ପୁଣ୍ୟ ସ୍ମୃତି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପ୍ରିୟ ମାଟି ମୋର ସତ୍ୟବାଦୀରବାର ବରଷରେ ଆଜି ଏ ଦେଖାବାଲି ଧୂଳି ଜଳ ପଲ୍ଲବ ଫୁଲନ ମଣ ଏ ଜନେ ପଥିକ ଏକା ।ଘେନ ବନ୍ଦନା ନବଲତାକୁଳଘନ ତରୁତଳ-ବିଳାସବତୀ,ଶ୍ୟାମ ତୃଣଦଳ ବିଜନ ପଥରପଥିକ-ଚରଣେ ପତା ଗୋ ଛାତି ।ଦେଇ ଏ ପରଶ ବରଷ ବରଷତଳେ, ତବ ତୁଲେ କଲା ଯେ ଲୀଳାସେ ନର-କିଶୋର ପରଶ ମଧୁରଭୁଲି କି ଯିବାର ହେଲାଣି ବେଳା ?ତରୁଣ କବିର ଚରଣ ଚମକଚକିତେ କି ଚିତ ଜଗାଏ ନାଇଁ,ପ୍ରିୟ ମାଟି ମୋର ସତ୍ୟବାଦୀରକଥା କି ଶୁଣିବୁ ମଉନ ଥାଇ ?ନୀରବ ଥିବୁ କି ମାଟି ଅଭିନବସତ୍ୟବାଦୀରେ ପଥିକ ମୁଁ ଯେମୂକ ବନ-ତରୁ ମୁକୁଳ ମୁକୁଳିଆଜି ମୋର ଦେହେ ଜଗତ ସୃଜେ ।ଏବେ ନୀରବିନି ସେ ଗାନ ନିନାଦଏବେ ସେହି ତରୁ ରହିଚି ଉଭାସେହି ତରୁତଳ ପ୍ରିୟ ପରିଚିତ,ଆଜି ସେଇ ମୁହିଁ ତରୁଣ ଯୁବା ।କେତେ ନିଶୀଥିନୀ ଦିବସ ଯାପିନିଏହି ପଥଧାରେ ପଳାଳ ପୁରେ,ଗତ ଦିବସର ଚିର ଉଜାଗରଜାଗର ଜଳୁଛି ମାନସ-ତୀରେ ।ଶୁଭ ସୁକୋମଳ ତମାଳ ତଳପେକେତେ ବିରଚନ ହୋଇନି ଲେଖା,ସାଥୀ ଗଲେ ଦୂର ସଂସାର-ପଥେ,ବାର ବରଷରେ ଆଜି ଏ ଦେଖା !ଶିବ ସୁନ୍ଦର ମାଟି ତୁମେ ମୋରସାକ୍ଷୀ ହେ ମୋର ଜୀବନମୟ,ଗତ ଦିନମାନ କାନ୍ତ ଲପନତୁମ ତନୁ ତଳେ ପାଇନି ଲୟ ।ତୁମ ତନୁ-ତୀରେ ଶାନ୍ତ ସମୀରେମାନବୀ ରାଧାର ବଚନ ଶୁଣେ,ପଲାଳ କୁଟୀର ଭେଦି ଯେବେ ଧୂମଦୂର ବ୍ୟୋମଚାରୀ ଜଳଦେ ଚୁମେ ।ସେ କାଳ ମାନସୀ ଯାଇନି ମୁଁ ଭୁଲିମାଳା ରଚିଥିଲା ଏ ବନେ ଯେ’ ବାକୋମଳ ତା କର-ଅଙ୍ଗୁଳି ଘାତେହୃଦ-ବନେ ବେଣୁ ବାଜୁଚି ଅବା !ଶୁଣେ ଗୁଞ୍ଜନ, ବୁଝେ ଏ କୂଜନ,ଜାଣେ ସନ ସନ ସମୀର କଥାବାର ବରଷରେ ବାଣୀ କି ବଖାଣେଅବତରି ମୋର ହୃଦୟଗତା ?ହେ ମାଟି, ହେ ପ୍ରିୟ, ତୁମ ତନୁମୟକର ମୋରେ ବହି ବିଜନେ ବସିହେ ନବ ନବୀନ, ହେ ଧୂଳି ପାଷାଣ,ନିତ୍ୟ ନୂତନ ଉଠ ହେ ହସି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କେବେ କାହିଁ କିବା ସତ୍ୟଯୁଗର
ମହା ଅମ୍ୱୁଧି ଫେନିଳ ତୀରେ
ଦେଖାଦେଲ ଯେବେ ମୃତ୍ତିକା ତୁମେ
ଭେଦି ଶାଶ୍ୱତ ଅକୂଳ ନୀରେ ।
କାହିଁ ଅନାବିଳ ପ୍ରାଚୀ-ରୂପସୀର
ତରୁଣ ଅରୁଣ କିରଣ ରେଖା,
ଚୁମ୍ୱିଲା ତବ କିଶୋର କପୋଳ
ସେ କାଳେ ତୁମରି ପାଇଲି ଦେଖା ।
ରେଣୁ ତୁଲେ ତବ ବୁକୁ ତଳେ ତଳେ
ଗୋପନେ ଥିଲି ମୁଁ ସପନ ସରି,
ନ ଥିଲା ଏ ଘନ ବନ ଲତାକୁଳ
ଗୀତି-ସମାକୁଳ-ଶିଖରୀଶିରୀ !
ମାଟି ! ତବ ତଳେ କୋଟି ଜନମରେ
କେତେ କି ସପନ ଯାଇଚି ଭାଜି,
କେତେ ବ୍ରଜବନ-ଲୀଳା ଅବଶେଷେ
ବୃନ୍ଦାବନେ ମୁଁ ଫେରିଛି ଆଜି ।
ଏ ମୂକ କିଶୋର କଥା ଯେ କହିଲା
ବ୍ୟଥା ଯେ ବାହିଲା ଧରଣୀ ତୀରେ
ଚୁମ୍ୱନ ଯେବେ ଘେନିଲା ତରୁଣ,
ପୋଛିଲା କାହାର ନୟନ ନୀରେ ?
କା’ର ବାହୁତଳ ନିବିଡ଼ ପୁଲକ
କା’ନବ ନୟନ ଆନତ ରେଖା
ଉପଶମି ବୁକୁ ଶତ କ୍ଷତ-ଟିକା
କେତେ ରୂପ-ଯାଦୁ ପାଇନି ଦେଖା !
ପୀବର ବକ୍ଷେ ମାଳା ବିଚରିଲା
କୋମଳ ଏ କର ଯେବଣ ଠାବେ,
ଏ ଶ୍ୟାମ ତମାଳ ବକୁଳ ମୁକୁଳ
ଭୁଲି କି ଯାଇଚି ଜୀବନେ ଲବେ ?
ଭୁଲିନି, ଭୁଲିନି, ସତ୍ୟବାଦୀ ହେ,
ପାଷାଣ ଦେଉଳ ପଛରେ ରହି
ଆନ ଯେ ଦେଉଳ ଉଠିଲା ମର୍ତ୍ତ୍ୟେ
ଆନ ସେ ଦେବତା ମାନବଦେହୀ ।
ସେ ଯେ ଗମ୍ଭୀର ଋଗବେଦ ରାଣୀ,
ସେ ଯେ ସୁନ୍ଦର ଶିବ ସ୍ୱରୂପ
ଘନ ପଲ୍ଲବ ବକୁଳ ଗହଳେ
ଜାଳିବ ଆବର ଜୀବନ-ଧୂପ !!
ସେ କାଳେ ଆସିବି ସତ୍ୟବାଦୀ ମୁଁ
ଏ ଜନମେ ଅବା ଜନମ ପାରେ,
ସେ କାଳେ ଫୁଟିବି ମୁକୁଳ ସମ ହେ
ବଞ୍ଚିତ ଏଇ ବକୁଳ-ମାଳେ ।
ସେ କାଳେ ନାଚିବ ଆବର ରଙ୍ଗେ
ଗିରି ଘନ ବନ ସାଗର ତଳ-
“ହେ ଗୋପବନ୍ଧୁ କରୁଣା ସିନ୍ଧୁ,
ଚରଣ-କମଳେ ନମସ୍କାର ।”
କବି ସତ୍ୟବାଦୀର ଛାତ୍ର ଥିଲେ । ସତ୍ୟବାଦୀ ଛାଡ଼ିବାର ବାରବର୍ଷ ପରେ ପୁଣି ସେଠାକୁ ଯାଇ ଗୋପବନ୍ଧୁଙ୍କ ସମାଧି ପୀଠରେ ଏ କବିତାଟି ଲେଖିଥିଲେ ।
ସାବରମତୀର ମହାମାନବର ଚରଣ ତଳେସାବରମତୀର ମହାମାନବର ଚରଣ ତଳେକୋଟି ଜନ ମନ ବନ୍ଦନା ଗାନ ପ୍ରବାହ ଚଳେ,ଗଳେ ହିମାଚଳ, ଉଛୁଳେ ସାଗର, ବିନ୍ଧ୍ୟ ଲସେନିବିଡ଼ ତିମିର ଭେଦିକି ତରୁଣ ତପନ ହସେ !ଏଇ ସନାତନ ଦୃଶଦ୍ବତୀର ଶାନ୍ତ-ତଟେକେତେ ହୋମାନଳ ଜାଳିଲା ମାନବ ମୁକ୍ତି-ପଥେ !ବନ ଗିରି ନଭ ଶୁଣିଲା ମାନବ-ମାଙ୍ଗଳିକଏଇ ପଥେ ପଥେ ଘେନି ଗଲେ କେତେ ଜୟ-ତିଳକ ।ଲାଗିଲା ସମର, ଜାଗିଲେ ଦ୍ୱାରକା ଦେବତା ଥରେ,ମାଗିଲେ ଭିକ୍ଷା କପିଳବାସ୍ତୁ ତେଜି କେ ଦୂରେ ।ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁବିତରି ଚାଲିଲେ ପରମ କାମ୍ୟ ମାନବ ପାଇଁ ।ସବୁରି ଭିତରେ ଗାନ୍ଧି ହେ ! ତୁମ ବରଣ ଆଜିଡାକଇ ଦଳିତ, ପର ପଦାନତ ମାନବରାଜି ।ପାଲଟିଗଲା ସେ ଦୃଶଦ୍ବତୀ ଏ ସାବରମତୀସବୁରି ମରମେ ଜଳଇ ତୁମର ଜୀବନ-ବତୀ ।କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳାବକ୍ଷେ ବହିଲ ନିର୍ଯ୍ୟାତନର ଦହନ-ଜାଳା ।ନିଷ୍ପେଷିତର ଆସନ କରିଲ କୁସୁମମୟପୁଲକେ ବିତରି ସତ୍ୟ ଶାନ୍ତି-କି ବରାଭୟ !ସାବରମତୀର ତଟ ତରୁତଳ କୁଟୀର ପାଶେହେ ଦୀନବନ୍ଧୁ, ଚରଖାଚକ୍ର ଧରି ଏ ଦେଶେକଟି ତଟେ ଦୀନ କୌପୀନ ନିହି ହୋଇଲ ଉଭା,ଧାଇଁଲେ ଆବାଳ-ବୃଦ୍ଧ-ବନିତା-ତରୁଣୀ-ଯୁବା ।ପଥ ହେଲା ତବ କଣ୍ଟକମୟ, ଘୋଟିଲା ତମବିଘ୍ନ ଆସିଲା ସମ୍ମୁଖେ ଭୀମ କୁଳିଶ ସମ ।ସେ କାଳେ ହେ ଯୋଗୀ, କି ଅବା ମନ୍ତ୍ର ଗାଇଲ ବସିଚମକି ଚାହିଁଲେ ଏଇ ସୁବିପୁଳ ବିଶ୍ୱବାସୀ ।ସୁମେରୁ କୁମେରୁ ପୂରି ଦୂବ ଦାରୁ ଶୁଣିଲେ ଡାକପ୍ଳାବିଲା ତୁମରି ସତ୍ୟବଚନ ଧରଣୀଯାକ ।ବନ୍ଧୁକ, ତୀର, ତରବାରୀ ମୁନ ହୋଇଲ ଜଡ଼ତବ ଅଙ୍ଗୁଳି ନିର୍ଦ୍ଦେଶେ ଜାଗି ଭୀଷଣ ଝଡ଼ ।ଯୁଗେ ଯୁଗେ ତବ ଅବତାର ଏଇ ଧରଣୀ ପଥେଯୁଗେ ଯୁଗେ ତୁମେ ମରମେ ମାରିଚ ବଜ୍ରାଘାତେ ।ଆଜି ଏ ଯୁଗର ଅର୍ଘ୍ୟ-ପ୍ରଦୀପ ମରମେ ଜଳେସାବରମତୀର ମହାମାନବର ଚରଣ ତଳେ ।ଅକ୍ଟୋବର-୧୯୪୮
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ