ବଡ଼ବୋଉ ଝର
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୬
- ସ୍ଥିତି
- ସାର୍ବଜନୀନ (Public domain)
କେଉଁ ଅତୀତ ଯୁଗେ ଝର ! ତୋ କୂଳେ,ଝଙ୍କାଳିଆ ଗଛର ଶୀତଳ ତଳେବସିଣ ବଡ଼ବହୂ ତେଲ ହଳଦୀବଢ଼ାଇ ସ୍ନାନ ବିଧି ପିନ୍ଧିଲେ ଖଦି ।ନାହିଁ ସେ ଯୁଗ ଆଉ ସେ ସାଖୀ ନାହିଁ,ସେ ବଡ଼ବହୂ−ରୂପ−ଲାବଣ୍ୟ କାହିଁ !ମାତ୍ରକ “ବଡ଼ବୋଉ ଝର” ଅଛଇ,ତା ନାମ ସଙ୍ଗେ ତାର ଛାୟା ଦିଶଇ ।କିବା ଲାବଣ୍ୟମୟୀ ସେ ନବବଧୂଅମରଲଡ଼ୁ ଦେଇ ଯାଇଛି ମଧୁ !ସେ ଝର ସଙ୍ଗେ ତାର ଅମର ଛାୟାଲାଗି ରହିଣ ବିସ୍ତାରିଛି କି ମାୟା !ଅସରନ୍ତା ସେ ଝର−ନୀର ଯେସନ !ଅସରନ୍ତା ସେ ନାମସୁଧା ତେସନ !କେସନ ଝର ସଙ୍ଗେ ତୋ ନାମ ବଧୂମିଳିଣ ବୋଳିଦେଲା ତୋ ନାମେ ମଧୂ ?ବଡ଼ବୋହୂ ଝର ଖୋର୍ଦ୍ଧା ମଧ୍ୟରେ । କେତକୀଝର, ଚିଙ୍ଗଡ଼ିଝର, ଗାହାଡ଼ା ଝର ପ୍ରଭୃତି ଖୋର୍ଦ୍ଧା ନିକଟରେ ଅବସ୍ଥିତ ।ଶୈଶବ ସୁଖ ପିତୃ−ଗୃହେ ଭାଳିଣଅବା ଏ ଝର ଅଙ୍ଗେ ହୋଇଲ ଲୀନ ?ନବ ଯୌବନେ ଅବା ଧୋଇଣ ପଦଚିର ଯୌବନ ସମ ଦେଲ ଏ ପଦ ?ଅବା ନିରାଟ ଶିଳା ତଳେ ସେ ଥିଲାତବ ଚରଣ ଲାଗି ସ୍ରବି ଉଠିଲା ?ଶ୍ୟାମା−ପଦ−ପ୍ରକ୍ଷେପେ ଅଶୋକ ଯେହେନଫୁଟଇ, ନିର୍ଝର କି ଫୁଟିଲା ତେହ୍ନେ ?ଅବା ଫୁଲ ତୋଳିଣ ଗଢ଼ି ପ୍ରତିମାବିସର୍ଜି ଥିଲ ଏଥି ରୂପସୀ ଜେମା ?ଅଥବା କଲ ଏଥି ବାଲିର ଘର,ନାମ ସଙ୍ଗତେ ରଖି ନେଲା ନିର୍ଝର ?କି ଅବା ଅନାବୃଷ୍ଟି ହେଲା ଦେଶରେ,ଝର ସ୍ରବିଲା ତବ ପଦ ସ୍ପର୍ଶରେ ?ଅବା ମିଳିନ୍ଦନିନ୍ଦି ନିବିଡ଼ କେଶେପ୍ରବେଶି ଝର ହର−ଜଟା ସଙ୍କାଶେ;ପାଇଅଛି ଅମର ନାମ ମଧୁର,ସୁତଟ−ଦୁର୍ବାଦଳ ଅବା ଚିକୁର !ତବ ଅଙ୍ଗସୁଲଭ ଶୀତେ ତପତନିଦାଘେ ଶୀତଳତା ଝରେ ପ୍ରାପତ !ତବ ଆଭାସେ ଯେବେ ଏତେ ସୁଷମା,ଥିଲ କି ଶୋଭାବତୀ ମର୍ତ୍ତ୍ୟରେ ରମା ?ଲାବଣ୍ୟମୟୀ ବାମା ଗୋ ବଡ଼ବହୁଝର ସଙ୍ଗୀତେ ତବ ସୁଷମା ରହୁ ।ଷୋଡ଼ଶୀ ତରୁଣୀମାନଙ୍କ ପଦପ୍ରହାରରେ ଅଶୋକ ପ୍ରସ୍ପୁଟିତ ହେବାର ପ୍ରାଚୀନ କିମ୍ୱଦନ୍ତୀ ଅଛି ।† ଶାମା ସ୍ତ୍ରୀ ଓ କୂପୋଦକ ପ୍ରଭୃତିର ଶୀତକାଳରେ ଉଷ୍ଣତା ଓ ଗ୍ରୀଷ୍ମକାଳରେ ଶୀତଳତା ସମସ୍ତଙ୍କ ଜ୍ଞାତ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ