ରଜ ପରବେ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିକହ ରେ ଦଇବ କେଉଁ ଦୋଷୁଁ ରଜପରବେ ମୁଁ ପରବାସୀ,କମଳନେତ୍ରୀ ମୋ କିପରି ବଞ୍ଚିବଶୋକଜଳେ ଯିବ ଭାସି,କାମ ପାମର ଶରେ,କମ୍ବୁକଣ୍ଠୀ ନାଶ ଯିବ ଖରେ ।୧।ଖଞ୍ଜରୀଟଦୃଶା ଖୁଆନ୍ତା ହରଷେସୁବସିତ ଖିଲିପାନ,ଖସି ପଡ଼ୁଥାନ୍ତା ଖରେ ମୋର ଅଙ୍କୁଦେଲାବେଳେ ଚୁମ୍ବଦାନ,ଦେଖ ବହିଣ ମନେ,ଖୋଜୁଥିବ ସେ ମୋତେ ସଦନେ ।୨।ଗଜଗମନା ମୋ ଗୋଳା ଚନ୍ଦନକୁବୋଳନ୍ତା କେଡ଼େ ଯତନେ,ଗଲେ ଏ ପରବେ ଗଳାମାଳା ମୋରପାଶ ନ ଛାଡ଼ନ୍ତା କ୍ଷଣେ,ଗଣ୍ଡେ ବୁହାଇ ବାରି,ଗଞ୍ଜୁଥିବ କରମେ ତାହାରି ।୩।ଘନକୃଷ୍ଣକେଶା ଘର ମଣୁଥିବଗହନ କାନନ ପରିଘୋର ଦୁଃଖେ ଆହା ଘନ ଘନ ତାରଅଙ୍ଗ ଉଠୁଥିବ ଥରି,ଘୋଷି ମୋ କଥାମାନ,ଘଟେ ଥିବ କି ଆଉ ତା’ ପ୍ରାଣ ।୪।ନୀର ତେଜି ପ୍ରିୟା ନିରତେ ନୟନୁଁନୀରସ ମନେ ନୀରବେ,ନିରେଖି ମୋ ପଥ ନିରାଶ ହୋଇବନୀରଜାକ୍ଷୀ ମୋର ଏବେ,ନିଶି ଦିବସ ବସି,ନିନ୍ଦୁଥିବ ବିହି ମଦାଳସୀ ।୫।ଚାଟୁବାଣୀ କହି ଚୁମ୍ବି ତା’ ବଦନେଚାଳନ୍ତି ଉରଜେ କର,ଚାରୁ ଚନ୍ଦ୍ରାନନୀ ଚମକି ଚକିତେହୋଇଲାବେଳେ ଅନ୍ତର,ଚାଣ୍ଡେ ଧରନ୍ତି ଆଜ,ଚାହିଁ ମୁଖ ସେ କରନ୍ତା ଲାଜ ।୬।ଛଇଳା ନାଗରୀ ଛନ ଛନ ପ୍ରାଣେଖୋଜୁଥିବ ମୋତେ ସିନା,ଛଳାଉ ଥିବେଟି ଛଟକେ ତା ସାଙ୍ଗ-ସାଥୀ ତାହାକୁ ମୋ ବିନାଛାତି କରତି ତାର,ଛଟପଟ କରୁଥିବ ମୋର ।୭।ଜୀବିତେ ଥିବ କି ଜୀବ-ଜୀବନ ମୋଭାଳି ମୋତେ ନିରନ୍ତରେ,ଜଳଜବଦନା ଜରଜର ଆହାହେଉଥିବ କାମଶରେ,ଜପାମାଳି ମୋହର,ଜଳେ ତା ବିରହେ ମୋ ଅନ୍ତର ।୮।ଝଟତି ତା ତନୁ ଝୀନ ବାସେ ମଣ୍ଡିମିଳନେ ମୋ ରଖି ଚିତ୍ତ,ଝିମିଟକେ ଆହା ଝାମ ଯାଉଥିବମୋ ବିନେ ପରାଣମିତ,ଝାଉଁଳାଇ ତା ମୁହିଁ,ଝୁରୁଥିବ ଝରାଇଣ ଲୁହ ।୯।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ନବୀନ ବୟସୀ ନିମିଷକୁ ଆହା
ମଣୁଥିବ ଯୁଗ ପରି,
ନଭେ ଦେଖି ଚାନ୍ଦ ନିଶୀଥେ ବାନ୍ଧବୀ
ନୟନେ ଲୋତକ ଭରି,
ନୀଳୋତ୍ପଳ-ନୟନୀ,
ନଖେ ବିଦାରୁ ଥିବ ଅବନି ।୧୦।
ଟିକକେ ମୋ ପ୍ରୀତି ଟାକି ଥାଏ ସଦା
ମୋର ମରାଳଗମନା,
ଟେକି ଦେଲେ ମଥା ଟଳେ ମୋ ଧିଆନ
ବିବେକ ମୋ ହୁଏ ବଣା,
ଟାହି ଟାପରା ଡରେ,
ଟିପି ଟିପି ପାଦେ ଆସେ ଘରେ ।୧୧।
ଠକ ବୋଲି ମୋତେ ଠଉରାଇ ଚିତ୍ତେ
କରିବ ଗୁମାନ ସିନା,
ଠାକୁରଙ୍କ ପଦେ ଠିକେ ସେ ପ୍ରଣମି
ଯାପିବ କାଳ ନବୀନା,
ଠୁଳ ଦୁଃଖେ ସେ ଆହା
ଠାବେ ଠାବେ ଝୁଣ୍ଟୁଥିବ ଯାହା ।୧୨।
ଡମ୍ବରୁମଧ୍ୟମା ଡରୁଥିବ ଶେଯେ
ଏକାକିନୀ ଶୋଇ ରହି,
ଡବ ଡବ ବାରି ଡୋଳାତଳୁ ତାର
ଗଣ୍ଡେ ଯାଉଥିବ ବହି,
ଡୁବି ଶୋକ ସାଗରେ,
ଡାକୁଥିବ ମୋତେ ନିରନ୍ତରେ ।୧୩।
ଢଗ ଢମାଳିରେ ଢମ କହି କେତେ
ହାସ୍ୟରସ୍ୟ ସାଙ୍ଗସାଥି,
ଢଳାଇଲେ ଚିତ୍ତ ଢାଳେ ପ୍ରେମରସେ
କରତି ହେବ ତା ଛାତି,
ଢାଳି ବାରି ମୋ ସଖି,
ଢୋଳାଇବ କରେ ଗଣ୍ଡ ରଖି ।୧୪।
ନାରୀରତନ ମୋ ନାଶେ କାମତାପ
ସିଞ୍ଚି ତା ପ୍ରଣୟ-ବାରି,
ନାଗରୀ ହୀରାର ନଥିବଟି ଚେତା
ବିରହ ବେଦନା ଭାଳି,
ନତ ଥିବ ବଦନ,
ନିଦ୍ରା ଆହାରେ ନଥିବ ମନ ।୧୫।
ତେଜି ବାସଭୂଷା ତପତ ଲୋତକେ
ଭାଳୁଥିବ ମୋର କଥା,
ତରସ୍ତ ପରାଣେ ତଳେ ଥିବ ଶୋଇ
ହୃଦେ ବହି ଗୁରୁ ବ୍ୟଥା,
ତା’ର ନବ ଯୌବନ,
ତିଳେ ତିଳେ ହେଲା ଅକାରଣ ।୧୬।
ଥକ୍କା ହୋଇ ଏବେ ଥିବ ମୋ ସଜନୀ
ଆଜି ଏ ରଜ ପରବେ,
ଥର ଥର ନେତ୍ରୁଁ ଥନ ଥନ ବନ
ବୁହାଉ ଥିବ ନୀରବେ,
ଥିଲେ ସେନେହ ବଶେ,
ଥୋଇଥାନ୍ତି ମୋ ଅଙ୍କେ ହରଷେ ।୧୭।
ଦମକା ପବନେ ଦମ ଦମ ଛାତି
ପଡ଼ୁଥିବ ତାର ଆଜି,
ଦିବା ନିଶି ପ୍ରିୟା ଦୁଃଖମନେ ଥିବ
ମଉନାବତୀ ସେ ସାଜି,
ଦକ ଦକ ମୋ ମନ
ଦଣ୍ଡ ଦିଏ ବିହି କି କାରଣ ।୧୮।
ଧରାମଣ୍ଡନା ମୋ ଧିଆନେ ସତତ
ନିବେଶି ଥିବ ତା ମନ,
ଧିକ ମଣୁଥିବ ଧାତିକାରେ ପ୍ରାଣ
ନୋହିବାରୁ ମୋ ମିଳନ,
ଧୀରା କେଳିସଦନେ,
ଧରି ରଖନ୍ତା ଭୁଜବନ୍ଧନେ ।୧୯।
ନିଃସଙ୍ଗ ଜୀବନେ ନିଷ୍ଫଳ ହୋଇବ
ତାର ବସନ ଭୂଷଣ,
ନିଷ୍କରୁଣ ବିହି ନ କଲା କି ଅବା
ଧିକ ଧିକ ଏ ଜୀବନ,
ନ ପାରିଲି ଯା ଶୁଣି
ନାରୀରତନ ବଚନ ପୁଣି ।୨୦।
ପକାଇଣ ମଲ୍ଲୀ ପାଖୁଡ଼ା ସେ ଶେଯେ
ଚାହିଁଥିବ ମୋର ପଥ,
ପଞ୍ଜୁରୀ ଆବଦ୍ଧ ପକ୍ଷୀ ସମ ସିନା
ଛଟପଟ ହେବ ସତ,
ପାଶେ ଲଭନ୍ତି ସୁଖ,
ପରବାସ ଦେଲା ଏତେ ଦୁଃଖ ।୨୧।
ଫାଟିଯାଏ ହୃଦ ଫେଡ଼ିଲି ନାହିଁ ଯା
କନକଗୋରୀ ଗୁମାନ,
ଫିକା ମୁଖେ ବାଳା ଫିଟାଇଥିବ ତା
ଘେନକେଶ ଜୁଡ଼ା ଜାଣ,
ଫିଙ୍ଗି ଅଙ୍ଗଭୂଷଣେ
ଫେରୁଥିବ ଦାଣ୍ଡୁ ଦୁଃଖମନେ ।୨୨।
ବରବରନା ମୋ ବରଷାଇ ବାରି
ବରଷକର ଏ ଦିନେ,
ବର ମାଗୁଥିବ ବର ଦେବ ପଦେ
ବରଜି ସବୁ ମୋ ବିନେ
ବରତିକ କି ସତେ
ବରତୁଳ-ଉରଜା ଉଷତେ ।୨୩।
ଭାସୁଥିବ ନୀର ଭ୍ରୁଲତା ଯୁଗଳେ
ଆହା ଚମ୍ପାବରନାର,
ଭରମେ ନିଦ୍ରିତେ ଭିଡ଼ି ଧରୁଥିବ
ବସନ ସିନା ତାହାର,
ଭାବବିହ୍ୱଳେ ଥରେ
ଭୂମି ଅଣ୍ଡାଳୁଥିବ ସେ ଖରେ ।୨୪।
ମରାଳ ଗମନା ମାରଶରେ ଆହା
ହେଉଥିବ କଲବଲ,
ମରମ ବେଦନା ମରମରେ ଚାପି
ମଉନେ ହୋଇ ବିକଳ,
‘ମଲି’ ‘ମଲି’ ସେ କହି
ମହୀପରେ ଗଡ଼ୁଥିବ ସହି ।୨୫।
ଯତନେ ଚିତ୍ରଣ ଯାବକେ ଚରଣ
ପହୁଡ଼ିଥିବ ପଲଙ୍କେ,
ଯାପୁଥିବ ନିଶି ଯୋଷାବର ଆହା
କେତେ ଆଶା ରଖି ବକ୍ଷେ,
ଯାମକୁ ମୋ ନବୀନା,
ଯୁଗ ମଣୁଥିବ ମୋର ବିନା ।୨୬।
ରସ ରଙ୍ଗିନୀ ମୋ ରସୁଥାନ୍ତା ମନ
ପ୍ରେମେ ରସଦାନେ ଆଜ,
ରସବତୀ ବିନା ରସିକ ପରାଣେ
ଏ ମୋର ଆଉ କି କାର୍ଯ୍ୟ
ରଜ ମଉଜ ତେଜି,
ରହେ ପରବାସେ ଭାଗ୍ୟ ହେଜି ।୨୭।
ଲୋଟିଥାନ୍ତି ସୁଖେ ଲଳନାର ବକ୍ଷେ
ଫେଇ ଅଙ୍ଗୁତାର ବାସ,
ଲୋଡୁଥାନ୍ତା ପ୍ରୀତି ଲତାଇ ମୋ ଅଙ୍ଗେ
ପ୍ରିୟା କରି ଦରହାସ,
ଲାଜ ତେଜି ମୁଁ କ୍ଷଣେ,
ଲାଗି ପଡ଼ନ୍ତି ନୀବିମୋଚନେ ।୨୮।
ବଳାନ୍ତି ମୋ ଚିତ୍ତ ବାରେ ବିପରୀତେ
ହୋଇ ପ୍ରେମେ ମତିଭୋଳା,
ବିଳାସିନୀ ବାଳା ବଳା ଖୋଲି ପଦୁଁ
ବୁଜନ୍ତା ତା ଚାରୁ ଡୋଳା,
ବୃଥା ହେଲା ଭାବନା
ବିଶ୍ୱେ ହତଭାଗ୍ୟେ ହେଲି ଗଣା ।୨୯।
ଶୟନେ ସ୍ୱପନେ ସଦା ମୋ ମାନସୀ
ଇଚ୍ଛୁଥିବ ମୋର ସଙ୍ଗ
ଶୁଖିଥିବ ସଜ ସରୋଜ ବଦନ
ଚମକୁଥିବ ତା ଅଙ୍ଗ,
ଶେଷେ ହୋଇ ବିମନ,
ଶୋକସାଗରେ ହେବ ମଜ୍ଜନ ।୩୦।
ଷୋଳବୟସୀ ମୋ ସଜ ଫୁଟା ଫୁଲେ
ଯତନେ ଗୁନ୍ଥିଣ ମାଳା,
ଷଟପଦକେଶୀ ସାରସଗମନୀ
କ୍ଷୀଣକଟି ନବବାଳା,
ସାରା ନିଶି ଅନାଇ,
ଶେଷେ ଫିଙ୍ଗିବ ଯାତନା ପାଇ ।୩୧।
ସରସିଜଦୃଶା ସରମ ଚାହାଣୀ
ପାଶୋର ନ ଯିବ ମନୁଁ,
ସରଗ ସୁନ୍ଦରୀ ସରି ନୋହିବେ ଟି
ତାକୁ ସେ ମୋ କ୍ଷୀଣ ତନୁ ।
ସାର ଅଟେ ତା ପ୍ରୀତି,
ସୁମରଇ ପ୍ରିୟାରେ ମୁଁ ନିତି ।୩୨।
ହରିଣ ନେତ୍ରୀର ହଜିଥିବ ବୁଦ୍ଧି
ହରରିପୁ ଫୁଲଶରେ,
ହରଷବଦନା ହରନ୍ତା ମୋ ମନ
ଆହା କଥାପଦକରେ,
ହାଦେ ଚମକି ହାୟ
ହେଉଥିବ ପାଗଳିନୀପ୍ରାୟ ।୩୩।
କ୍ଷୋଭ ଆସେ ମନେ କ୍ଷୀଣମଧ୍ୟମା ମୋ
ସହୁଥିବ କାମଦାଉ
କ୍ଷବ୍ଧ ମନେ ପ୍ରଭୋ ! କ୍ଷମା ମାଗେ ଦାସ
ନ କରି ପ୍ରବାସୀ ଆଉ,
କ୍ଷିତି-ମଣ୍ଡନା ସଙ୍ଗ,
କ୍ଷଣେ ନ କରାଅ ଆଉ ଭଙ୍ଗ ।୩୪।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ