ସଂଶୟେ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିମଣିଲ କି ସତି ! ମନ ପ୍ରଥମ ପ୍ରଣୟପାପରେ ପଙ୍କିଳ ସ୍ୱାର୍ଥ ହଳାହଳମୟ ?ନାହିଁ ନାହିଁ, ନୁହଇଁ ମୁ ଏତେ ନୀଚମନା,ତୁମ୍ଭଠାରେ ଆରୋପିବି ଏମନ୍ତ କଳ୍ପନା ।ତୁମ୍ଭେ ଦେବୀ ସ୍ନେହ−ପ୍ରେମ−ପବିତ୍ରତାବତୀସଂସାର−ଉର୍ଦ୍ଧ୍ୱରେ ସଦା ତୁମ୍ଭ ମତିଗତି ।ନିଭିଗଲା ତେବେ କିମ୍ପା ସେହି ସ୍ନେହ−ଶିଖା ?ଡେଇଁ ନ ପାରିଲା ସ୍ନେହ ଦାରିଦ୍ର୍ୟ−ପରୀକ୍ଷା ?କିମ୍ପା ମଣି ମୁଁ ଅଯୋଗ୍ୟ କଲ ଅବହେଳା,ମାତ୍ର ଦେବି ! ନୁହେ ପ୍ରୀତି ବାଳ−ଧୂଳି−ଖେଳା ।ପିଆଇଲ କିମ୍ପା ବାରେ ତବ ସ୍ନେହ−ବାରି,ସେ ସ୍ନେହ−ବିଚ୍ଛେଦ ମୋତେ ବାଧୁଅଛି ଭାରି ।କଲେ କଲ ପର କିନ୍ତୁ ଏ ସାରା ଜୀବନଦିଅ ଅଧିକାର ଦେବି ! କରିବି ସ୍ମରଣ ।———ଦଗ୍ଧ ପଦ୍ମବନ
—୧—
ପ୍ରାଚୀ−ଅଙ୍କେ ଉଷାଦେବୀ ଟହଟହ ହସିଅପୂର୍ବ ଲାବଣ୍ୟ−ରାଶି ବିଞ୍ଚୁଛନ୍ତି ବସି ।ଏମନ୍ତ କାଳେ ମୁଁ ଦିନେ ସରସୀର ତୀରଆସିଣ ଦେଖିଲି ଆହା କେମନ୍ତ ରୁଚିର,ନୀଳ ଜଳେ ନୀଳ−ରକ୍ତ−ଶଚଳ କମଳଫୁଟି ଏକମେଳ ହେଉଥିଲେ ଢଳ ଢଳ ।ତଟେ ଅରବିନ୍ଦ−ଗନ୍ଧେ ସୁରଭି ଅନିଳଆମୋଦିତ କରୁଥିଲା ଶ୍ୟାମଶସ୍ୟ ବିଲ ।ତଟ−ବଟମୂଳେ ବସି ମରାଳ ଦମ୍ପତିମୃଣାଳ ସେବାରେ ମୁଦ ଲଭୁଥିଲେ ଅତି ।ନିସର୍ଗ−ଲାବଣ୍ୟ−ଲୁବ୍ଧ କବି ଭକ୍ତଗଣପୂତ କଲେ ନେତ୍ର କରି ଏଥି ଆଗମନଭୂତଳେ ଅତୁଳ ପୂର୍ଣ୍ଣ ପ୍ରଫୁଲ୍ଲ ପୁଷ୍କର−ସହ ମିଳିଥିଲେ ପୁରମହିଳାନିକର ।ମଲୟ−ବିକ୍ଷୁବ୍ଧ ପଦ୍ମବନ ବିକମ୍ପିତପ୍ରାତଃସ୍ନାନେ ପୁରାଙ୍ଗନା ଅଙ୍ଗ ଆନ୍ଦୋଳିତ ।ଢଳ ଢଳ ସୁତରଳ ପୁଷ୍କରିଣୀ ଜଳ,ତହିଁ ମଧ୍ୟେ ଢଳ ଢଳ ଅଗଣ୍ୟ ମରାଳ,ଢଳ ଢଳ ତରୁଣୀଙ୍କ ଆନନ−କମଳ,ତହିଁ ମଧ୍ୟେ ଢଳ ଢଳ ନୟନ ଯୁଗଳ ।ତହିଁ ଢଳେ ଢଳ ଢଳ ପୀନ ପୟୋଧର,କିଏସେ ସୁନ୍ଦର ଏଥି କେ ସୁନ୍ଦରତର,ପରାଭବ ପାଏ ଏଥି କବି−କଳପନା,ଲଜ୍ଜାଭରେ ଲୁଚି ଯାଏ ଉପମା ତୁଳନା ।ପ୍ରିୟେ ଶିଷ୍ୟେ ଆଣି କବି ଗୌରବ−ସୁଦିନେକବିତ୍ୱ ଶିଖାଇଥିଲେ ସରଃ, ତୋ ପୁଳିନେ ।
—୨—
ବହୁଦିନ ପରେ ପୁଣି ବିଭାତ ଭ୍ରମଣେଆସିଣ ଦେଖିଲି ଦଗ୍ଧ କମଳକାନନେ ।
ସମ୍ବନ୍ଧିତ ରଚନା
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନୀହାରନିପାତେ ଆହା ନଷ୍ଟ ପଦ୍ମବନ
ଦେଖିଣ ବିଷଣ୍ଣ ହେଲା ମୋର ପ୍ରାଣ ମନ ।
ଦେଖିଥିଲି ପୂର୍ବେ ଯଥା ଷୋଡ଼ଶୀ ଯୁବତୀ
କାଞ୍ଚନ କମଳକଢ଼ି ଲାବଣ୍ୟ ମୂରତି,
ବୈଧବ୍ୟ−ବିଧୁରା ବାଳା କାରୁଣ୍ୟ ପ୍ରତିମା
ଯୌବନରକ୍ତିମା ନାହିଁ ରୂପମଧୁରିମା,
ଶୋକ−ନୀହାର କି ଆହା ଦହି ସୁଖବନେ
କରିଅଛି ପରିଣତ ଶୋଭାର ଶ୍ମଶାନେ ।
ଏ ଶୋଭା−ଶ୍ମଶାନେ−ଦୃଶ୍ୟେ ସଂସାର ନଶ୍ୱର
ବଜ୍ରଶକ୍ତି ସହ ପ୍ରାଣେ ଉଦିଲା ମୋହର
ପାଞ୍ଚିଲି ପୁଣି ତ ପର ବର୍ଷ ଏହିପରି
ଜଳପୁଷ୍ପେ ପୂର୍ଣ୍ଣ ହେବ ଏ ପଦ୍ମ ପୋଖରୀ ।
ନିରାଶ ପ୍ରଣୟା ଆଉ ପାଇବ କି ତାହା,
ହୃଦୟ ଭାଙ୍ଗିଣ ବାରେ ଯାଇଅଛି ଯାହା ।
କେତକୀ ଝର
—୧—
ନିକାଞ୍ଚନ−ନିବାସୀ କେତକୀ ଝର !ପିଆସୀ ହୋଇ ଗଲି ତବ ପାଶର ।ନୀଳ ନିର୍ମଳ ତନୁ କରି ପ୍ରଦାନମୋହିଲୁ ପ୍ରିୟ ଜନ ପରି ମୋ ମନ ।ପରର ଉପକାର ମହତ ଗୁଣ,କେସନେ ସୁଝିବି ତୋ ଅମୂଲ୍ୟ ଋଣ ।ଦରିଦ୍ର କବି ମୁହିଁ ତୋ ନାମେ ଗୀତଗାଇଣ ସୁମରିବି ନାମ ହେ ମିତ !ଘନ ନିକୁଞ୍ଜବନେ କେତକୀ−କୁଞ୍ଜ,ଶୁଭୁଥିଲା ନିରତେ ମିଳିନ୍ଦ−ଗୁଞ୍ଜ ।ତୋ ଅଙ୍କେ ବିକଶିତ ସୁରଭି କଞ୍ଜଯାଇଛି ଦିନ ତୋର ଆସିଛି ସଞ୍ଜ ।ତୋ ତଟ−ଚୂତ−ତରୁ−ଶାଖେ ବକୁଳ—ଆମୋଦେ ଦିଗଙ୍ଗନା ଥିଲେ ଆକୁଳ ।କୋମଳ କିଶଳୟ ଲୋହିତ ରଙ୍ଗେବୋଳିଥିଲା ଅବିର ଅବନୀ ଅଙ୍ଗେ ।ନବବସନ୍ତ ଚାରୁ ମଳୟ−ବୀଚିଦେଉଥିଲା ଦେହରେ ଅମୃତ ସିଞ୍ଚି ।ପଲ୍ଲବ−ଗହଳରୁ ଯୁବା କୋକିଳକୁହୁ ସୁତାନେ କଲା ପ୍ରାଣ ଆକୁଳ ।କାହିଁ କେତନୀ−କୁଞ୍ଜ କେତକୀ−ଗୋରୀପରାଣ ନିଧି ତୋର କେ କଲା ଚୋରି ?କେତକୀ ଝର କଟକ−ଗଞ୍ଜାମ ପକ୍କା ରାସ୍ତା ଉପରେ ଖୋର୍ଦ୍ଧାର କିଛିଦୂରରେ ଦକ୍ଷିଣକୁ ଅବସ୍ଥିତ ।
—୨—
ଦେଖିଲି ଏବେ ଦିନେ ପ୍ରଦୋଷ ବେଳେନିର୍ଜନତା ସଙ୍ଗତେ ବିଷାଦ ଖେଳେ !ପ୍ରତୀଚୀ−ଅଙ୍କେ ଯେବେ ଲୁଚିଲେ ରବିବିଷାଦ−ଛାୟା ଢଙ୍କା ନିସ୍ୱର୍ଗ−ଛବି ।ବସା ଗଛ ଆଡ଼କୁ ବିହଙ୍ଗଗଣବିଷାଦଗୀତ ଗାଇ କଲେଗୋଧୂଳିକାଳେ ଘନ ଧୂଳି ଉଠାଇହମ୍ୱାରଡ଼ି ଛାଡ଼ିଣ ଯାଆନ୍ତି ଗାଈ ।ବାରୁଣୀ ଗଗନରେ ଚିତ୍ର ବିଚିତ୍ରଦିଶଇ ଟହ ଟହ ଜଳଦ ଚିତ୍ର ।ନୀଲ ଶ୍ୟାମଳ ରଙ୍ଗ ପାଟଳ ରଙ୍ଗପୀତ ବାଇଗଣିଆ ଦିଶେ କି ରଙ୍ଗ !ଏମନ୍ତ ଚିତ୍ର ଦେଖି ହେଲା ମୋ ମନେ,କାହିଁକି ମାୟାମୁଗ୍ଧ ହୁଅନ୍ତି ଜନେ ?
—୩—
କୂଳେ କରୁଣେ ରାବେ କପୋତ−ନାରୀକବି ମନକୁ ପବି ପରି ବିଦାରି,“ଉଠରେ ପୂତା” ତାର କରୁଣ ସ୍ୱନଶୁଣନ୍ତେ ପଥିକର ବିକଳ ମନ ।ଗୋଧୂଳିକାଳେ ପକ୍ଷୀ ମୋଲାଣି ଗୀତଗାଇଣ ବିଷାଦିତ କରଇ ଚିତ୍ତ ।ତୋ ନୀର ତୀରଶାଖି−ଶୀତଳ−ଛାଇ−ତଳେ ରହନ୍ତି ପାନ୍ଥେ, ଚୁଲି ଲଗାଇଶଗଡ଼ିଆ ଭାଇ ତା ଗାଡ଼ି ଫିଟାଇପିତଳରନ୍ଧା ଅନ୍ନ ବ୍ୟଞ୍ଜନ ଖାଇତାମ୍ୱୁଳ ଗୁବାକ ସେ ଭାଙ୍ଗିଲା ବେଳେଗୃହେ ତରୁଣୀ−କଥା ବିଷାଦେ ଭାଳେ ।ଚମ୍ପକ−ଗୋରୀ−ପ୍ରାଣେ ତେଣେ ଭାଳେଣି,ଦେଖନ୍ତି ସ୍ୱପନ ସେ ବେନିଙ୍କୁ ବେନି ।ନିର୍ମଳ ପ୍ରେମେ ସିନା ଆତ୍ମା ମିଳନ,ବେନିଙ୍କୁ ବେନି କରୁଥାନ୍ତି ଦର୍ଶନ ।ପୁଳିନ ଏହିପରି କେତେ ତରୁଣ—ତରୁଣୀ−ସ୍ୱପନରେ ତୋର କରୁଣ !ଯେତେ ଅଚିର ପଛେ ହେଉ ପ୍ରଣୟ,ସଂସାର କରେ ତାହା ମାଧୁରୀମୟ !