ଫୁଲଟିଏ ଗଲା ଖସି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୪
- ସ୍ଥିତି
- ସାର୍ବଜନୀନ (Public domain)
ବକୁଳ ବନରୁ ଫୁଲ ଝଡ଼ିଯାଏ କେତେ ଗୋଟି ଗୋଟି ହୋଇସ୍ମୃତିର ସବୁଜ ପତ୍ର ଯାଉଚି କାଳ-ଝଡ଼େ ଉଡ଼ି କାହିଁ,ଏଇ ମନେପଡ଼େ କାଲି ଥିଲା ପରିସେଇ ତରୁ ତଳେ ଲୋକ ଦୁଇ ଚାରିଦିବସ, ରାତିରେ ଏ ମଡ଼ା ଜାତିରେ ଜୀବନ ଢାଳିବା ପାଇଁ,ବକୁଳ ବନରୁ ଫୁଲ ଝଡ଼ିଯାଏ ଏଇ ଗୋଟି ଗୋଟି ହୋଇ ।ଜନନୀ ଡାକିଲା, ଡାକିଲା ଜନକ, ଡାକିଲା ଅନାଥ ଶିଶୁଖାଲି ଶୁଣାଗଲା-‘ଏ ଜାତି ଭାସିଲା’–କ୍ରନ୍ଦନ ଦଶଦିଶୁ ।ଥିଲେ ଦୁଇ ଚାରି ସେଇ ଯେ ପୂଜାରୀଶୁଭାଶିଷ ଧରି ମନ୍ଦିର ଗଢ଼ିଫଟାଇ କଣ୍ଠ ପୂଜାର ଘଣ୍ଟ ବଜାଇ କହିଲେ–‘ମିଶୁଏଇ ବୁକୁହାଡ଼, ଦଧିଚୀ ଜାତିର ଦାନ ଗାଡ଼େଗାଡ଼େ ଦିଶୁ ।ସେଇ ଯେ ପୂଜାରୀ ମନ୍ଦିର ଗଢ଼ି ପୂଜା କରୁଥିଲେ ବସିସେଇ ମନ୍ଦିର ବେଢ଼ାରେ ଯୁଟିଲେ କେତେ ଯେ ଭକ୍ତ ଆସି !ଶିଖିଲେ ମନ୍ତ୍ର, ଧଇଲେ କେତନଅର୍ପଣ କଲେ ତନୁ ମନ ଧନ,ଏଇ ଚାଲିଗଲା ସେଥିରୁ ଗୋଟିଏ, ଶୁଣ ଉତ୍କଳବାସୀବକୁଳ ବନର ସବୁଜ ଡାଳରୁ ଫୁଲଟିଏ ଗଲା ଖସି ।ଡିସେମ୍ୱର-୧୯୫୭(ପଣ୍ଡିତ ଲିଙ୍ଗରାଜଙ୍କ ବିୟୋଗରେ)
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର