ନବବର୍ଷ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱାଗତ ହେ ନବବର୍ଷ ନବ-ଅଭ୍ୟାଗତ,ନବୀନ ନୃପତି, ତୁମ୍ଭ ପଦେ ଦଣ୍ଡବତ ।ମାନବ ଅଦୃଷ୍ଟ-ରାଜ୍ୟେ ତୁମ୍ଭେ ବାରମାସ,ନିରଙ୍କୁଶ-ରାଜପଣ କରିବ ପ୍ରକାଶ ।ତୁମ୍ଭ ପରି କାଳ-ସିନ୍ଧୁ ଭଙ୍ଗୁର ତରଙ୍ଗ,କେତେ ପଡ଼ୁଛନ୍ତି ଭାଙ୍ଗି ଦେଖାଇ ଭ୍ରୁଭଙ୍ଗ ।ମାତ୍ର ଯାଉଛନ୍ତି ଅର୍ପି ଫଳ ହିତାହିତ,ଅଛି ଯାହା ନରଭାଗ୍ୟେ ପୂର୍ବରୁ ସଞ୍ଚିତ ।ତୁମ୍ଭେ ସୁଦ୍ଧା ସେହିପରି ଚାଲିଯିବ କାହିଁ,ଯେତେ ଡାକିଲେହେଁ ଥରେ ପଛକୁ ନ ଚାହିଁ ।ଉତ୍କୋଚେ ବା ସ୍ତବେ ତବ ଅବ୍ୟାହତ-ଗତି,ନ ପାରିବେ କେହି ତିଳେ କରି ପଶ୍ଚାଦ୍ବର୍ତ୍ତୀ ।ସୁଖ ଦୁଃଖ ଯା ଆଣିଛ ପ୍ରଦାନ ନୀରବେ,ନିଶ୍ଚେ ତାହା ଶିରୋଧାର୍ଯ୍ୟ କରିବେ ମାନବେ ।କିନ୍ତୁ ଦେବ ଏହି ଏକା ଦୁର୍ନିବାର ବ୍ୟଥା,ଚାଲିଯାଏ ଦିନ, ମାତ୍ର ରହିଯାଏ କଥା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ