶୋର,ଛୁରିଅନା ଗନ୍ଧେବସନ୍ତେ ବିଭୋର ।ଏଠାରେ ସାଳନ୍ଦୀଉତ୍ତରବାହିନୀ,ବିଦୂଳ-ଜଟିଳାଯଥା ତପସ୍ୱିନୀ ।୧ଅଥଳ ଗଭୀରଏଥି ଗଣ୍ଡଜଳ,ତୀରସ୍ଥିତ ଗ୍ରାମବୋଲାଏ ଅଥଳ ।୨ଶ୍ରୀଚୈତନ୍ୟ ଦେବମଣି ତୀର୍ଥସ୍ଥାନତିନି ଦିନ ଏଥିକରିଥିଲେ ସ୍ନାନ ।୩ତୀରେ ଉଠି ଯହିଁକଲେ ସ୍ତବପାଠ,ବୋଲାଏ ସେ ସ୍ଥାନଠାକୁରାଣୀ ଘାଟ ।“ବୁଢ଼ୀଯାଗୁଳାଈ”“ହରଚଣ୍ଡୀ” ତହିଁ,ନିବସନ୍ତି ବେନିଦେବୀ ମୁଦ ବହି ।ଏଡ଼େ ପୁଣ୍ୟତୀର୍ଥଏବେ କାଳବଶେ,ଅପ୍ରସିଦ୍ଧ ହୋଇରହିଛି ବିରସେ ।ସୌଭାଗ୍ୟ ସମ୍ପଦଯେହ୍ନେ ଗଛ ଛାଇ,ଆଲୋକରେ ଥାଏତମେ ରହେ ନାହିଁ ।ବସନ୍ତି ତୋ ତୀରେସୁପର୍ଣ୍ଣ ଆସନସନ୍ଥ ଗ୍ରାମେ ପ୍ରଭୁମଦନମୋହନ ।୪ତାଙ୍କ ପୁଣ୍ୟପୀଠମହାପାପହନ୍ତା,ସୁରକ୍ଷିତ ଯହିଁଶ୍ରୀ ଚୈତନ୍ୟ କନ୍ଥା ।ପ୍ରଚାରି ବୈଷ୍ଣବ-ଧର୍ମ ଶ୍ରୀ ଚୈତନ୍ୟକରିଯାଇଛନ୍ତିଜୀବନକୁ ଧନ୍ୟ ।ପ୍ରତିବର୍ଷ ତାଙ୍କସ୍ମୃତି ଉପଲକ୍ଷେଧରେ ମହୋତ୍ସବସେ ନଗରୀ ବକ୍ଷେ ।ତହିଁ ତୋ ପୁଳିନେସାଳନ୍ଦି ସୁନ୍ଦରି,ମଦନମୋହନଖେଳନ୍ତି ଚର୍ଚ୍ଚରୀ ।ଚନ୍ଦ୍ରିକା-ଚର୍ଚ୍ଚିତବାଲୁକାରାଶିରେଗୋବିନ୍ଦ ମଦନଖେଳନ୍ତି ଅବିରେ ।ବହୁ ଦର୍ଶକରହୁଏ ସମାଗମ,ଧରେ ତୋ ପୁଳିନଶୋଭା ଅନୁପମ ।ଫଗୁ- ହିଙ୍ଗୁଳିତବିମାନ ସକଳବିଧୁକର ସ୍ପର୍ଶେଦିଶେ ଢଳ ଢଳ ।ଚଉପାଶେ ଦୀପଅପୂର୍ବ ସୁଷମାଉପୁଜାଏ ଚିତ୍ତେଅଦ୍ଭୁତ ଉପମା ।ବାଳସବିତାଙ୍କୁକିବା ତାରାଗଣବସିଛନ୍ତି କରିଚୌପାଶୁଁ ବେଷ୍ଟନ ?ଶୁକ୍ଳ ବାଲୁକାରେମିଶି ଫଗୁକଣାମୁକୁତା ପ୍ରବାଳପ୍ରାୟେ ଯାଏ ଜଣା ।ଲାଗେ ଯେତେବେଳେବାଣବୃକ୍ଷେ ନିଆଁ,ଆହା ସେ ମାଧୁରୀକେଡ଼େ ବାହାରିଆ ।ଅଗ୍ନିମୟ ବୃକ୍ଷେଅଗ୍ନିମୟ ଫଳଓହଳିଲା ପ୍ରାୟେଦିଶେ ଅବିକଳ ।କାହିଁ ଅବା ଫୁଟିସ୍ୱର୍ଣ୍ଣବର୍ଣ୍ଣ ଫୁଲବିସ୍ତାରେ ଜାଜ୍ୱଲ୍ୟସୁଷମା ଅତୁଳ ।ଶୋଭା-ସ୍ୱର୍ଣ୍ଣ-ଝାଳଝରିଲା ପରାଏଅଗ୍ନିବିନ୍ଦୁ ତହୁଁଝଡ଼ି ଶୋଭାପାଏ ।ଅଶନି ଗର୍ଜନେଫୁଟେ ବାଣରାଶିଉଗାରି ଅନଳଚରାଚର ତ୍ରାସି ।ସନ ସନ ସ୍ୱନେହାବେଳି ପ୍ରଖରେଉଠିଯାଇ ଊର୍ଦ୍ଧ୍ୱେବିଜୁଳି ବେଗରେ,ପ୍ରକାଶିଣ ଦୀପ୍ତିକ୍ଷଣେମାତ୍ର ନଭେପ୍ରାଣ-ଦୀପ ପ୍ରାୟେନିର୍ବାପନ ଲଭେ ।ଘୂରଇ ଘର୍ଘରେକାହିଁ ଚର୍ଖିବାଣଝାଡ଼ି ଅଗ୍ନି ଯଥାକର୍ମକାର ଶାଣ ।ଏ ଶାଣେ ବା ଶାଣିମଦନମୋହନକରନ୍ତି ନିର୍ମଳଭକ୍ତମ୍ଳାନ ମନ ।ସୃଜେ କାହିଁ ଅବାଭୂଇଁଚମ୍ପାବାରସୁବର୍ଣ୍ଣ ଧାନ୍ୟରପ୍ରଶସ୍ତ କେଦାର ।ଦେଖାଇବାପାଇଁସେ ଦୃଶ୍ୟ ସାକ୍ଷାତେଡାକେ ବୈଜୟନ୍ତୀହାତ ଠାରି ପାନ୍ଥେ ।ସଝାଲର ଛତାଆଢ଼େଣୀ ତରାସପ୍ରଦୀପ-ପଞ୍ଜରୀଶୋଭର ଆବାସ ।ଦର୍ଶନେ ଦର୍ଶକମନ ନିଏ ହରିଚିତ୍ତବନୋଦନଇନ୍ଦ୍ରଜାଲ ପରି ।କାହିଁ ଫୁଲଝଡ଼ରହି ଏକାଧାରେନନ୍ଦନକାନନଶୋଭାକୁ ଧିକ୍କାରେ ।ଅତୁଳ ସେ ଶୋଭାସିନା ମହୀତଳେବର୍ଣ୍ଣି ନୁହେଁ ତାହାବଚନକୁ ବଳେ ।ତୋ ଉତ୍ତର ତୀରେ“ସଦାବ୍ରତ ମଠ,”ସେ ମଠ ମହନ୍ତଧାର୍ମିକ କର୍ମଠ ।ମେଲି ବସିଛନ୍ତିସଦା ଅନ୍ନଛତ୍ର,ପଡ଼େ ତହିଁ ସାଧୁସନ୍ନ୍ୟାସୀଙ୍କ ପତ୍ର ।ଯାମ୍ୟତୀର ଚାରୁଶୋଭାର ନିଧାନ,ଧୂସା ପହ୍ଳାଣଙ୍କପବିତ୍ର ଆସ୍ଥାନ ।ଏକ ପଇସାରଶିରିଣୀ କେବଳ,ଦେଲେ ତାଙ୍କୁ ହୁଏଉଦ୍ଦେଶ୍ୟ ସଫଳ ।ବସନ୍ତି ତୋ ତୀରେଭଦ୍ରଖେକରାଳୀଚନ୍ଦ୍ରଚୂଡ଼ଜାୟାଦେବୀ ଭଦ୍ରକାଳୀ ।ଧନ୍ୟ ସେ ସ୍ଥାନରଅପାର୍ଥିବ ଶକ୍ତିସ୍ପର୍ଶମାତ୍ରେ ତାହାସ୍ୱତଃ ଜନ୍ମେ ଭକ୍ତି ।ନାରିକେଳକୁଞ୍ଜେଦିଶେ ବିଚ୍ଛୁରିତ,ସୁରଙ୍ଗ ମନ୍ଦାରେସଦା ସିନ୍ଦୁରିତ ।ମୃଣ୍ମୟ ମନ୍ଦିରେଦିବ୍ୟ ସିଂହାସନେବିରାଜନ୍ତି ଦେବୀମୁଦ ବହି ମନେ ।ଅସିତବରଣାଅସିତବସନାଅସିହସ୍ତେ ଉଭାକରାଳରସନା ।ଆରକ୍ତ ଚନ୍ଦନ-ଚର୍ଚ୍ଚିତ ମନ୍ଦାର-ହାର ତାଙ୍କ କଣ୍ଠେଦିଶଇ ଉଦାର ।ବାହାରିଣ ଦେହୁଁଜ୍ୟୋତି ରେଖାଚୟଆଲୋକିତ କରେନିବାସ ନିଳୟ ।ସଙ୍କଟୁଁ ଉଦ୍ଧାରପାଇବା ସକାଶେ,ଅର୍ପନ୍ତି ମାନବେବଳି ତାଙ୍କ ପାଶେ ।ପରେ ମାରି ଆତ୍ମ-ରକ୍ଷା କରିବାରଏ ଭୀଷଣ ନୀତି-ପଦେ ନମସ୍କାର ।ହଡିକାଠେ ଦିଶେଭୀଷଣ ପ୍ରାଙ୍ଗଣ,ହଣା ହେଉଥାନ୍ତିପଶୁ ପଣ ପଣ ।ଅର୍ଗଳ ସନ୍ଧିରେରଖି ପଶୁବେକଗଳାଇଦିଅନ୍ତିତହିଁ ଖିଲ ଏକ ।ସେ କାଳେ ସେ ପଶୁମୃତ୍ୟୁଯନ୍ତ୍ରଣାରେଛଟପଟ ହୋଇକରୁଣେ ଚିତ୍କାରେ ।ଧରେ ପୂଜକ ତାପଛ ଗୋଡ଼େ ଟାଣି,କଟୁଆଳ ଦିଏ ବେକେଚୋଟେ ହାଣି ।କଟୁଆଳ ପୁଣିସେବକ ବ୍ରାହ୍ମଣ-ହୃଦୟରେ ନାହିଁଦୟା କଦାଚନ ।ମୂର୍ତ୍ତିମତୀ ହତ୍ୟାନିଷ୍ଠୁରତାଦ୍ୱୟକରନ୍ତି ନୃଶଂସକାର୍ଯ୍ୟ ଅଭିନୟ ।ପଚାରେଁ ତୁମ୍ଭଙ୍କୁସେବକ ବ୍ରାହ୍ମଣ,ଏହି କି ହେ ଭଲାବ୍ରାହ୍ମଣ ଲକ୍ଷଣ ?ଯେଉଁ ହାତେ ହୁଏଜପ ଯଜ୍ଞକର୍ମ,ସେହି ହାତେ ହତ୍ୟାଏହା କି ହେ ଧର୍ମ ?ଯେ ହସ୍ତ ଜାହ୍ନବୀ- ପ୍ରବାହେ ପାବନ,ପାପ-ପଙ୍କ କଲସେ ହସ୍ତେ ଲେପନ ।ବୃଥାରେ ତାନ୍ତ୍ରିକ-ଧର୍ମେ ଦେଇ ଦ୍ୱାହିକ୍ରିୟା ଛାଡ଼ି କରଅକ୍ରିୟା କିପାଇଁ ?ପବିତ୍ର ବ୍ରାହ୍ମଣ-କୁଳେ କଳଙ୍କିତକରୁଅଛ ସିନାହୋଇଣ ଦୁର୍ନୀତ ।ଚଣ୍ଡୀପାଠ, ହୋମଆଦି ସୁବିଧାନଦେବୀ ତୃଷ୍ଟି ଅର୍ଥେଥାଉଁ ବିଦ୍ୟମାନ,ଧର୍ମାଧର୍ମ କିଛିନ କରି ନିର୍ଣ୍ଣୟଦିଅ କିପାଁ ପଶୁ-ହତ୍ୟାରେ ପ୍ରଶ୍ରୟ ?ସାଳନ୍ଦି, ତୋହରସୁଧାଜିତ ନୀରପୁଷ୍ଟିକର ଯଥାକାମଧେନୁ କ୍ଷୀର ।ଭଦ୍ରଖ ନଗରୀକରୁ ତୁ ପାଳନ,ଭ୍ରମୁ ସଙ୍ଗେ ଘେନିପୁତ୍ରକନ୍ୟାଗଣ ।ତୋହ କୂଳେ ଜନ୍ମିମହାତ୍ମା ଅନେକଯାଇଛନ୍ତି ସାଧିଜନ୍ମଭୂମି ଟେକ ।କେତେ ଥିଲେ କବିକେତେ ବିଚାରକକେତେ ଯୋଗୀ କେତେଧର୍ମପ୍ରଚାରକ ।ଜନ୍ମିଥିଲେ କେତେବୈଦ୍ୟ ଜ୍ୟୋତିର୍ବେତ୍ତାବହୁ ଗାଣିତିକବହୁ ଦେଶନେତା ।ତୋହ ଜଳ ପିଇଶ୍ରୀ ବଂଶୀବଲ୍ଲଭ,ସଞ୍ଚିଲେ ସୁକୀର୍ତ୍ତିମାନବ-ଦୁର୍ଲ୍ଲଭ ।କରିଥିଲେ ତାଙ୍କଜିହ୍ୱାଗ୍ରେ ବସତିବିଦ୍ୟାବିନୋଦିଦୀଦେବୀ ସରସ୍ୱତୀ ।ସାରସ୍ୱତ କୃପା ଲଭିସେ ସାନନ୍ଦେରଚିଲେ ସଙ୍ଗୀତସୁମଧୁର ଛନ୍ଦେ ।ନବରସେ ସେହୁଥିଲେ ସୁପଣ୍ଡିତ,ଗାଇଲେ ତୋ କୂଳେ‘ଚଇତ୍ର ସଙ୍ଗୀତ’ ।ମୋଗଲ ରାଜତ୍ୱେସେ କାଳରେ ଦେଶେଥିଲା ପାର୍ଶିଭାଷାଚଳନ ବିଶେଷେ ।ପାରଶିରେ ତହୁଁବିରଚି ସଙ୍ଗୀତମୋହିଲେ ସ୍ୱଜାତିବିଜାତିଙ୍କ ଚିତ୍ତ ।ଅଧିକାଂଶ ଗୀତଶାନ୍ତିରସାଶ୍ରିତସାକ୍ଷ୍ୟ ତାର ‘ଯୋଗୀ-ଫକୀର ସଙ୍ଗୀତ’ ।ଅଦ୍ୟାପି ଭଦ୍ରଖେ ସେସଙ୍ଗୀତଚୟଚୈତ୍ର ମାସ ଶେଷେହୁଏ ଅଭିନୟ ।ଧନ୍ୟ କବିଙ୍କରସମ୍ମୋହନ ଗୀତସମଭାବେ ମୋହେସମସ୍ତଙ୍କ ଚିତ୍ତ ।ରସିକ ପକ୍ଷରେତାହା ରସମୟଭାବୁକ ନିକଟେଭାବର ଆଳୟ ।ଧାର୍ମିକ ପକ୍ଷରେଧର୍ମଶାସ୍ତ୍ରବତଯୋଗୀ ବୁଝେ ତହୁଁମହା ଗୂଢ଼ ତତ୍ତ ।ପୂର୍ଣ୍ଣ ସବୁଭାବତହିଁ ଏକାଧାରେତେଣୁ ସେ ଆଦୃତସମସ୍ତଙ୍କଠାରେ ।ଏକାଧାରେ ତହିଁଅଛି କନ୍ଦାହସାଡାକ ନାମ ତାର‘ଚଇତ୍ର ତାମସା’ ।ମେଷ ସଂକ୍ରମଣେବଲ୍ଲଭଭଣିତମୋଗଲ ରାଜତ୍ୱହୁଏ ଅଭିନୀତ ।ମୋଗଲ ରାଜାଙ୍କଅତି ବିଳାସିତା,ତଥା ଅତ୍ୟାଚାର ,ଅଦୂରଦର୍ଶିତାତନ୍ନ ତନ୍ନ କରିଅଙ୍କିଛନ୍ତି କବି,ଆବର ଶାସନବିଶୃଙ୍ଖଳ ଛବି ।ଅଛି ମାତ୍ର କାବ୍ୟନାହାନ୍ତି ସେ କବିବିଦ୍ୟମାନ ପ୍ରଭାଅସ୍ତ ଆହା ରବି ।ବହୁକାଳୁଁ କାଳତାଙ୍କ ସୌମ୍ୟ ମୂର୍ତ୍ତିଗ୍ରାସିଅଛି, ଏବେଅଛି ଖାଲି ସ୍ମୃତି ।ରହଇ ଜୀବନୀନ ରହେ ଜୀବନ,ଏହା ସିନା ବିଧି-ବିଧି ଚିରନ୍ତନ ।ତୋହୋ ଜଳେ ତୋରବୁଦ୍ବୁଦ ସମାନ,ମିଶାଇଲେ ପଞ୍ଚଭୂତେପଞ୍ଚପ୍ରାଣ ।ମନ୍ଦରନନ୍ଦିନୀସାଳନ୍ଦି, ତୋ କୂଳେତାହାଙ୍କ ଶ୍ମଶାନବିରାଜେ ମଞ୍ଜୁଳେ ।କବିବାସଯୋଗ୍ୟନିକାଞ୍ଚନ ସ୍ଥାନ,ଶୋଭାର ନିକୁଞ୍ଜସୁରମ୍ୟ ଉଦ୍ୟାନ ।ତୀକ୍ଷ୍ଣ କଣ୍ଟକିତଦୀର୍ଘ ଭୀମ ଗଦାବେଢ଼ିଛି ମର୍କତବେଢ଼ା ସମ ସଦା ।ପତ୍ର-କରପତ୍ରଧରି କାହିଁ କିଆଅସ୍ତ୍ରଧାରୀ ପ୍ରାୟହୋଇଅଛି ଠିଆ ।ପଣସ କମଳାନାରିକେଳ ତାଳଏ ଆଦି ପାଦପେସେ ବନ ଘଞ୍ଚାଳ ।କାହିଁ ପରସ୍ପରେମାତୁଳଙ୍ଗ ଆତହୋଇଛନ୍ତି ଉଭାକାନ୍ଧେ ଛନ୍ଦି ହାତ ।ପତ୍ରେ ପତ୍ର ଛନ୍ଦିକାହିଁ ବୃକ୍ଷଗଣନବ୍ୟରୁଚିସିଦ୍ଧକର ମରଦନ-କରନ୍ତି କି ଆହାମନେ ବହି ପ୍ରୀତି,କାହୁଁ ଏ ଶିଖିଲେନବ୍ୟ ସଭ୍ୟ ରୀତି ?କାହିଁ ବା ସୁନାରୀସୁ-ନାରୀର ଭଳିଧବ ପରେ ପ୍ରେମେପଡ଼ିଅଛି ଢଳି ।ଫଳଭାରେ ଧାତ୍ରୀପୋତିଅଛି ମଥା,ନର ଭାଗ୍ୟ-ତରୁକର୍ମ-ଫଳେ ଯଥା ।ମର୍କତମହୁଡ଼ଧରି କାହିଁ ତାଳଚୁମ୍ୱେ ନଭେ ଟେକିମସ୍ତକ ବିଶାଳ ।ଦେଖି ତାହା ହୁଏଏସନ କଳ୍ପନା,ବହୁଫଣ ଫଣୀତୋଳିଛି କି ଫଣା ?ଜଟିଳ ତପସ୍ୱୀପ୍ରାୟେ କାହିଁ ବରବିଲମ୍ୱାଇ ଉଭାଓହଳନିକର ।ମାନବ ସଞ୍ଚାରସେଠାରେ ବିରଳ,ସ୍ୱଭାବେ ଯେଣୁ ସେଶବଦାହୀ ସ୍ଥଳ ।ବହୁ ଲତା ବୃକ୍ଷେସେ ସ୍ଥାନ ପିହିତ,ରବି ସଙ୍ଗେ ନାହିଁସମ୍ପର୍କ କିଞ୍ଚିତ ।ଡେଇଁ ଡେଇଁ ବୁଲେଲମ୍ବକର୍ଣ୍ଣ ଶଶା,କୃଷକକୁଳରବୁଡ଼ାଏ ଭରସା ।ଝିଲ୍ଲୀଏ ରାବନ୍ତିବଂଶବନେ ଲୁଚିସେ ରବେ ପୃଥୁଳକରନ୍ତି ଗୁଣ୍ଡୁଚି ।ପ୍ରାତଃ ବୈତାଳିକପିକ, କୁମ୍ଭାଟୁଆ,କୁକ୍କୁଟ, ପାପିଆକଟୁରାବୀ କୁଆ,ଚଷାପୁଅ, ଶ୍ୟାମା,ଦୟାଳୁ, ଖଞ୍ଜନ,ଏ ଆଦି ବହଙ୍ଗେପୂର୍ଣ୍ଣ ସେ କାନନ ।ନଦୀକୂଳବନ୍ଧୁବସି ନଦୀକୂଳେସୁସ୍ୱର ଲହରୀଉଠାଏ ପୃଥୁଳେ ।ସେ ସ୍ଥାନେ ଯେ ବାୟୁହୁଏ ପ୍ରବାହିତ,ଭବ-ଉତ୍ତାପେ ସେନୁହେଁ ଉତ୍ତାପିତ ।ସ୍ୱଭାବେ ସେ ସ୍ଥାନକବିଙ୍କ ଆସ୍ଥାନ,ଅମର ସଙ୍ଗୀତେସଙ୍ଗୀତାୟମାନ ।ଉପକଣ୍ଠେ ଗାଉତୁ ଲୋ ଗିରିକନ୍ୟା,କୁଳୁ କୁଳୁ ନାଦେନଦୀକୁଳଧନ୍ୟା ।ସୁକଣ୍ଠ ବିହଙ୍ଗେସଦା ମୁଖରିତଗାଏ ନିସ୍ତବ୍ଧତାନୀରବ ସଙ୍ଗୀତ ।କୋଳାହଲଦ୍ୱେଷୀକବି-ବାସସ୍ଥଳ,ପଶେ ନାହିଁ ତହିଁଭବ-କୋଳାହଳ ।ଅନିତ୍ୟତା ଗୀତସଦା ସଂକୀର୍ତ୍ତନକରିବାକୁ ଏହିସ୍ଥାନଟି ଭାଜନ ।ମହାପୁଣ୍ୟମୟସ୍ଥାନ ଏ ଶ୍ମଶାନ,ଜ୍ଞାନୀ ନେତ୍ରେ ତତ୍ତ୍ୱ-ଦୀକ୍ଷାଦାୟୀ ସ୍ଥାନ ।ଅଜ୍ଞାନ ପକ୍ଷରେମହାଭୟଙ୍କର,ନ ଛୁଏଁ ତେଣୁ ସେସୀମା ଏ ସ୍ଥାନର ।ନ ଉଚ୍ଚାରୁ ପଛେକେହି ଏହା ନାମମାତ୍ର ଏ ସଭିଙ୍କଚରମ ଆରାମ ।ପ୍ରଣୀ ପ୍ରାଣ-ସ୍ରୋତଯଥାସମୟରେବହି ଆସି ପଡ଼େଏ ମହାସାଗରେ ।ଭୁଲିଗଲେ ସୁଦ୍ଧାଏ ସ୍ଥାନକୁ କେହିନ ଭୁଲି ତାକୁଏ ଚିହ୍ନେ ଚିହ୍ନ ଦେଇ ।ଦର୍ପି-ଦର୍ପ-ହରସ୍ଥଳ ଏ ଭୂତଳେ,ମହିମା ଏହାରବଚନକୁ ବଳେ ।କହ ରେ ଶ୍ମଶାନନ କରିଣ ମଠ,କାହା ଶାପେ ତୁହିଲୋକେ ଅପ୍ରକଟ ।ମଧୁର ନିସର୍ଗସୌନ୍ଦର୍ଯ୍ୟ ତୋହରନୁହେଁ କିପାଁ ନର-ନୟନଗୋଚର ।ମହାସୁପବିତ୍ରସ୍ଥାନ ତୁ ଭୂତଳେ,ଅପବିତ୍ର କିପାଁବୋଲନ୍ତି ସକଳେ ।ଶାନ୍ତିମୟ ଧାମତୋ ପରି କେ ଭବେ ?କିପାଁ ଭୟଙ୍କରବୋଲନ୍ତି ମାନବେ ?କବି ସତ୍ ପୁରୁଷଧରି ସୁଦ୍ଧା ଅଙ୍କେଲିପ୍ତ କିପାଁ ଏହିଅପବାଦ-ପଙ୍କେ ।ଅହୋ ! କେଡେ ଭ୍ରାନ୍ତଅକୃତଜ୍ଞ ନର,ଅଜ୍ଞାନେ ନ ବୁଝେମହିମା ତୋହର ।ଆଚରେ ସେ ତୋହପ୍ରତି ଘୃଣା ଭୟ,ମାତ୍ର ଧନ୍ୟ ତୋରଉଦାର ହୃଦୟ ।କ୍ଷମା କରି ତାହାକୃତଦୋଷମାନ,ପରିଣାମେ ତାକୁଅଙ୍କେ ଦେଉ ସ୍ଥାନ ।ମାୟା-କଳୁଷିତନୁହେଁ ତୋ ହୃଦୟ,ଜୀବନାନ୍ତେ ତୁହିକେବଳ ଆଶ୍ରୟ ।ସାମ୍ୟ ନୀତି ତୋରପରମ ଆଦର୍ଶ,ସମାନ ତୋଠାରେହରଷ ବିରସ ।ଧାର୍ମିକ ପାମରତୋ ନେତ୍ରେ ସମାନ,ସାନ ବଡ଼କ ସର୍ବେକରୁ ସମଜ୍ଞାନ ।ଅନେକ ସଦ୍ଗୁଣଅଛି ଯେ ତୋହର,ନ ଶିଖନ୍ତି ତାହାଅଜ୍ଞାନାନ୍ଧ ନର ।କୁସଂସ୍କାରେ କରିଅମଙ୍ଗଳ ଶଙ୍କାନ ଚାହାଁନ୍ତି ତୋତେମୁହଁ କରି ବଙ୍କା ।ରେ ଶ୍ମଶାନ, କେତେଅଜାଣିତ ଫୁଲକାହୁଁ ଆଣି ଅଙ୍କେକରିଅଛୁ ଠୁଳ ।ଅତୁଳ ସୌନ୍ଦର୍ଯ୍ୟରଖିଛୁ ସମ୍ପାଦି,ବଲ୍ଲଭଙ୍କର ତୁସାରସ୍ୱତ ଗାଦି ।କବିନେତ୍ର ସିନାସୌନ୍ଦର୍ଯ୍ୟ-ପିପାସୁଧରି ରଖିଲୁ ତୁତାଙ୍କୁ ସେ ସକାଶୁ ।ପଚାରୁଛି ତୋତେମସ୍ତକ ନୁଆଇଁ,ସେ କବିଙ୍କୁ କାହିଁରଖିଛୁ ଲୁଚାଇ ।ଖୋଜିଲିଣି କେତେତୋ ଅଙ୍କରେ ପଶି,ମାତ୍ର ନ ଭେଟିଲି କାହିଁସେ ଯଶସ୍ୱୀ ।ବୃକ୍ଷଲତାବ୍ରାତେପଚାରିଲି ଯାଇ,ଶ୍ରୀ ବଂଶୀବଲ୍ଲଭଗଲେ ଆହା କାହିଁ ।ନ ପାଇଲି କିନ୍ତୁଉତ୍ତର କାହାରିତହୁଁ ପ୍ରତିଧ୍ୱନିଆକାଶ କୁମାରୀ-ଊତ୍ତରିଲା ଏହାମହାଶୂନ୍ୟେ ଥାଇ,“ଶ୍ରୀ ବଂଶୀବଲ୍ଲଭଗଲେ ଆହା କାହିଁ !”ମୋ ଭବିଷ୍ୟ ବାଣୀଶୁଣ ରେ ଶ୍ମଶାନ,ସତ୍ୟ ସତ୍ୟ ଏହାନ ମଣ ତୁ ଆନ ।ଆସୁଛି ସୁ-ଦିନତୋର ଏ ଦୁର୍ଦ୍ଦଶାବିଭୁ କୃପାବଳେଘୁଞ୍ଚିବ ସହସା ।ଉନ୍ନତିର ସ୍ରୋତମାଡ଼ୁଛି ଉତ୍କଳେ,ଖେଳିବ ତହିଁରେକଲ୍ଲୋଳ ଚଞ୍ଚଳେ ।ବୁଝିବ ଉତ୍କଳକବିର ମହତ୍ତ୍ୱ,ସେ ଦିନ ହେବୁ ତୁତୀର୍ଥ ସାରସ୍ୱତ ।ଦେଖିବାକୁ ତୋତେଆସିବେ ସକଳେ,ପୂରିବ ତୋ ଅଙ୍କଜୟ କୋଳାହଳେ ।କବିଙ୍କ ସକାଶୁଁହେବୁ ତୁ ପୂଜିତ,ସଙ୍ଗ ଗୁଣେ ହେବସୌଭାଗ୍ୟ ଉଦିତ ।ସାଳନ୍ଦି, ତୋହରପାଳିତ ଭଦ୍ରଖେ,ପୂର୍ବ ପରି ଶୋଭାଆଉ ନ ଝଟକେ ।ନାହିଁ ସେ ଗୌରବନାହିଁ ସେ ସୁଖ୍ୟାତି,ଆଚ୍ଛାଦିଛି ଏବେତାକୁ ଦୁଃଖ-ରାତି ।ଘେରିଛି ଦାରିଦ୍ର୍ୟଶତପୁର କରି,ବସିଛି ଅଭାଗୀଔଦାସ୍ୟ ଆଚରି ।ଆଳସ୍ୟ-ଅମଳେତାର ପୁତ୍ରଗଣଘାରିହୋଇ ସର୍ବେଛନ୍ତି ଅଚେତନ ।ମାତୃଭୂମି ଏକଅଛି ତାହାଙ୍କର,ଏ କଥା ଯେପରିନାହିଁ କା ଗୋଚର ।ମାସେ ଦଶ ଦିନରହି ଉପବାସତେବେ ନ ତେଜନ୍ତିଆଳସ୍ୟ ବିଳାସ ।କାହିଁକି କେଜାଣିଘୋଟିଲା ଏ ପାପ,କେଉଁ ଦେବ ଦେଲେନିଦାରୁଣ ଶାପ ।ବଜା ଲୋ ସାଳନ୍ଦି,ଶୁଭ ଶଙ୍ଖଧ୍ୱନି,ଶୁଣି ଜାଗୁ ତାହାଭଦ୍ରଖ ଅବନୀ ।ସୁପ୍ତ ସୁତେ ତାରହୋଇ ଜାଗରିତହୁଅନ୍ତୁ ଉନ୍ନତି- ପଥେ ପ୍ରଧାବିତ ।କୃଷି ଶିଳ୍ପ ଶିକ୍ଷାଧର୍ମ ବ୍ୟବସାୟେ,ସାଧନ୍ତୁ ଉନ୍ନତିସୁ-ଅଧ୍ୟବସାୟେ,ବର୍ଣ୍ଣନେ ତୋହରଗୁଣ ଗଉରବଅକ୍ଷମ ସାଳନ୍ଦି,ମୁଁ ଛାର ମାନବ ।ଜନ୍ମଦୁଃଖୀ ମୁହିଁନିତାନ୍ତ ଅଜ୍ଞାନ,କେମନ୍ତେ କରିବିତୋ ମହିମା ଗାନ ।ଦୁଃଖ ଏକା ମୋରବାଲ୍ୟସହଚର,ଯୌବନରେ ହେଲାସଖା ପ୍ରିୟତର ।ରୋଗେ ଶୋକେଦେହ ପଡ଼ୁଅଛି ଥକି,ଦୁଃଖ-ବଜାରେ ମୁଁପ୍ରଧାନ ଗହକି ।ହୁଃଖ-ସିଂହାସନେଚକ୍ରବର୍ତ୍ତୀପଣେ,ନ ଥିବ ସୃଷ୍ଟିରେମୋର ପରି ଜଣେ ।ତୁହି ଏକା ମୋରଜୀବନ କାରଣ,ତୋହ ଜଳ ପିଇଲଭିଲି ବର୍ଦ୍ଧନ ।ସନ୍ତାପ ନିବୃତ୍ତିକରେଁ ତୋର ନୀରେ,ରକ୍ତରୂପେ ତାହାବହେ ଧମନୀରେ ।ତେଣୁ ତୋହ ପ୍ରତିଚିର କୃତଜ୍ଞତା-ପ୍ରଦର୍ଶନ ଅଟେଉଚିତ ସର୍ବଥା ।ଏସନ ବିଚାରିଭକ୍ତିପୂର୍ଣ୍ଣ ଚିତ୍ତେଗାଇଲି ତୋ ଗୁଣଏ ନୀରସ ଗୀତେ ।ପେଲିଦେଲେ ତୋରସଦ୍ଗୁଣ ସକଳେକବିତାକାନନେଧରି ମୋତେ ବଳେ ।ସେ ଅଗମ୍ୟ ବନେନ ପାରିଣ ପଶି,ପାଖଁ ପାଖୁଁ ଫୁଲତୋଳିଲି ମୁଁ ବସି ।ଶକ୍ତି ଅନୁଯାୟୀଗୁନ୍ଥି ତହିଁ ହାରଅର୍ପିଲି ସାଳନ୍ଦି,ତୋତେ ଉପହାର ।ଘେନ ମାତଃ, ତାହାହୋଇ ହୃଷ୍ଟଚିତ୍ତ,ଜୁହାର ଜୁହାରଶେଷ ମୋ ସଙ୍ଗୀତ ।