ରହି ରହି ପ୍ରଦୋଷପବନ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୯
- ସ୍ଥିତି
- ସାର୍ବଜନୀନ (Public domain)
କରେ ଦ୍ରୁମେ ପତ୍ର ସଞ୍ଚାଳନ,ପ୍ରକୃତିର ଜୃମ୍ଭା ଘନ ଘନଅନନ୍ତକୁ କରଇ ପ୍ରୟାଣ ।ଚେତନା ଲୁଚିଛି ଦୂର ବନେ,ଶାନ୍ତି ଆସି ଘୋଟିଅଛି ମନେ ।ଶାନ୍ତି−ଦେବୀ ଅନନ୍ତ ଗଗନେକରୁଛନ୍ତି ଅନନ୍ତର ଧ୍ୟାନ ।ଆରେ ମୋର ଶାନ୍ତ ମୁଗ୍ଧ ମନ,କାହିଁ ଦୂରେ କରୁ ରେ ଭ୍ରମଣ ।ଫେଡ଼ି ବାରେ ଜ୍ଞାନର ନୟନ,କର୍ମସ୍ରୋତେ ନୁହ ଭାଷମାନ !ନିଶୀଥ
-୧-
ଦେଖ ଏ ନିଶୀଥକାଳ କେମନ୍ତ ନୀରବ,ସ୍ଥିର ବିନିଦ୍ରିତା ଏ ଯେ ନିଖିଳ ଧରଣୀ,ନାହିଁ ନର କୋଳାହଳ, ନାହିଁ ପକ୍ଷୀ ରବସୁଖ ସ୍ୱପ୍ନ ଦେଖି ହସେ ସୁଷୁପ୍ତା ଅବନୀ ।ନିନାଦି ଉଠନ୍ତି ମଧ୍ୟେ ମଧ୍ୟେ ନିଶାଚର,ପଲକେ ଶବଦ ପୁଣି ହେଉଛି ସ୍ତମ୍ଭୀତ;(ଧରିତ୍ରୀ−ଅଙ୍ଗନା କିବା ଲେଉଟାଇ କର)ପୂର୍ବ ନିସ୍ତବ୍ଧତା ତହୁଁ ହୁଏ ଦ୍ୱିଗୁଣିତ ।ଏହି ଯେ ବିଟପିପନ୍ତି ନିଶ୍ଚଳ ନୀରବନିଶୀଥ ଗଗନ ଭେଦ ଟେକିଛନ୍ତି ମଥା,ପ୍ରଚାରନ୍ତି ନାହିଁ କି ସେ ଜ୍ଞାନ ଅଭିନବ,କଳ୍ପନା−କର୍ଣ୍ଣରେ ସେ କି ନ କହନ୍ତି କଥା ?ସୁମନ୍ଦ−ସମୀର ବ୍ୟାଜେ ଏ ମୋର ବିଶ୍ୱାସପ୍ରକୃତି−ରମଣୀ ଖରେ ମାରଇ ନିଶ୍ୱାସ ।
-୨-
ଫେଡ଼ି କଳ୍ପନାର ନେତ୍ର ଅନାରେ ମାନବ,ନୁହେ ଏ ଜଗତ କେବେ ଜଡ଼ର ସର୍ଜନା,ଭାବର ସଂସାର ଏ ଯେ ଚିର ଅଭିନବ,“ଧୂଳିର ସଂହତି ବିଶ୍ୱ”—ଭାବ ନା ଭାବ ନା ।ଊର୍ଦ୍ଧ୍ୱେ ଦୀପ୍ତିର ଅର୍ଣ୍ଣବେ ବାରିଦ−ବୋଇତଭାସି ଚାଲି ଯାଉଛନ୍ତି କାହିଁ ଦିଶେ ଦିଶେ,ଅସଂଖ୍ୟ ଜ୍ୟୋତିଷ୍କ କରି ନବ ଉଦ୍ଭାସିତ,ଅବିଶ୍ରାନ୍ତ ଭ୍ରାମ୍ୟମାଣ ଅଜ୍ଞାତ ଉଦ୍ଦେଶେ ।ଅନନ୍ତ ଅପାର ଏ ଯେ ସୁନୀଳ ଗଗନ,ଏ ବିଶ୍ୱସୃଷ୍ଟି−ପ୍ରାରମ୍ଭୁ ପ୍ରସାରିଛି କାୟା,କି ଅଶବ୍ଦ ସାମଗୀତି କରେ ସେ ଗାୟନ,ଭୂମା ବରେଣ୍ୟ ଦେବର କି ବିରାଟ ଛାୟା !ଏ ସର୍ବ କେବଳ କି ହେ ଅଣୁର ସଂସାର,ନୁହଇ କି ପ୍ରାଣମୟ ଚୈତନ୍ୟ−ଆଗାର ?ଆକାଶ
-୧-
ଭୋ ନଭ ସୁନୀଳ ସୁନ୍ଦର,ଅସଂଖ୍ୟ ଗ୍ରହଙ୍କର ଘର ।ରବି, ଚନ୍ଦ୍ରମା, ଧରା, ତାରା,
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ