ଗୋପାଳଜୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୫
- ସ୍ଥିତି
- ସାର୍ବଜନୀନ (Public domain)
ମରହଟା ରାଜଗିର,ଅଟେ ଗୋପାଳମନ୍ଦିର ।ସେକାଳୁଁ ଉଡୁଛି ଧ୍ୱଜା,ପୂଜନ୍ତି ଲକ୍ଷ ପରଜା ହେ ।୧।ନଗରର ମଧ୍ୟଭାଗେ,ମନ୍ଦିର ରାଜେ ସରାଗେ ।ଦୃଢ଼ଗଠନ ମାଧୁରୀ,ଦେଖିଲେ ହୋଇବ ଝୁରି ହେ ।୨।ବିପଣୀର ଯେ ମିଷ୍ଟାନ୍ନ,ମନ୍ଦିରେ ନ ପାଏ ସ୍ଥାନ ।ଭୋଗ ପ୍ରସ୍ତୁତ ପୀଠରେ,ବିକ୍ରିତ ଉଚ୍ଚଦରରେ ହେ ।୩।ସଦା ଲାଗଇ ଚହଳ,ପର୍ବତିଥିରେ ବହଳ ।ଝୁଲଣଯାତ୍ରା ପରବେ,କୁଞ୍ଜ ଦେଖି ତୁଷ୍ଟ ସର୍ବେ ହେ ।୪।ପ୍ରଭୁ ବିରାଜିତ ଧାମ,ମଧ୍ୟେ ସୁରମ୍ୟ ଆରାମ ।ସିଂହଦ୍ୱାରେ ଧର୍ମଶାଳା,ଦୁଃଖୀ ପଡି ପାଏ ଡାଲା ହେ ।୫।ଅଧେ ସ୍ଥାନ ନେଲେ କାଢ଼ି,କରିଛନ୍ତି ଘରବାଡି ।କଟକ କର ସମିତି,କାଳବେଳର ଏ ରୀତି ହେ ।୬।ଆପଣଙ୍କ ବୁଷକଥା,ଶୁଣି ହସି ମୁଣ୍ଡବ୍ୟଥା ।ପ୍ରତି ଦୋକାନକୁ ଯାଏ,ମାଗି ମାଗି କରି ଖାଏ ହେ ।୭।ଆହେ ପ୍ରଭୁ ଶ୍ରୀଗୋପାଳ,ତୁମ୍ଭେ ପରା ରାଜ୍ୟପାଳ ।ହେଲା ଆହାର ଅଭାବ,ଦିଅ ପ୍ରକାଶି ପ୍ରଭାବ ହେ ।୮।