ସମ୍ଭବାମି ଯୁଗେ ଯୁଗେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୫
- ସ୍ଥିତି
- ସାର୍ବଜନୀନ (Public domain)
ବଢ଼େ ଯେବେ ଧରଣୀର ପାପ ତାପ ଭୟସତ୍ୟ ଶାନ୍ତି ଆରାଧନା ଭଜଇ ବିଲୟଡାକେ ଦୁଃଖୀ ତାପୀ ଜନ ନୀର ନେତ୍ରୁ ଢାଳି‘ସମ୍ଭବାମି ଯୁଗେ ଯୁଗେ’ ନର ରୂପ ଧରି ।ସହେ ପଦାଘାତ ଯେବେ ନ୍ୟାୟ ମହୀତଳେ,ପ୍ରବଳର ତାପେ ଡାକେ ଦୁର୍ବଳ ବିକଳେଅନାଚାରେ ସାଧୁକୁଳେ ପଥ ନାହିଁ ମିଳେ‘ସମ୍ଭବାମି ଯୁଗେ ଯୁଗେ’ ଏଇ ମହୀ ତଳେ ।ଛଳ, ପ୍ରବଞ୍ଚନା ଜାଲେ ଛନ୍ଦିହେଲେ ଧରା,ମାନବ ହୁଅଇ ଯେବେ ମାନବକୁ ଭାରାପାପ ବିନାଶନେ ପୁଣି ସତ୍ୟ ବିତରଣେ‘ସମ୍ଭବାମି ଯୁଗେ ଯୁଗେ’ ଏଇ ଧରାଧାମେ ।ହେଲେ ଭ୍ରାତୃ ବିବାଦରେ ନରକୁଳ ଲିପ୍ତନର ରକ୍ତେ ନର କର ହୋଇଲେ ରଞ୍ଜିତସତ୍ୟ ଆରାଧନା ପୂଜା ପଥ ଗଲେ ଭୁଲି‘ସମ୍ଭବାମି ଯୁଗେ ଯୁଗେ’ ନର ରୂପ ଧରି ।ଫେବୃୟାରୀ-୧୯୪୮ମହାତ୍ମାଗାନ୍ଧୀଙ୍କ ମୃତ୍ୟୁରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର