ପ୍ରଭାତ-ସଙ୍ଗୀତ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୩
- ସ୍ଥିତି
- ସାର୍ବଜନୀନ (Public domain)
କି ଗୀତ ଗାଇବା ପ୍ରଭାତରୁ ଆଜିହେ ପ୍ରିୟ ପାଠକ−ପାଠିକାମାନେ !ଚାଲ ଆଜି ତାଙ୍କ ନାମକୁ ଗାଇବାପ୍ରଭାତ ଆସିଛି ଯାହା ବିଧାନେ ।ପ୍ରଭାତ ତପନ ପ୍ରଭାତ ଗଗନପ୍ରଭାତ ପବନ ପ୍ରଭାତ ବନ,ପ୍ରଭାତ ପ୍ରସୂନ ସୁବାସ ମୋହନପ୍ରଭାତ ବିହଙ୍ଗ ମଧୁର ସ୍ୱନ,ପ୍ରଭାତର ଯେତେ ଶିଶର−ମଣ୍ଡିତତରୁଲତାରାଜି ଦିଶେ ଶୋଭନ,ପ୍ରଭାତର ଯେତେ ପବିତ୍ର ସୁଷମାଯେ ପ୍ରଭୁଙ୍କ ଗୁଣ କରେ ଗାୟନ,ପ୍ରଭାତେ ପାଇଲେ ନବୀନ ଜୀବନଯାହାଙ୍କ ପ୍ରସାଦେ ପ୍ରାଣିନିକର,ନବୀନ ଉତ୍ସାହେ ଜାଗିଲା ଜଗତନବ କର୍ମେ ହେଲେ ସର୍ବେ ତତ୍ପର ।ଚାଲ ପ୍ରିୟ ବନ୍ଧୁ ସେ ପ୍ରଭୁଙ୍କୁ ନମିକରିବା ଯେ ଯାହା କର୍ତ୍ତବ୍ୟ କର୍ମ,ପ୍ରତି ପ୍ରଭାତରେ ପ୍ରଭୁଙ୍କୁ ସୁମରିଶୈଶବ କାଳରୁ ସଞ୍ଚିବା ଧର୍ମ ।ହୃଦୟରେ ସଦା ଭଲଭାବ ଥାଉସଦା ଭଲକଥା ଏ ମୁଖ କହୁ,ସଦା ଭଲକାର୍ଯ୍ୟ କରୁଥାଉ କରପ୍ରଭୁ ପଦେ ସଦା ଭକତି ଥାଉ ।ସାରା ଦିବସରେ ସାଧୁକାର୍ଯ୍ୟ କରିରଜନୀରେ ଶାନ୍ତି ସୁନିଦ୍ରା ପାଇ,ସାରା ଜୀବନଟା ସାଧୁକର୍ମ କଲେକାହାକୁ କାହିଁକି ଡରିବା ଭାଇ ?
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ