ରଘୁନ ।ଥଜୀ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୫
- ସ୍ଥିତି
- ସାର୍ବଜନୀନ (Public domain)
କି ସମ୍ପତ୍ତି ରଖିଥଲ,କୁହୁକରେ ହରାଇଲ ।ତବପୀଠେ ବସି ସ୍ୱାମୀ,ଦେଖିଚି ରାମନବମୀ ହେ ।୧।ଧନ୍ୟ ସେହ ଶିଳ୍ପୀ ଧନ୍ୟ,ଯେ କଲା ଦେବସଦନ ।ଏହିପରି ଦୃଢ଼କାମ,କରଣେ ଏବେ କେ କ୍ଷମ ହେ ।୨।ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟ,ମରହଟା ମହାଶୟ ।କରିଥିଲେ ଏ କୀରତି,ସଂସ୍କାର ବିହୀନେ କ୍ଷତି ।୩।ତୁମ୍ଭେ ତ ମାଲିକ ଧାମୀ,ଯେ ଜନ ନେଲେ ନିଲାମୀ ।କି ଉନ୍ନତି କରିଛନ୍ତି,ପାଇଣ ଦେବସମ୍ପତ୍ତି ହେ ।୪।କରିଅଛି କେଡେ ଆଶା,ତୁମ୍ଭ ଦୟା ବଡ଼ ଖାସା ।ରଖ ପ୍ରଭୁ ମୋର ହିୟା,ଖଞ୍ଜିବି ଫୁଲଟାହିୟା ହେ ।୫।ଗଣେଶ ମନ୍ଦିରଆହେ ଆହେ ଗଣନାଥ,କେ ନେଲା ପାତ୍ରରୁ ଭାତ ।ପକଡି ନନେଲ ହାତ,କି କରନ୍ତା ଦେଖିଥାନ୍ତି ହେ ।୧।କାହିଁ ତୁମ୍ଭର ଝୁଲଣ,ଦୋଳ ଯାତ୍ରା ବଡପଣଗଣେଶ ଚତୁର୍ଥୀ ଭୋଗ,ନହୁଏତ ଏବେ ଯୋଗ ହେ ।୨।ଭାବି ଭାବି ସବୁକଥା,ହେଉଅଛି ମୁଣ୍ଡବ୍ୟଥା ।କେଡେ ବିପୁଳ ସମ୍ପତ୍ତି,କିଏ କରିଦେଲା କ୍ଷତି ହେ ।୩।ଜଗତର ଲୀଳା ଖେଳା,ଆଜି ଦୋଳା କାଲି ଭେଳା ।ପ୍ରଭୁ ମୁଁ ଅଛି ଶରଣ,ତବ ଅଭୟଚରଣ ହେ ।୪।ଆଉ ପଦେ ନିବେଦନ,ଆହେ ମୂଷିକବାହନ,ତୁମ୍ଭର ବାହନ ବୋଲି,ନ କହେ ମୁଁ ଟାଣେ ଖୋଲି ହେ ।୫।ନାରଖାର କରେ ଘର,କାଟଇ ପୋଥି ପତର ।ପେଡିଲୁଗାମାନ ଯେତେ,କାଟିକୁଟି ଦିଏ କେତେ ହେ ।୬।ଆମ୍ଭ ଖାଦ୍ୟଦ୍ରବ୍ୟମାନ,ରଖିଲେ ହେଁ ସାବଧାନ ।କରେ ଛେଦନ ଚର୍ବଣ,ଅନବରତେ ହରଣ ହେ ।୭।ଆପଣ କର ବିଚାର,ହେଲା ବଡ ଅନ୍ୟାଚାର ।ପିଲାଏ ଦେବେ ପ୍ରହାର,ଅଛି କି ଚାରା କାହାର ହେ ।୮।