ରସାଳ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
କେ ତୋତେ ଆଣିଲା ମଞ୍ଚେ ରେ ରମ୍ୟ ରସାଳ,ପଙ୍କିଳ-ପଲଳେ କେ ବା ନିହିଲା ମୃଣାଳ ।ସ୍ୱର୍ଗୀୟ ତୁ, ସ୍ଥାନ ତୋର ନନ୍ଦନକାନନ,କେମନ୍ତେ ଛାଡ଼ିଲେ କହ ତୋତେ ଦେବଗଣ ।ଦେବେ ସମଦର୍ଶୀ, କିନ୍ତୁ କେତେ ବିଷୟରେ,ରଖନ୍ତି ଏକାଧିପତ୍ୟ ଜଣା ଚରାଚରେ ।ଦେଲେ ନାହିଁ ମର୍ତ୍ତ୍ୟେ ସେହୁ ସୁଧା ପାରିଜାତେ,ସାମ୍ୟନୀତିରେ କି ଏହା ନୁହେଁ ପକ୍ଷପାତ ।ତୁହି ତ ଅମୃତଫଳ ତୋତେ ବା କାହିଁକି,ଅର୍ପନ୍ତେ ଲାଳସା ତେଜି ଅମରେ ମହୀକି ।ନିଶ୍ଚେ ତୁହି କେଉଁ ଦେବ ଅଭିଶାପେ ଚୁତ,ଆସିଛୁ ଅବନୀତଳେ ହୋଇ ସ୍ୱର୍ଗଚ୍ୟୁତ ।ହେଉ ପଛେ ଶାପଭୋଗ ରସାଳ ତୋହର,ମାତ୍ର ତାହା ମର୍ତ୍ତ୍ୟବାସୀ ଭାଗ୍ୟେ ହେଲା ବର ।ସକଳ ମଧୁର ତୋର ରୂପ ରସ ଗନ୍ଧ,ଦର୍ଶନେ ଭକ୍ଷଣେ ପ୍ରାଣେ ପ୍ରଦାନୁ ଆନନ୍ଦ ।ସୌଶୀଲ୍ୟ ସଦ୍ବିଦ୍ୟା ଆଉ ସାଧୁ ବ୍ୟବହାରେ,ଲଭନ୍ତି ଆଦର ସିନା ନରେ ଏ ସଂସାରେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ