ଭାବକୁସୁମ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୬
- ସ୍ଥିତି
- ସାର୍ବଜନୀନ (Public domain)
ଆଜି ଦିନ ଚାଲିଗଲେ ଆଉ ନ ଫେରିବ,ଏ ଭାବଟି ହଜିଗଲେ ଆଉ ନ ମିଳିବ ।ଏ ଫୁଲଟି ଝଡ଼ିଗଲେ ଆଉ ନ ଫୁଟିବ,ଏ ଦୀପଟି ଲିଭିଗଲେ ଆଉ ନ ଜଳିବ ।କେତେ ନୂଆ ନୂଆ ଦିନ ଜଗତେ ଆସିବ,କେତେ ନୂଆ ନୂଆ ଭାବ ପରାଣେ ଉଦିବ ।କେତେ ନୂଆ ନୂଆ ଫୁଲ ଜଗତେ ଫୁଟିବ,କେତେ ନୂଆ ନୂଆ ଦୀପ ନିଶୀଥେ ଜଳିବ ।ଯେ ଗଲା ସେ ଗଲା ଆହା, ଆଉ ନ ଫେରିବପୁଣି କି ରୁକିଣୀରଥ ବାହୁଡ଼ି ଆସିବ ?ଯେ ଭାବ−କୁସୁମ ମମ ଭାବ−ଉପବନେଫୁଟି ଉଠୁଥିବ ତେଣୁ ବିଧିର ବିଧାନେ ।ତୋଳି ରଖୁଥିବି ଯତ୍ନେ ନିଶୀଥ−ବର୍ତ୍ତକା—ନିର୍ବାଣ ଆଗୁଁ, ନ ପଡ଼ୁଁ ପ୍ରାଣ−ଯବନିକା ।କି ଗୀତ ଗାଇବି ?“ଗାଅ ଗାଅ ବନ୍ଧୁ ଗୀତଟିଏ ଗାଅ,ଶୁଣିବାକୁ ଆମ୍ଭ ହେଉଛି ମନ,ତୁନି ହୋଇ କେହ୍ନେ ଘରେ ବସିଥାଅ,ଗାଅ, ପୁଣି ଗାଇଥିଲ ଯେସନ ।”ପ୍ରଭାତ କାଳରେ ପୁରାତନ ମିତ୍ରପଦରଜେ ଦ୍ୱାର କଲେ ପବିତ୍ର,ବସିଲେ ହସିଲେ ଭାଷିଲେ ସୁଚିତ୍ତେବୋଇଲେ “ବନ୍ଧୁ ମୁଁ ବଡ଼ ଦୁଃଖିତକି ହେଲା ଆମ୍ଭର ସାହିତ୍ୟ−ସଂସାରଜୀବନ ସ୍ପନ୍ଦନ ଆଉ ତ ନାହିଁ ।ଜୀବନ ଲକ୍ଷ୍ୟ କି ଆହାର ବିହାର ?ଆଉ କିଛି ଚାଲ କରିବା ଭାଇ ।ଯେ ଯାହାର ‘ସୁଖେ’ ସଂସାର ସେବାରେମଗ୍ନ ରହିଛନ୍ତି ସ୍ୱଦେଶ ଜନେକାହାରି ତ ମନେ ପଡ଼ୁ ନାହିଁ ବାରେଦିନ ଯାଉଅଛି କି ଅକାରଣେ !ସମନ୍ତେ ତ ଯିବା ସେ ଦେଶେ ଯେ ଦେଶୁଁଗଲେ କେବେ କେହି ଫେରନ୍ତି ନାହିଁଆସିଥିଲେ ଭବେ ଯେ ମହା ଉଦ୍ଦେଶ୍ୟେକେତେ ବା ସଫଳ ହେଲା ତା ଭାଇ ?”କହିଲି ବନ୍ଧୁଙ୍କୁ ସଂସାର−ଜମ୍ବାଳେଲୋଟି ପ୍ରାଣ ମମ ଘୋର ଆବିଳବଦ୍ଧ ମମ କଣ୍ଠ ନ ସ୍ଫୁରଇ ଢ଼ାଳେସରସ ସଙ୍ଗୀତ ପ୍ରାଣ ପଙ୍କିଳ ।ସଦୁଦ୍ଦ୍ୟମେ ଭାଇ, ସଙ୍ଗୀତ ମୁଁ ଗାଇକରିବଇଁ ତବ ସନ୍ତୁଷ୍ଟ ଚିତ୍ତ,ସାନନ୍ଦଚିତ୍ତରେ ବାହୁଡ଼ିଲେ ଘରେଅଭିନ୍ନ−ହୃଦୟ ପ୍ରାଣର ମିତ ।ପଡ଼ିଲା ଭାବନା କେସନେ କାମନାସିଦ୍ଧ ହେବ ମିତ୍ର ଶୁଣିବେ ଗୀତ,ଘେନି ଏ ବାସନା ବାଣୀ−ଆରାଧନାକଲି, ଛନ ଛନ ମନ ଚିନ୍ତିତ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ