ଲେନିନ୍
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୭
- ସ୍ଥିତି
- ସାର୍ବଜନୀନ (Public domain)
ଏତେ ଦିନ ପରେ ବିଦ୍ରୋହୀ, ଯୋଗୀ ବିଜୟ ଯାତ୍ରା ହେଲା କି ଶେଷବିଶ୍ୱପାବନ ସିଂହ ଦୁଆରେ ଅବସାନ ତବ ଭୀଷ୍ମ ବେଶ ?ଆସୁଥିଲା ଯେଉଁ ବୁକୁ କୋଣୁ ତବ ଅଗ୍ନି ଝରଣା ନିରତେ ଝରିପଲକେ ପଲକେ ଜାଳୁଥିଲ ବସି ଶ୍ମଶାନ ଚିତା ଆଦର କରି;ଯୋଗୀବର ! ସବୁ କଲ କି ଶାନ୍ତ ?ନଚାଇ ନଚାଇ ବିଦ୍ରୋହୀ ମନ ଜୀବନଟି ତବ କର୍ମ-କ୍ଳାନ୍ତ ?ରୁଧିର ସିକ୍ତ ପଦତଳେ ତବ ତରୁଣ ପରାଣ ଉଠିଲା ଥରିଶିଖାଇଲ ଅବା କି ମୋହନ ମନ୍ତ୍ର ମରଣ କୁଞ୍ଜେ ବରଣ କରି ?କେଉଁ ମାୟାପୂରୀ ସ୍ୱପ୍ନ ଦୁଆରେ କିବା ନନ୍ଦନ ଗୋପନ ରଥେସ୍ରଷ୍ଟା ହେ ତବ ନୂତନ ସୃଷ୍ଟି ଶଙ୍କା ଆଣିଲା ମାନବ ପଥେ ।ମେରୁ ହିମ ତଳେ ତମରି ମଧୁର କମ୍ପିତ-କର ପରଶ ଲାଗିପଥେ ପଥେ ହସି ମୁକ୍ତି-ଭିକାରୀ, ମରଣ ଯାତ୍ରୀ ଉଠିଲେ ଜାଗିଅଭିସାର ତବ ଶାଶ୍ୱତ ଦେଶେ, ମୁକ୍ତ କରିଲ ଜଗତ-ବନ୍ଧସମର ଗହଳେ ବାଜିଲା ପୁଲକେ ରକ୍ତ ଚମକେ ଗଭୀର ଛନ୍ଦ ।ମିଶିଥିଲା ତବ ଦାରୁଣ ଲୋଚନେ କରୁଣା କୋମଳ ମନ୍ଦାକିନୀଉଠୁଥିଲା ତବ ବଜ୍ର ବଚନେ ଧମନୀ ବିଦାରି ସୌଦାମିନୀ ।ସେ କର ଚମକେ ଥରୁଥିଲା ବୁକୁ, ଥରୁଥିଲା ପଥେ ଅତ୍ୟାଚାରୀଶିରେ ଦେଇ ତାର ଚରଣ ଆଘାତ ଚାଲିଲ ହେ ବୀର-ବ୍ରହ୍ମଚାରୀ ।ନର କି ଅସୁର କି ଅବା ହେ ତୁମେ ରୁଦ୍ର ତନୟ କାର୍ତ୍ତିକେୟରଚି କୋଟି ବୁକେ ମହା ଦାବାନଳ ଦେଖାଇଲ ଆସି କି ଅଭିନୟ !ଭେରୀ ନାଦେ ତବ ଚମକିଲା ଧରା, ସୁରଲୋକେ ଅବା ପଶିଲା ଶଙ୍କା,ହସି ହସି ଯୋଗି ! ଉଦ୍ଧାର କଲ ନିଷ୍ପେଷିତରେ ବଜାଇ ଢକ୍କା ।କେତେ ନରମେଦ, ଅସ୍ଥି, ରୁଧିରେ କି ଯୋଗ ସାଧିଲ ଜାଣ ତ ଯୋଗୀସେ ମଡ଼ା ଅଧରେ ହାସ୍ୟଉଠିଲା ତବ ଆଗମନ ବରଣ ଲାଗି ।ସତେ ଯୋଗୀବର ! ଦୁଷ୍ଟ ଦାନବ ବୁକୁଚିରି କଲ ରୁଧିର ପାନରୁଧିର-ଲିପ୍ତ କଣ୍ଠେ ତମରି ବାଜିଲା କିବା ସେ ବିଶ୍ୱଗାନ !ସାମ୍ୟବାଦର ଯଜ୍ଞ ଦୁଆରେ, ତମରି ରକ୍ତ କେତନ ତଳେହେଲେ ସମବେତ ଭକ୍ତ ସାଧକ ବାଧା ବନ୍ଧନ ବିଶୋରି ହେଳେ ।ଟାଣିନେଇ କୋଳେ ଚୁମ୍ୱନ ଦେଲ ଅଗ୍ନି ଅଧରେ ମଧୁରେ ହସିଚକିତ ନୟନେ ଚାହିଁଥିଲେ ଖାଲି ସେ ଦିନ ପ୍ରଭାତେ ବିଶ୍ୱବାସୀ ।ପ୍ରଳୟ ଯାତ୍ରୀ ! ପ୍ରଳୟ ଯାତ୍ରୀ ! ତବ ଗମ୍ଭୀର ମୂରତି ପାଶେନତ ହିମାଚଳ ମେରୁ, ମନ୍ଦର, ଧ୍ରୁବତାରା ତୁମେ ସ୍ୱର୍ଗଦେଶେ ।ଏ କି ହେ ବାରତା ଆଣିଥିଲ କାହୁଁ ସୁପ୍ତ ନୀରବ ମାନବ ଦ୍ୱାରେଧକ୍କା ବାଜିଲା ମନ-ମନ୍ଦିରେ ଅବସାଦମୟ ଅନ୍ଧକାରେ ।ଆସିଥିଲ କାହୁଁ ବିଦ୍ରୋହୀ ଋଷି ବାରତା ତମରି କରିନ ଶେଷ,ଜଗତର ଆଜି ସିଂହଦୁଆରେ ହେଲା ଅବସାନ ଭୀଷ୍ମ ବେଶ ?ଗଢ଼ିଥିଲ ଯେଉଁ ରକ୍ତ ମୁକୁଟ ଯାଇଚି କି ସତେ ଲୁଚି ତା ଆଜି,ତବ ବୀର ତନୁ ଆବରିଛି ପରା ଏ ମର ଧରଣୀ ବାଲୁକାରାଜି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର