ମାନଭଞ୍ଜନ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୩
- ସ୍ଥିତି
- ସାର୍ବଜନୀନ (Public domain)
ଅୟି ମାନମୟି !କହି ମଧୁବାଣୀତୁଟାଅ ମୋ ମନବ୍ୟଥା,ଦହି ଦିଏ ପ୍ରାଣସହି ରେ ! ଅନଙ୍ଗବହି ମନେ ନିଷ୍ଠୁରତାରେ ଗୋରି !ମହୀପରେ ଅଛି କେ ତୋ ସରି,ରହି ମଉନେ ବୁହାଉ ବାରି ।୧।ମୁଞ୍ଚି ମନୁଁ ମାନକୁଞ୍ଚିତକେଶା ରେ !କହ ସୁଧାସିଞ୍ଚା ବାଣୀ,ବଞ୍ଚିତ ନ କରକିଞ୍ଚିତେ ତୋ ପ୍ରେମୁଁଚଞ୍ଚଳାକ୍ଷୀ ଚନ୍ଦ୍ରାନନୀ,ରେ ସହି !ଘଞ୍ଚ କୁଞ୍ଚୁ ଦିଅ ବାସ ଫେଇ,ପଞ୍ଚ ବାଣେ କାମ ଦିଏ ଦହି ।୨।ତୋଳ ବାର ମଥାଷୋଳବୟସି ରେ !ଭୋଳ ହୁଅ ପ୍ରେମେ ମୋର,କୋଳାଗ୍ରତ କରିଦୋଳାଇ ମୋ ଅଙ୍କେଚାଳିବି ଉରଜେ କର,ରେ ଧନି !ଗୋଳା ଚନ୍ଦନେ ଚିତ୍ରିବି ପୁଣିଡୋଳା ଟେକ ମୋ ଅଭିମାନିନୀ ।୩।ପଙ୍କଜନୟନାମୋ ଅଙ୍କ ପଲଙ୍କେଶଙ୍କା ତେଜି ବସ ତୁ ରେ !ଶଙ୍କର-ଅଇରିଟଙ୍କାରଇ ବାଣଢାଙ୍କି ରଖ ପୀନ ଉରେ,ରେ ବାଳା !ରଙ୍କରତନ ମୋ ଗଳାମାଳା,ଡଙ୍କା ବାଜେ ଏ ଦୁନିଆସାରା ।୪।ନାରୀରତନ ରେ !ଘାରି ହୁଏ ଦୁଃଖେପାରି କର ଲାଜ ତେଜି,ଠାରି ନେତ୍ରେ ବାରେତାରି ପାରୁ ହେଳେଭାରି କଷଣ ମୋ ହେଳି,ରେ ଧନ !ଚାରି-ଚକ୍ଷୁ ମିଳନେ ମୋ ମନ,ବାରି ନେତ୍ରୁଁ କରେ ବରଷଣ ।୫।ଦେଖ ଗୋ ମାନିନି !ପିକ କୁହୁ ତାନେମୁଖରିତ ଚଉକତି,ଦୁଃଖ ମୋର ହରିସୁଖ ତୁ ବିତରିରଖ ମୋ ନମ୍ର ବିନତି,ରେ ଗୋରି !ଦକ ମାନସୁଁ ହର ମୋହରି,ଅକପଟ ଚିତ୍ତ ଯେ ତୋହରି ।୬।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର