ନବ ବର୍ଷର ଜୟ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୪
- ସ୍ଥିତି
- ସାର୍ବଜନୀନ (Public domain)
ହେ ମୋର ଜାତିର ମୁକ୍ତି ପଥର ପରମ ତରୁଣ ଦଳବନ୍ଦନା କର ଆଜି ଧରଣୀର ଅତିଥି ଚରଣ ତଳ ।ଦେଖ ତବ ନତ ନେତ୍ର ପଥରେ ଏଇ ଚାଲେ—ଧୀରେ ଚାଲେ…ବିକଳ ପ୍ରାଚୀନ ବତ୍ସର ଆଜି ମୃତ୍ୟୁର ପର ପାରେ ।ଏ ନବ ବର୍ଷ ପ୍ରଭାତ ପଥରେ ଧର ହେ କେତନ ଧର,ହେ ମୋର ଜାତିର ମୁକ୍ତି ପଥର ଅରୁଣ ବରଣ ଦଳ !ହେଉ ପୁରାତନ କାଲିର ଧର୍ମ, ଗାଉ ବସି ତାରେ କବି,ହୁଅ ତୁମେ ଆଜି ମୋ ଜାତି ମାନସେ ଉଦୟାଚଳର ରବି ।ଭେଦି ଏ ସମାଜ ସୀମାପଥ ଆଜି, ତେଜି ଦେଶ ସୀମା ବାରେଚିତ୍ତ ନିକଷେ ନବୀନ ବରଷ ଦିଶେ ସଙ୍କେତ ଗାରେ ।ତୀର୍ଥଯାତ୍ରୀ ! ଧର ହେ ଧୈର୍ଯ୍ୟ, ବରଣ କରିବ ଜାଣିବର୍ତ୍ତମାନର ବର୍ଷ ତଟରେ ଦେବତା ବଜ୍ରପାଣି !!କେତେ ପୁଷ୍ପିତା କିଶୋରୀ ତନୁରେ ମରଣ ବିହିଲା ଛାଇ,ବିରହମାନାର ବିଜନ ବାସରେ ବେଦନା ଉଠିଲା କାହିଁ,ଝାଉଁଳି ପଡ଼ିଲା ଅଧର ରାଗ ସେ କାହାର ଅକାଳେ କାଲି,ଉଦ୍ଗତ ମୁଖ ହେଲା ଅବନତ ସଂସାର ଲୀଳା ଛାଡ଼ି !ପଥେ ପଥେ କାହିଁ ଚାଲିଗଲେ କେତେ ମରଣ-ଯାତ୍ରୀଦଳକରି ଶିରାଘାତେ ଥରିଲା ନିଖିଳ-ଜୀବନ-ବକୁଳ-ତଳ ।ଅସମ୍ମାନେ ବା ଲୁଚିଲା କାହାର ଗୌରବ ଟିକା ଭାଲେ,ଶଙ୍ଖ କାହାର ବାଜିଲାନି ବାରେ କମ୍ପତ କରତାଳେ !ବନ୍ୟା ଯେ ଥିଲା ଆସି ଏ ଦୁଆରେ ଫେନିଳ ଅଟ୍ଟହାସେଝିଲ୍ଲି-ମୁଖରା ପଲ୍ଲି ବିହାରେ ରଚାଇ ମୃତ୍ୟୁ ରାସେ,ପୁରାତନ ତୁଲେ ବନ୍ଦୀ ସେ ସବୁ, ଗାଅ ହେ ତରୁଣ ଦଳ,ସନ୍ଧାନ କର ନୂତନ ଭୁବନେ ଶ୍ୟାମଳ କେଦାର ତଳ ।ବିରଚ ହେ ନବ ମହା ଯୌବନ ଏ ନବ ବର୍ଷେ ଆଜି,ବିହିବେଟି ବାଣୀ ତବ ସଙ୍ଗୀତେ ନର-କଙ୍କାଳରାଜି ।ତୁମରି ସ୍ୱତ୍ୱ, ତୁମରି ସତ୍ୟ ହେଉ ଏ ଜଗତମୟନବ ବର୍ଷର ନବ ହର୍ଷର ହେ ଶହୀଦ୍ ଦୁର୍ଜୟ !୧୯୩୧
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର