ଅଭୟ ଆଶେ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୬
- ସ୍ଥିତି
- ସାର୍ବଜନୀନ (Public domain)
‘‘ଏତିକି ଲାଞ୍ଛନା ଏହି ନିଠୁର ଜଗତେ,ନାରୀର କପାଳେ ବିହି ଲେଖିଅଛି ସତେ ।’’କହି, ସୀମନ୍ତିନୀ ନେତ୍ରୁ ଢାଳେ ଅବିରଳ,ଜାହ୍ନବୀ ବିଶାଳ ଧାରା, ଅବଳା ସମ୍ବଳ ।ଓଢ଼ଣା ଉଢାଳୁ ଅଳ୍ପ ଦିଶେ ଚନ୍ଦ୍ରମୁଖେ,ନ ଥାଆନ୍ତା ଛୁଇଁ ଆହା ଏ ପରାଣ ଦୁଃଖ ।ପାଣ୍ଡୁର କପୋଳ ଭାର ବହିଅଛି ପାଣି,ସେ କି ନାରୀ, ଅବା ଚିତ୍ର ପିତୁଳା କେଜାଣି ।ପ୍ରଭାତେ ନ ଉଠୁଁ ଶେଯୁଁ ଶାଶୁ ଭର୍ତ୍ତା ତାର,ସେ ତ ସାଧି ଲାଗିଥିଲା ଗୃହର ଜଞ୍ଜାଳ ।ସେଥିପାଇଁ ଫେଇ ଦ୍ୱାର ଆସିଲା ବାଡ଼ିକିଲିପି ପୋଛି ସଫା କରି ରଖିବ ସେ ନିକି ।ନୂଆ ହୋଇ ନବବଧୂ ଆସିଅଛି ଘରେ,ସମ୍ପଛି ଜୀବନ ଶାଶୁ ଗିରସ୍ତ ପୟରେ ।ସେ ତ ଲାଗିଥିଲା କାମେ ଢାଳି ମନପ୍ରାଣ,ଶୁଣିଲା, ଲଳିତ କଣ୍ଠେ ଗାଉଛି କେ ଗାନ ।ଗାଇ ଚାଲିଯାଏ ପଥେ ଯୁବା ନାଗରିକ,କଣ୍ଠ ମାଧୁରୀକି ବଳି ରୂପ ତା ଅଧିକ ।ଠିଆ ହେଲା ତହିଁ ବାଳା ଏକଇ ଧିଆନେକହି ଆସେ ଗୀତ ଧାରା ଶୁଣୁଛି ସେ କାନେ ।କେତେବେଳେ ଆସି ସ୍ୱାମୀ ପ୍ରବେଶିଛି ତାର,କହିଲା ଗରଜି, ‘‘ନାରି, ଏ କି ତୋ ବେଭାର ?’’ପ୍ରହାରିଲା ତାକୁ ପରା ପଶୁର ପରାୟେ,ନାଲି ଚିହ୍ନ ବସିଗଲା ତା ସୁବର୍ଣ୍ଣକାୟେ ।ରୋଳ ଶୁଣି ଶାଶୁ ଆସି ପ୍ରବେଶିଲା ତହିଁ,ପ୍ରବୋଧନା ଦେବ ଅବା ‘ଆହା ଆହା’ କହି ।ସେତ କଲା ବିପରୀତ, ନୁହଁ କି ସେ ନାରୀ,ପୁଅଠୁ ଦିଗୁଣ ବଳି ଦେଲା ମାଡ଼ ଗାଳି ।ତଳେ ପଡ଼ିଗଲା ବାଳା ତିନ୍ତେ ଧୂଳି ଲୁହେ,ଗଛଡାଳ ଚମ୍ପାଫୁଲ ଲୋଟେ କି କାଦୁଏ ?ମାରି ପୁଅ ମାଆ ଯେବେ ଥକିଗଲେ ଅତି,କହିଲେ, ‘‘ଯା ଚଣ୍ଡାଳୁଣି, ସେ ଚଣ୍ଡାଳ କତି ।’’କହି ହାର କିଳି ବେନି ପଶିଲେ ଆବାସେ,ବସିଲା ବିଷାଦେ ବଧୂ ବାଡ଼ିକୂଅ ପାଶେ ।କେତେ ସେ କାନ୍ଦିଲା ଥିବ ସେହୁ ଏକା ଜାଣି,ପାଣ୍ଡୁର କପୋଳ ଭାର ବହିଅଛି ପାଣି ।ବିଚାରୁଛି, ‘‘ଏ ମର୍ତ୍ତ୍ୟେ ତ ନାହିଁ ମୋ ଆଶ୍ରୟ,କୂଅ ମଧ୍ୟ ଗଙ୍ଗାଦେବୀ ଦେବେ ବା ଅଭୟ ।’’
୧୯୫୧ ମସିହାରେ କବି ନିଜ ନିର୍ବାଚନମଣ୍ଡଳୀରେ ଭୋଟପ୍ରଚାର ପାଇଁ ବୁଲିବା ସମୟରେ ଏହା ଘଟିଥିଲା । କବିଙ୍କ ଆଶ୍ୱାସନା ଫଳରେ ନାରୀ ଗଙ୍ଗାଦେବୀଙ୍କର ଆଶ୍ରୟ ନେଇ ନଥିଲା ଓ ସ୍ୱାମୀ ସ୍ତ୍ରୀ ମିଳିମିଶି ରହିଥିଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର