ତା ଚିରାକନା ବକ୍ଷେ ମାଳ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୭
- ସ୍ଥିତି
- ସାର୍ବଜନୀନ (Public domain)
ଯୁଗଳ ଲୋଚନୁ ଲୋତକ ଧାରଝରି ରଚୁଥିଲା ବୁକୁରେ ଗାର,ନିଖିଳ ଦେଶର ବେଦନା ଭାରବହି ସେ ବୀର ମନେକହିଲେ ଦିନେ ଗଭୀର ତାନେ-“ସଙ୍ଗୀ କିଏ ଆସିବ କ୍ଷଣେ“ଭାଇ ମୋ ମରେ ପଲ୍ଲି-ଗ୍ରାମେ“ଶୁଣ ସେ ଡାକ ତେଣେ ।“ନାହିଁ ରେ ତା ଘର ଚାଳରେ ଛଣ,“ତୋରାଣୀ ତୁଲକୁ ନ ମିଳେ ଲୁଣ,“ମଶାଣି ଭୂଇଁରେ ପରାଣ ଧନ“ଜଳଇ ଚିତା ତଳେ“ସେ ମଡ଼ା ଅଧରେ ବଚନ ଥରେ“ଝରାଇଦେବାକୁ ବାସନା ଧରେ“ଆସ, ନ ଆସ, ଆଜି ଏ ପୁରେମୁଁହି କି ରହିପାରେ ?”ସୁଦୂର ‘ଡଭାର’ ପଲ୍ଲି ପଥେକାହିଁ କେ ଏକଇ ସଙ୍ଗୀ ସାଥେଦେବତା ଆସିଲେ ଚରଣ ରଥେସେ ଯେ ଉତ୍କଳମଣି !ପଡ଼ିଛି ବଦନେ ଗଭୀର ଛାୟାମଳିନ ବିକଳ ଗଉର-କାୟା,ନାହିଁ ସେ ମରମେ ପରାଣ ମାୟା,ଅଶ୍ରୁ କହେ ବାଣୀ !କୁଟୀରେ ଉଠିଲା ମଶାଣି ଲୀଳାସରଣୀ ଉପରେ ଚାଲିଲା ଭେଳା,କି ଥିଲା ଏ ଦେଶ, ଏ କି ବା ହେଲା !ହାଡ଼ରେ ଗଢ଼ା ଧରା !‘କାକଟପୁର’ ବିକଟ ଦେଶେସନ୍ନ୍ୟାସୀ କେ କି ଧନ ଆଶେ,ଆଉଁସି ଶବରେ ଚାଲିଲେ ଶେଷେଉଦ୍ଧରିବେ ଭାରା !ଦୁଆର ବିହୀନ କୁଟୀର ତଳେଜନନୀ ସେ କାହିଁ ଧରିଛି କୋଳେବାର ବରଷର ରତନ ସେ ରେମରଣ ଶେଯେ ପଡ଼ି,ମରଣ ବେଳର ଅଧର ଫେଇକହିଲା ତା ଧନ ଉପରେ ଚାହିଁ-“କହିଥିଲୁ ମାଆ ଆସିବେ କେହି“ଦେବେ ଲୋ ଚୁଡ଼ା ମୁଢ଼ି ।“ନାହିଁ ମୁଁ ପାରିବି ଜୀଇ ଲୋ ମାଆ,“ଆସିବେ ଯେବେ ସେ ଦେବତା, ଆହା,“ତୋ ପେଟ ପୂରାଇ ଖାଇବୁ ଯାହା,“ଯାଉଚି ଚାଲି ଆଜି,“ମାଆ ଲୋ ମୁଁ ଥରେ ଦେଖିଲି ନାଇଁ“ଆମକୁ ଯେ ଦିଅଁ ବୋଲଇ ଭାଇ“ତାର ପଦତଳେ ଏ ଶିର ନୋଇଁପଡ଼େ ମୁଁ ଆଜି ଭାଜି ।”ଏ କାଳେ ଆସିଲେ କୁଟୀର ପାଶେସନ୍ନ୍ୟାସୀ ସେହି ମଧୁର ଭାଷେ,ଆଦରି ଧଇଲେ ବକ୍ଷ ଦେଶେସେହି ସେ ଦରମରା !ବୁଲାଇ ସ୍ୱ-କର କର ଚରଣେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର