ପିଞ୍ଜରାବଦ୍ଧ ପିକ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୪
- ସ୍ଥିତି
- ସାର୍ବଜନୀନ (Public domain)
ଯୁଗକ ଅନ୍ତରେ ପୁଣି ବାଣୀ ବିମୋହନ,ଶୁଣିଲୁ ନିମିଷ ସ୍ପର୍ଶେ, ଚପଳା ଯେସନ ।ଜନତା ନିନାଦ ଭେଦି, ଏ ପୁର ପ୍ରବାସେ,କାହା କଣ୍ଠ ସ୍ୱର ଆହା ଭାସି କାହୁ ଆସେ ।ବନୁ ବନେ ଉଡ଼ି ଉଡ଼ି ଶଇଳୁ ଶଇଳେ; ।ସରସେ ବରଷିବାର ସୁଧା ଅବହେଳେ ।ଲୋଡ଼ି ତ ନଥିଲି ଦିନେ ଉଦାସ ପରାଣେ,ଶୁଣିକି ଶ୍ରବଣେ ବୋଲି ଏ ଶିଳାଭବନେ ।ଯେବଣ ରାଇଜେ ଯହିଁ ଯାବତ ବେଭାର,ତହୁଁ ବଳି ମିଳେ କିବା କଣିକା ମାତର ?କି କାରଣେ ବସି ପିକ ଚରଣ ଶୃଙ୍ଖଳେ,ପଞ୍ଜୁରି ଭିତରୁ ସୁଧା ଢାଳୁ ଅବହେଳେ ?ମନେ କି ରଖିଛୁ ଯେତେ ଅତୀତ ବିଭବ-ଶ୍ୟାମଳ ବିପିନ ଉର୍ଦ୍ଧେ ଶୂନ୍ୟ ନୀଳ ନଭ,ପଲ୍ଲବ ଗହଳେ ସୁଖେ ଲୁଚି ତରୁ ଡାଳେ,କଣ୍ଠଧାରା ଡାଳିଦେବା ନିକୁଞ୍ଜ ଉଢ଼ାଳେ ?ଏତେ ଏତେ ନିଧି ଆଜି କରି ସୁମରଣା,ପିୟ୍ଜରେ ଗାଉ କି, ପିକ, ପରାଣ ବାସନା ।ତୁନି ହୁଅ, ତୁନି ହୁଅ, ରେ ପିଞ୍ଜର ବାସି,ମରୁଛି ନଦିଅ ଚିହ୍ନା ବନ ତରୁରାଶି ।ଯେ ରାଇଜେ ଉପବନ ଶ୍ୟାମଳ ମୂରତି,ପରାଣ ପାଟଳ ଖେଳେ, ଢଳଢଳ ଅତି,ବିମଳ ନିର୍ଝରମାଳା ଧରି ଅପଘନେ,ବିଶାଳ ଶଇଳ ଯହିଁ ବିହରେ ଗଗନେ,କଳ ତାନେ ବୁଲି ବୁଲି ମୋହନ ସୋହାଗେ,ଶରଦ ତଟିନୀ ଯାଏ ବହି ଅନୁରାଗେ;କନକ କୁସୁମ ପନ୍ତି ବିକଶି ଉଦାସେ,ଝଡ଼ନ୍ତି ଉଷତେ ଭୂଇଁ ବୁକୁ ପରବାସେ,ସେ ସରଗ ଦେଶେ ଯେତେ ପିପାସିତ କାନେ,ଢାଳିବା ଅମୃତ, ଭୁଲି ଉଦାସ ପରାଣେ,ପିଞ୍ଜରେ ଗାଇବା, ପିକ, ମଣୁ କି ଉଚିତ ?ତୁନି ହୁଅ, ତୁନି ହୁଅ, ହେଲାଣି ବହୁତ ।
କଲିକତାରେ କେହି କେହି ଘରେ କୋଇଲି ପୋଷିଥାନ୍ତି ବସନ୍ତୠତୁରେ ସ୍ୱଚ୍ଛନ୍ଦରେ ଉଡ଼ୁଥିବା କୋଇଲିଙ୍କ ପରି ସେମାନେ କୁହୁ ସ୍ୱରରେ ରାବନ୍ତି । ଦିନେ ଦିନେ ବିଜୁଳି ଆଲୋକର ଉଜ୍ଜ୍ୱଳ ରାତିରେ ଦିବସ ଭାବି ମଧ୍ୟ ରାବିପକାନ୍ତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର