ପ୍ରଣୟ-ପାଗଳ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୩
- ସ୍ଥିତି
- ସାର୍ବଜନୀନ (Public domain)
କାହୁଁ ଭାସି ଆସେ ମୋ ପ୍ରିୟାସ୍ୱର,ଚାହୁଁ ଚାହୁଁ ଥରେ ମୋ କଳେବର,ଝାଉଁଳିଛି ସଜକଞ୍ଜ ବଦନ,ଧାଉଁଛି ଶିଖରେ ଡାକି ବହନ,ଘାଉଁରେ ମୋହର ମଥା,ଦାଉଁ ଦାଉଁ ପଡ଼େ ଦରଦୀ ଛାତି ମୋସୁମରି ଅତୀତ କଥା ।୧।ଧରତୀକୁ ପ୍ରେମେ ଡାକେ ଆକାଶ,ପୀରତି ଆଶାରେ ଯିବାକୁ ପାଶ,ବରତି ନହୁଏ ପ୍ରେମିକା ବିନା,କରତି ଦିଏ ସେ ହୃଦୟ ସିନା,ସୁରତିଲାଳସୀ ପ୍ରିୟା,ମୂରତି ତୋହର ନାଚେ ନେତ୍ରେ ମୋରବିଚଳିତ ତେଣୁ ହିଆ ।୨।କାୟା ତ ପ୍ରିୟାର ଗ୍ରାସିଲା ନିଆଁ,ଛାୟା ରୂପେ ଡାକେ ତା ଆତ୍ମା କିଆଁ,ଜାୟା ଭାବେ ତୋଷିବାକୁ ମୋ ମନ,ମାୟା ରଚି ନଭୁଁ ଆସେ ବହନ,ସାୟାହ୍ନ ସମୀର ସାଥେ,ବାୟା କରେ ମୋତେ ପ୍ରଣୟ ଆହ୍ୱାନଆଜ ଏ ଚାନ୍ଦିନୀ ରାତେ ।୩।ଅଙ୍ଗଭଙ୍ଗୀ ଛଳେ ମୋ ହୃଦ-ରାଣୀରଙ୍ଗରସ ଆଶେ ଢାଳେ ଚାହାଣି,ଚଙ୍ଗ ଚଙ୍ଗ ଭାବ ନ ପାରେ ଜାଣିଥଙ୍ଗ ଥଙ୍ଗ କଣ୍ଠୁଁ ନ ଫୁଟେ ବାଣୀ,ସଙ୍ଗସୁଖ ଭାଳି ମନେ,ଭଙ୍ଗ କରେ ମୋର ଭାବନା ସକଳପ୍ରେମ-ଗୀତି ଗାଇ କ୍ଷଣେ ।୪।କଣ୍ଢେଇ ଖେଳ କି ଗଲା ପାଶୋର,ଚାଣ୍ଡେ କେଣେ ଚଳ ପ୍ରେୟସୀ ମୋର,ଖଣ୍ଡେ ମୋ ବିଷାଦ ତୋ ଚନ୍ଦ୍ରମୁହଁ,ଗଣ୍ଡେ କିଆ ଢାଳୁ ସଜନି ! ଲୁହ,ଦଣ୍ଡେ ରହ ପ୍ରାଣସଖି,ମଣ୍ଡେ ମୁଁ ଏ ଅଙ୍କ ତୋ ତନୁସମ୍ଭାରେତୋ ବକ୍ଷେ ମୋ ବକ୍ଷ ରଖି ।୫।ରଞ୍ଜୁଥିଲୁ ମନ ପ୍ରଣୟ ଦାନେ,ଗଞ୍ଜୁଛି ଆଜ ମୋ ବ୍ୟର୍ଥ ପରାଣେ,ପଞ୍ଜୁରୀ ଖୋଲି କି ଆସିଛୁ ସତେ,ସଞ୍ଜୁଆ-ପବନେ ମିଳନ-ପଥେ ?ମଞ୍ଜୁ ! ରହ ରହ କ୍ଷଣେ,ଆଞ୍ଜୁଳି ପାତି ତୁ ମାଗୁ ପ୍ରେମ-ଭିକ୍ଷାନ ଦେବି ତାହା କେସନେ ? ।୬।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର