ଥକା ମନ ଚାଲ ଯିବା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୧
- ସ୍ଥିତି
- ସାର୍ବଜନୀନ (Public domain)
ଖରାଦିନେ ଖରାବେଳେ ବାଟପାଖେ ଏକାଟି,ରୋଗ ତାପେ ଥର ଥର ଶୋଇଅଛି ବୁଢ଼ାଟି ।‘ଧର ଧର’, ଡାକୁଅଛି, ‘‘ପ୍ରାଣ ଯାଉଛି ଉଡ଼ି;ଛାଇ ତଳେ ନେଇ ମୋରେ ଦିଅ ତୁରିତେ ଛାଡ଼ି ।କେ ଯାଉଛ ବାଟେ, ଆହେ ସାଧୁ ବାଟୋଇ ଜନ,ପ୍ରଭୁ ଭଲେ ରଖିଥିବେ, ମୋର ମିନତି ଘେନ ।’’ଘୋଡ଼ା ଗାଡ଼ି ଚଢ଼ି ସୁଖେ, ମହା ଆଟାପେ କାହିଁଯାଉଥିଲେ ସୌଦାଗର ନିଜ ବଣିଜ ପାଇଁ ।‘‘ଦେଖ, କିଏ ଅଛ ଆରେ, କି ହୋଇଛି ବୁଢ଼ାର;କାହିଁ ତାରେ ଛାଇତଳେ ନେଇ ତୁରିତେ ଛାଡ଼ ।’’କଳିଆର ଟାଣି, ତହୁଁ ଗାଡ଼ିଚାଳକ ତ୍ୱରାଗାଡ଼ି ଠିଆ କଲା ତହିଁ; ଶୋଇ ରହିଛି ବୁଢ଼ା ।ଖରେ ବେନି ଜଗୁଆଳ ଗାଡ଼ି ପଛୁ ଓହ୍ଲାଇ,‘‘ଉଠ ବୁଢ଼ା’’, ଓଟାରନ୍ତି, ‘‘କହ, ଯିବୁ ତୁ କାହିଁ ?’’ମୁଖେ ଚାଇଁ ଚାଇଁ ଖରା ମାରୁଅଛି ତେସନେ,ଅଙ୍ଗେ ରୋଗ ମାଡ଼ି ଆସେ ବେଳୁ ବେଳ ସଘନେ ।ଅଳପ ଅନାଇ ବୁଢ଼ା ପଡ଼ିଗଲା ଦୋସର,ହାତଠାରେ ଜଣାଇଲା ନାହିଁ ଲୋଡ଼ା ଯିବାର ।ବେନି ଜଗୁଆଳେ ବେନି କ୍ରୁର ବଚନ ଭାଷି,ଗାଡ଼ି ପଛେ ନିଜ ଥାନେ ଠିଆ ହୋଇଲେ ଆସି ।ରାଗ ଅପମାନେ ତାତି ଅର୍ଦ୍ଧ ଅସ୍ଫୁଟ ଗୀରେ‘‘ଚଲା ଗାଡ଼ି’’, ସୌଦାଗର ଦେଲେ ଆଦେଶ ଖରେ ।ଘଡ଼ି ଘଡ଼ି ଗଲା ଗାଡ଼ି ଛାଟ ପ୍ରହାରେ ଧାଇଁ,ଗଳି ମୁଣ୍ଡେ ଅଦୃଶ୍ୟ ସେ ହେଲା ତୁରିତେ ଯାଇ ।ହୋଇ ନୋହିଛି କି ବୁଢ଼ା ଅବା ନିମିଷେ ତୁନି,ଅଧରୁ ଭାଷିଲା ପୁଣି କ୍ଷୀଣ ବିକଳ ବାଣୀ;-‘‘କେ ଯାଉଛ ବାଟେ, ଆହେ ସାଧୁ ବାଟୋଇ ଜନ,ପ୍ରହୁ ଭଲେ ରଖିଥିବେ ମୋର ମିନିତି ଘେନି ।’’ଶିବାଳୟେ ସୋମବାର ପୂଜା ବିହିବା ଆଶେ,ଯାଉଥିଲେ ବିଧବା ଯେ, ଶୁଦ୍ଧ ପବିତ୍ର ବାସେ ।ଥୋଇ ଦେଲେ ନଇବେଦ୍ୟ କରଯୁଗୁଁ ଭୂତଳେ,ଅଧ ଲାଳେ ବୁଢ଼ା ପାଶେ ଯାଇମିଳିଲେ ଖରେ ।ବଦନ ଓଢ଼ଣାଟିକି ଟାଣି ଶଙ୍କିତେ ନାରୀ,ବୁଢ଼ା ଅଙ୍ଗ ପରଶିଲେ ଲାଜ ସରମ ଛାଡ଼ି ।ସମ୍ପୂର୍ଣ୍ଣ ପରଶି ନାରୀ ଛନ୍ତି ଅବା କି ନାହିଁ;ତର ତରେ ଉଠି ବୁଢ଼ା ହେଲା ଠିଆଟି ତହିଁ ।ବଳ ଆସିଗଲା କିବା କ୍ଷୀଣ ବେନି ପୟର,ନିଜେ ଯାଇ ଛାଇତଳେ ଉଭା ହୋଇଲା ହେଳେ ।ନଇବେଦ୍ୟ ଥାଳୀ କରେ ତୋଳି ତହୁଁ ଯତନେ,ଶିବାଳୟେ ଗଲେ ନାରୀ ସେବା ଧ୍ୟାନ ପୂଜନେ ।ବାହୁଡ଼ି ଦେଖନ୍ତି, ବୁଢ଼ା ଛାଇ ତଳେ ନିବସି,‘‘ଥକା ମନ ଚାଲ ଯିବା’’, ଗାଉ ଅଛଇ ହସି ।‘‘ଚକା ନେତ୍ର ନିରେଖିବା’’, କଣ୍ଠ ସଙ୍କୋଚ ଭାଷେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର